୨୦ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ରଣପୁର :-> ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ୍ ଅନ୍ତର୍ଗତ ପିଚୁକୁଳି ଠାରେ ଆଦର୍ଶ ବିଦ୍ୟାଳୟ ରେ ଦ୍ୱିତୀୟ ବାର୍ଷିକ ଉତ୍ସବରେ ମୂଖ୍ୟଅତିଥି ଭାବେ ସ୍ଥାନୀୟ ବୋଲଗଡ -ବେଗୁନିଆ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀଯୁକ୍ତ ରାଜେନ୍ଦ୍ର ପ୍ରସାଦ ସାହୁ, ମୁଖ୍ୟ ବକ୍ତା ଖୋର୍ଦ୍ଦା ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ଅଧ୍ୟକ୍ଷ ଡକ୍ଟର ତାପସ କୁମାର ନାୟକ ଯୋଗ ଦେଇ ନିଜ ନିଜର ଅଭିଭାଷଣ ପ୍ରଦାନ କରି ପିଲାମାନଙ୍କର ବିଭିନ୍ନ ପ୍ରକାର ଦକ୍ଷତା ବିକାଶ ଦିଗରେ ବିଶେଷ ଆଲୋକପାତ କରିଥିଲେ।

ସମ୍ମାନିତ ଅତିଥି ମାନେ ବୋଲଗଡ ବ୍ଳକ୍ ଉନ୍ନୟନ ଅଧିକାରୀ ଶ୍ରୀ ଶରତ କୁମାର ମଲ୍ଲିକ, ବୋଲଗଡ ତହସିଲଦାର ଶ୍ରୀମତି ନିବେଦିତା ପରିଡ଼ା, ଖୋର୍ଦ୍ଦା ଜୁନିଅର ରେଡ କ୍ରସ୍ ର ଉପ ସଭାପତି ଡକ୍ଟର ନିରଞ୍ଜନ ମହାନ୍ତି, ଜିଲା ପରିଷଦ ସଭ୍ୟ ଶ୍ରୀଯୁକ୍ତ ପ୍ରଦୀପ୍ତ କୁମାର ଛୋଟରାୟ, ସ୍ଥାନୀୟ ପିଚୁକୁଳି ସରପଞ୍ଚ ଶ୍ରୀମତି ଜୟନ୍ତୀ ପ୍ରଧାନ ପ୍ରମୁଖ ଯୋଗ ଦେଇ ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ବିତରଣ ଉତ୍ସବ ରେ ଉତ୍ସାହିତ କରିଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ତାପସ କୁମାର ଦ୍ୱିବେଦୀ ସଭାପତିତ୍ବ କରି ସଂପାଦକୀୟ ବିବରଣୀ ପଠନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବୋଲଗଡ ଏକ୍ସପ୍ରେସ ହାସ୍ୟ କଳାକାର ଶ୍ରୀଯୁକ୍ତ ବ୍ରଜ ସୁବୁଦ୍ଧି ଅନୁଷ୍ଠାନର ମୁଖ୍ୟ ଆକର୍ଷଣ ପୂର୍ବକ ଉପସ୍ଥିତ ଦର୍ଶକ ମାନଙ୍କୁ ମୋହିତ କରି ଥିଲେ।

ମଞ୍ଚ ଆରମ୍ଭରୁ ଅତିଥି ମାନେ ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ପୁଷ୍ପ ଧୂପ ନୈବେଦ୍ୟ ଦେଇ ପ୍ରଦୀପ ପ୍ରଜଳନ କରିବା ସହ ଅନୁଷ୍ଠାନର ହିନ୍ଦୀ ଶିକ୍ଷକ ଶ୍ରୀ ରାମ ଅଭିଷେକ ମିଶ୍ରଙ୍କ ନିର୍ଦ୍ଦେଶନାରେ ବିଦ୍ୟାଳୟର ଛାତ୍ରୀ ମାନେ ସ୍ବାଗତ ସଙ୍ଗୀତ ଗାନ କରିଥିଲେ। ଶିକ୍ଷୟତ୍ରୀ ଇପ୍ସିତା ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ଶୁଭଲକ୍ଷ୍ମି ପଣ୍ଡା ମଞ୍ଚ ପରିଚାଳନା ଅତି ସୁନ୍ଦର ଭାବରେ କରିଥିଲେ। ସଭା କାର୍ଯ୍ୟ ସକାଳ ୧୧ ଟାରୁ ଆରମ୍ଭହୋଇ ଦିନ ଦୁଇଟା ପର୍ଯ୍ୟନ୍ତ ଚାଲିଥିବା ବେଳେ ଅତିଥି ମାନେ କୃତୀ ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ସହ ପ୍ରମାଣ ପତ୍ର ପ୍ରଦାନ କରିଥିଲେ।

ଏହା ପରେ ବିଦ୍ୟାଳୟ ତତଫରୁ ଛାତ୍ର ଛାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ, ଅଭିଭାବକ ଓ ଅତିଥି ମାନଙ୍କୁ ମଧ୍ୟାହ୍ନ ଭୋଜନ ପରିବେଷଣ କରାଯାଇଥିଲା। ଅପରାହ୍ନ 3 ଟ୍ଟାରୁ ସନ୍ଧ୍ୟା ଛଅଟା ପର୍ଯ୍ୟନ୍ତ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସସ୍କୃତିକ କାର୍ଯ୍ୟର ଭରପୂର ମନୋରଞ୍ଜନ ଉଦ୍ଦେଶ୍ୟରେ ବିଭିନ୍ନ ପ୍ରକାର ନୃତ୍ୟ ଗୀତ ପରିବେଷଣ କରାଯାଇଥିଲା। ସମସ୍ତ କାର୍ଯ୍ୟକୁ ଶୃଙ୍ଖଳିତ ଭାବେ ସମାପନ ପାଇଁ ଅନୁଷ୍ଠାନର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଯଥା ଶ୍ରୀ ଗୁରୁପ୍ରସାଦ ନାଥ ଶର୍ମା, ଅମିତ୍ ନାୟକ, ସୁବାସ ବେହେରା, ସୁପ୍ରିୟା ବେହେରା, ସବିତା ବାରିକ, ରଶ୍ମିତା ବେହେରା ପ୍ରମୁଖ ପୂର୍ଣ୍ଣ ସହଯୋଗ କରିଥିଲେ। ସର୍ବଶେଷରେ ବିଦ୍ୟାଳୟର ସହକାରୀ ଶିକ୍ଷକ କୃଷ୍ଣ ଚନ୍ଦ୍ର ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।















