ଓଡିଶା ତାଜା ନ୍ୟୁଜ୍ (୧୯ ଜୁଲାଇ ୨୦୨୦ ରବିବାର) ଭୁବନେଶ୍ୱର :- ଭୁବନେଶ୍ୱର ଅଗ୍ନିଶମ ବିପତ୍ତି ନିସ୍ତାର ପ୍ରତିଷ୍ଠାନ ଠାରେ 30ତମ ଅଗ୍ନିଶମ କେନ୍ଦେରାଧିକାରୀ ପ୍ରଶିକ୍ଷାର୍ଥୀ ମାନଙ୍କର ସମାବର୍ତ୍ତନ ଉତ୍ସବ ନିରାଡ଼ମ୍ବର ଭାବରେ ପାଳନ କରାଯାଇଛି, କୋଭିଡ 19 ଜରୁରୀ ପରିସ୍ଥିତି କୁ ଦୃଷ୍ଟିରେ ରଖି ଏହି ସମାବର୍ତ୍ତନ ଉତ୍ସବ କୁ ସୀମିତ କରାଯଇଛି, ଅଗ୍ନିଶମ ସମିଳନୀ ଗୃହରେ ଆୟୋଜିତ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅଗ୍ନିଶମ ବିଭାଗର ମହାନିର୍ଦେଶକ ସତ୍ୟଜିତ ମହାନ୍ତି ଯୋଗ ଦେଇ ପ୍ରଶିକ୍ଷାର୍ଥୀ ମାନଙ୍କୁ ବିପତ୍ତି ସମୟରେ ସାହସର ସହ କାର୍ଯ୍ୟ କରିବାପାଇଁ ପରାମର୍ଶ ଦେଇଥିଲେ,
ସମ୍ମାନିତ ଅତିଥି ଭାବେ ଅତିରିକ୍ତ ମହାନିର୍ଦେଶକ ଡ଼ଃ ସୌମ୍ୟା ମିଶ୍ର, ଆରକ୍ଷୀ ମହା ନିରୀକ୍ଷକ ଅସିତ କୁମାର ପାଣିଗ୍ରାହୀ ଯୋଗଦେଇଥିଲେ, ଦୀର୍ଘ 9 ମାସର ପ୍ରଶିକ୍ଷଣ ନେଇଥିବା ପ୍ରଶିକ୍ଷାର୍ଥୀ ଏହି ଉସବରେ ଭାଗନେଇଥିଲେ, ଏହି ବିଭାଗର ନିର୍ଦେଶକ ମହେଶ୍ୱର ସ୍ୱାଇଁ ସମସ୍ତ ପ୍ରଶିକ୍ଷାର୍ଥୀଙ୍କୁ ଶପଥ ପାଠ କରାଇଥେଲେ, ଜଣେ ଆଗ୍ନିକ କିପରି ଲୋକଙ୍କ ବିପତ୍ତି ରେ ସାହାଯ୍ୟ କରି ଲୋକ ମାନଙ୍କର ପ୍ରିୟ ପାତ୍ର ହୋଇପାରିବେ ସେଥିନେଇ ଶ୍ରୀ ମହାନ୍ତି ଗୁରୁତ୍ୱାରୋପ କରିଥିଲେ,
ଏହି ବିଭାଗ କିପରି ଭଲ କାର୍ଯ୍ୟ କରି ସର୍ବ ଭାରତୀୟ ସ୍ତରରେ ଆଦୃତ ଲାଭ କରିଚି ତାହା ଉପରେ ଶ୍ରୀ ପାଣିଗ୍ରାହୀ ଆଲୋଚନା କରିଥିଲେ, ପ୍ରଶିକ୍ଷାର୍ଥୀ ମାନଙ୍କ ମଧ୍ୟରେ ସର୍ବୋଚ୍ଚ ମାର୍କ ରଖି ପ୍ରଥମ ଓ ଦ୍ୱତୀୟ ସ୍ଥାନ ହାସଲ କରିଥିବା ପ୍ରଶିକ୍ଷାର୍ଥୀଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ, ପରିଶେଷର ଏହି ବିଭାଗର ଅଧକ୍ଷ ମନୋରଞ୍ଜନ ଧଳ ଧନ୍ୟବାଦ ଦେଇଥିଲେ ।