୨୦ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ମାହାଙ୍ଗା :-> ମାହାଙ୍ଗା ବ୍ଲକ ଅନ୍ତର୍ଗତ କୁଣ୍ଡି ଗ୍ରାମ ପଞ୍ଚାୟତ ସ୍ଥିତ ଜୟପୁର ଛକ ଠାରୁ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରତାପ ଜେନା ଙ୍କୁ ଭବ୍ୟ ସ୍ଵାଗତ କରି ଜଗନ୍ନାଥ ପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପର୍ଯ୍ୟନ୍ତ ଏକ ବିରାଟ ପଟୁଆରେ ପହଞ୍ଚି ନୂତନ ଭବ୍ୟ ଅଟାଳିକା ର ଶୁଭ ଉଦଘାଟନ କରିଛନ୍ତି ।

ଏହା ଦ୍ବାରା ପାଖା ପାଖି ୧୫ ଗୋଟି ପଞ୍ଚାୟତ ର ଲୋକ ଉପକୃତ ହେବେ,ଆଉ ଟଙ୍କା ଖର୍ଚ୍ଚ କରି ଯିବାକୁ ପଡ଼ିବନି ମାହାଙ୍ଗା କି କଟକ । ଉକ୍ତ ଉତ୍ସବ ରେ ମାହାଙ୍ଗା ବ୍ଲକ ସଭାପତି ରାଜକିଶୋର ଜେନା, ବ୍ଲକ ଅଧ୍ୟକ୍ଷ ଦୀପା ମଲ୍ଲିକ,ଉପାଧ୍ୟକ୍ଷ ସତ୍ୟନାରାୟଣ ମହାନ୍ତି, ଛାତ୍ର ସଭାପତି ହିତେଶ କୁମାର ରାଉତ,

୩୯ନଂ ଜୋନ ସଭାପତି ଦିନବନ୍ଧୁ ସାହୁ,୩୯ନଂ ଜୋନ ଜିଲ୍ଲାପରିଷଦ ରିୟାଜୁଲ ହୋଦା,୪୦ ନଂ ଜୋନ ଜିଲ୍ଲାପରିଷଦ ସୁସ୍ମିତା ଦାସ, କଟକ ଜିଲ୍ଲା ଉପସଭାପତି ପ୍ରଶାନ୍ତ ପଟ୍ଟନାୟକ ଏବଂ ବ୍ଲକ ର ସମସ୍ତ ସରପଞ୍ଚ, ସମିତି ସଭ୍ୟ, ସଭ୍ୟା,ବହୁ ଯୁବ,ଛାତ୍ର, ମହିଳା, ନେତୃମଣ୍ଡଳୀ ଉପସ୍ଥପିତ ଥିଲେ ।















