ବରଗଡ଼ ହସ୍ତତନ୍ତ ସମ୍ମିଳନୀ -୨୦୨୪ : ସଂସ୍କୃତି ଏବଂ ମହାନ ପରମ୍ପରାର ଏକ ମିଳନ

୨୦ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବରଗଡ଼ :-> ହସ୍ତତନ୍ତର କେନ୍ଦ୍ରସ୍ଥଳୀ ବରଗଡ଼ରେ ଆସନ୍ତା ଜାନୁଆରି ୪ ଓ ୫ତାରିଖରେ ଦୁଇ ଦିନ ଧରି ଜାତୀୟ ହସ୍ତତନ୍ତ ସମ୍ମିଳନୀ ଅନୁଷ୍ଠିତ ହେବ ବୋଲି ଏକ ସାମ୍ବାଦିକ ସମ୍ମିଳନୀ ଜିଲ୍ଲାପାଳ ମନିଷା ବାନାର୍ଜୀ କହିଥିଲେ । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ହସ୍ତତନ୍ତ ମିଟ ରେ ଦୈନିକ ୧୦,୦୦୦ରୁ ଅଧ‌ିକ ଦର୍ଶକ ଆସିବାର ସମ୍ଭାବନା ରହିଛି ।

ସାରା ଭାରତରୁ ହସ୍ତତନ୍ତ କ୍ଷେତ୍ରର ୧୦୦୦ରୁ ଅଂଶୀଦାର ଯୋଗଦେବେ ଓ ୨୦୦ରୁ ଅଧ‌ିକ ପୁରସ୍କାର ବିଜେତା ଯୋଗଦେବେ, ସେହିପରି ୨୦ ଟି ରାଜ୍ୟର ୫୦ରୁ ଅଧିକ ସଂସ୍ଥା ଯୋଗଦେବେ । ଓଡ଼ିଶା ସରକାରଙ୍କ ପଶ୍ଚିମ ଓଡ଼ିଶା ଉନ୍ନୟନ ପରିଷଦ, ବରଗଡ଼ ଜିଲ୍ଲା ପ୍ରଶାସନ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ମିଳିତ ଉଦ୍ୟମରେ ଏହା ଆୟୋଜିତ ହେଉଛି ।

ଏଥିରେ ଏହି ଅଞ୍ଚଳରେ ଥିବା ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଓ କାରିଗରୀତାର ପ୍ରମାଣ କରାଯିବ। ଏହି ହସ୍ତତନ୍ତ ଶିଖର ସମ୍ମିଳନୀ ୪ଇ ମଡେଲ ଉପରେ ଆଧାରିତ ଏନଗେଜ୍, ଏଜୁକେଟ୍, ଏକାବୁଲ ଏଣ୍ଡ ଏମ୍ପାୱାର । ଏହାକୁ ଜାତୀୟ ଶିଖର ସମ୍ମିଳନୀ ବୋଲି ଅଭିହିତ କରି ଶ୍ରୀମତୀ ବାନାର୍ଜୀ କହିଛନ୍ତି

ଯେ ଏହି କାର୍ଯ୍ୟକ୍ରମ ରେ ଓଡ଼ିଶାର ହସ୍ତତନ୍ତ ପୁରସ୍କାର ବିଜେତାଙ୍କୁ ସମର୍ଧିତ କରାଯିବା ସହ ଏଥିରେ ପୂର୍ବ, ଉତ୍ତର-ପୂର୍ବ, ପଶ୍ଚିମ, କେନ୍ଦ୍ରୀୟ ଦକ୍ଷିଣ ଏବଂ ଉତ୍ତର ଭାରତର ୨୦ଟି ରାଜ୍ୟର ୫୦ରୁ ଅଧିକ ପ୍ରଦର୍ଶନଙ୍କୁ ସାମିଲ କରାଯିବ। ଏହି ନିଜର ଚମତ୍କାର ବୁଣା ଓ ଜୀବନ୍ତ ରଙ୍ଗ ପାଇଁ ପ୍ରସିଦ୍ଧ ବରଗଡ଼ର ବିଶ୍ବସ୍ତରୀୟ ପ୍ରସିଦ୍ଧ ‘ବନ୍ଧକଳା’ (ଟାଇ ଆଣ୍ଡ ଡାଇ) କୃତି ସବୁଠାରୁ ଆକର୍ଷଣୀୟ ।

ଓଡ଼ିଶା ହସ୍ତତନ୍ତ ଉପରେ ଫୋକସ୍ : ବରଗଡ଼ର ଐତିହାସିକ ‘ବନ୍ଧକଳା’ କୃତି ଉପରେ ବିଶେଷ ଆଲୋକପାତ କରାଯିବ ଓ ଏହାର ଅନ୍ତର୍ଜାତୀୟ ପ୍ରସିଦ୍ଧିକୁ ପ୍ରଦର୍ଶନ କରାଯିବ । ପିଢ଼ି ପିଢ଼ି ଧରି ଚାଲି ଆସୁଥିବା ଏହି ନିଆରା ଟାଇ ଆଣ୍ଡ ଦାଇ କୌଶଳ ବରଗଡ଼କୁ ବିଶ୍ବ ହସ୍ତତନ୍ତ ମାନଚିତ୍ରରେ ଏକ ସ୍ବତନ୍ତ୍ର ସ୍ଥାନ ଦେଇଛି।

କ୍ରେତା-ବିକ୍ରେତା ସମ୍ପର୍କ। ଶିଖର ସମ୍ମିଳନୀ କେବଳ ପ୍ରଦର୍ଶନ ପାଇଁ ଏକ ପ୍ଲାଟଫର୍ମ ନୁହେଁ ବରଂ ସୁଯୋଗ ପାଇଁ ଏକ ବଜାର । ଏହି ପ୍ଲାଟଫର୍ମ ଭୌଗୋଳିକ ସୀମା ଅତିକ୍ରମ କରୁଥିବା ଆଦାନ ପ୍ରଦାନକୁ ସକ୍ଷମ କରିବ, ଯାହାଦ୍ୱାରା ହସ୍ତତନ୍ତ ଶିଳ୍ପର ଅଭିବୃଦ୍ଧି ପାଇଁ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇପାରିବ ।

ପ୍ୟାନେଲ ଆଲୋଚନା : ଶିକ୍ଷାନୁଷ୍ଠାନ ଓ ଶିଳ୍ପ ଜଗତର ପ୍ରତିଯୋଗୀମାନଙ୍କୁ ନେଇ ‘ବାନ୍ଧକଳା’ ଓ ଅନ୍ୟାନ୍ୟ ହସ୍ତତନ୍ତ କୌଶଳର ସୂକ୍ଷ୍ମତା ଉପରେ ସାରଗର୍ଭକ ପ୍ୟାନେଲ୍‌ ଆଲୋଚନା ହେବ । ଏହି ବିଚାର ବିନିମୟ ଶିଳ୍ପରେ ଉଦ୍ଭାବନ ଏବଂ ସ୍ଥାୟୀ କାର୍ଯ୍ୟ ପଦ୍ଧତିକୁ ପ୍ରେତ୍ସାହିତ କରିବ ।

ଲୋକପ୍ରିୟ ତାରକାଙ୍କ ଯୋଗଦାନ ଓ ସାଂସ୍କୃତିକ ସନ୍ଧ୍ୟା : ଏହି ସନ୍ଧ୍ୟାଗୁଡ଼ିକ ହସ୍ତତନ୍ତ, ସଙ୍ଗୀତ, ନୃତ୍ୟ ଏବଂ” କବିତାର ଏକ ଅଦ୍ଭୁତ ସମନ୍ବୟ ହେବ, ଯାହାକି ଦର୍ଶକମାନଙ୍କୁ ଓଡ଼ିଶା ଏବଂ ଭାରତର ସାଂସ୍କୃତିକ ବୟନକଳା ଜଗତକୁ ଏକ ରୋମାଞ୍ଚକର ଯାତ୍ରାରେ ନେଇଯିବ ।

ଚଳଚ୍ଚିତ୍ର ସଙ୍ଗୀତ ଏବଂ ସାହିତ୍ୟ ଜଗତର ପ୍ରମୁଖ ଜାତୀୟ ସେଲିବ୍ରିଟିମାନେ ଏହି କାର୍ଯ୍ୟକ୍ରମରେ କେବଳ ଯୋଗ ଦେବେ ନାହିଁ ବରଂ ଭାରତର ହସ୍ତତନ୍ତ ଐତିହ୍ୟକୁ ସଂରକ୍ଷଣ ଏବଂ ପ୍ରୋସାହନ ଦେବାରେ ଯୋଗଦାନ କରିବେ ରାମ୍ପୱାକ୍ ମହୋତ୍ସବ: ଏହି ଅବସରରେ ଏକ ଟିଭାକର୍ଷକ ରାମ ୱାକ୍ ଅନୁଷ୍ଠିତ ହେବ,

ଯାହାକି ପାରମ୍ପରିକ ଓ ଆଧୁନିକତାର ଏକ ମିଶ୍ରଣ ହେବ, ଯେଉଁଠାରେ ଫ୍ୟାଶନ ଆଇକନ୍, ଫ୍ୟାସନ୍ ଛାତ୍ର ଏବଂ ଲୋକପ୍ରିୟ ଡିଜାଇନରମାନେ ହସ୍ତତନ୍ତ କି ସମସାମୟିକ ଫ୍ୟାଶନ ସହିତ ନିରବଚ୍ଛିନ୍ନ ଭାବରେ ଚାଳଦେଇ ଚାଲିଥାଏ ତାହା ପ୍ରଦର୍ଶନ କରିବେ । ଉତ୍କର୍ଷର ଆରାଧନା : ଭାରତର ଦସ୍ତତନ୍ତ ପରମ୍ପରାର ସଂରକ୍ଷଣ ଓ ଉନ୍ନତି ଦିଗରେ ଅମୂଲ୍ୟ ଅବଦାନକୁ ସ୍ବୀକୃତି

ଦେଇ ତଥା ଭାରତର ବିଭିନ୍ନ ପ୍ରାନ୍ତରୁ ପଦ୍ମଶୀ ପୁରସ୍କାର ପ୍ରାପ୍ତ କାରିଗରମାନଙ୍କୁ ଏହି ଅବସରରେ ସମ୍ମାନିତ କରାଯିବ । ଏହି ଶିଖର ସମ୍ମିଳନୀର ଲକ୍ଷ୍ୟ ହେଉଛି ଏକ ଭବିଷ୍ୟତ ଦିଗରେ ଏକ ପଦକ୍ଷେପ ଯେଉଁଠାରେ ହସ୍ତତନ୍ତ କ୍ଷେତ୍ରର ଉନ୍ନତି ହେବ,

ଆମ କାରିଗରମାନେ ଉନ୍ନତି କରିବେ ଏବଂ ନିରନ୍ତର ହସ୍ତତନ୍ତ ଅଭ୍ୟାସରେ ଓଡ଼ିଶାକୁ ଏକ ଅଗ୍ରଣୀ ଭାବରେ ବିଶ୍ଵ ସ୍ବୀକୃତି ଦେବ । ଏହି ସାମ୍ବାଦିକ ସମ୍ମିଳନୀରେ ବରଗଡ଼ ଜିଲ୍ଲାପାଳ ଶ୍ରୀମତୀ ମୋନିଶା ବାନାର୍ଜୀ, ଜିଲ୍ଲା ପରିଷଦ ସିଇଓ ଶ୍ରୀ ଆଦିତ୍ୟ ଗୋୟଲ, ବରଗଡ଼ ବୟନ ଶିଳ୍ପ ଯୁଗ୍ମ ନିର୍ଦେଶକ ପ୍ରସନ୍ତ କୁମାର ଗନ୍ତାୟତ ପ୍ରମୁଖ ଉପସ୍ଥିତ ଥିଲେ ।