No Result
View All Result

୨୦ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଚିଲିକା :-> ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ମହାବିଦ୍ୟାଳୟରେ ଆୟୋଜିତ ହୋଇଥିବା ନୂଆ -ଓ କାର୍ଯ୍ୟକ୍ରମ ଅନ୍ତର୍ଗତ କ୍ରୀଡ଼ା କାର୍ଯ୍ୟକ୍ରମ ଆଜି ବାଲୁଗାଁ ନଗରପାଳ ସୁକାନ୍ତି ପାଇକରାୟଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦ୍ ଘାଟିତ ହୋଇଯାଇଛି l ମହାବିଦ୍ୟାଳୟର ଅଧ୍ୟକ୍ଷl ଡକ୍ଟର କଳ୍ପନା ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ କ୍ରୀଡ଼ା ମହୋତ୍ସବର ଉଦଘାଟନ ଉତ୍ସବରେ ଯୁକ୍ତ ଦୁଇ ଅଧ୍ୟକ୍ଷl ଡକ୍ଟର ଜୟନ୍ତୀ ସାମଲ,

ଏନଏସି ଉପାଧ୍ୟକ୍ଷ ଭଗବାନ ପ୍ରଧାନ, ବିଧାୟକ ପ୍ରତିନିଧି ଜୟନ୍ତ କୁମାର ସ୍ଵାଇଁ,କାଉନସିଲର ଅଭିମନ୍ୟୁ ସ୍ୱାଇଁ, ଲଷ୍ମୀଧର ସେଠୀ, ସୁଜାତା ପଣ୍ଡା, ଅନିତା ସ୍ୱାଇଁ ସମେତ ପ୍ରାକ୍ତନ କ୍ରୀଡ଼ା ପ୍ରଶିକ୍ଷକ ବିଜୟ କୁମାର ରାଉତ ଓ ବୈରାଗୀ ଚରଣ ବଳ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ l

ଏହି ଅବସରରେ ଛାତ୍ରୀମାନେ ସ୍ୱାଗତ ସଂଗୀତ ପରିବେଷଣ କରିବା ପରେ ଅଧ୍ୟକ୍ଷ ଡକ୍ଟର କଳ୍ପନା ଦାଶ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ l ନୋଡାଲ ଅଫିସର ଡକ୍ଟର କୈଳାଶ ଚନ୍ଦ୍ର ମହାରଣା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ l

ଏହାପରେ କ୍ରୀଡ଼ା କାର୍ଯ୍ୟକ୍ରମ ସଂଯୋଜକ ଅଧ୍ୟାପକ ସୁବାସ ଚନ୍ଦ୍ର ଶ୍ରୀଚନ୍ଦନ, ଡକ୍ଟର ସନ୍ତୋଷ ରଥ,ସୁବ୍ରତ ତ୍ରିପାଠୀ, ମୃଦାନୀ ଶଙ୍କର ପ୍ରସାଦ ମିଶ୍ର, ଧୋବୀ ପରିଡା, ଡକ୍ଟର ପୂର୍ଣ୍ଣ ଚନ୍ଦ୍ର ସାମନ୍ତରାୟ,ବିମଳ ପଣ୍ଡା ପ୍ରମୁଖ ଦିବସବ୍ୟାପୀ ଖେଳ ପରିଚାଳନା କରିଥିଲେ l

No Result
View All Result