୨୦ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଦଶପଲ୍ଲା :-> ଦଲାଲ୍ ଙ୍କ କବଜା ରେ ଦଶପଲ୍ଲା ଧାନଚାଷୀ । ଧାନ ଅମଳ ହେଉ ହେଉ, ଦଲାଲ୍ମାନେ ସକ୍ରିୟ ହୋଇ ପଡ଼ିଲେଣି। ଧାନକଟା ଆରମ୍ଭ ସହ , ବିଭିନ୍ନ ସ୍ଥାନରେ କାଁଭାଁ ଅମଳ ଆରମ୍ଭ ହେଲାଣି। ହେଲେ ଏବେଠାରୁ ଦଲାଲମାନେ ଚାଷୀଙ୍କୁ ଅଗ୍ରୀମ ଟଂକା ଦେବା ସହିତ, ଦୁଆରେ ଡେରା ପକାଇବା ଆରମ୍ଭ କରିଦେଲେଣି। ଗତବର୍ଷ ମଣ୍ଡିରେ ନାନା ଅବ୍ୟବସ୍ଥା ସାଙ୍ଗକୁ ମିଲର୍ଙ୍କ ପ୍ରତିବାଦ ପାଇଁ ମଣ୍ଡି ବିଳମ୍ବରେ ଖୋଲିବା ନେଇ ଚାଷୀଙ୍କୁ ନା ନା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି । ହାତରେ ଟୋକନ୍ ଧରି ଚାଷୀ ଧାନ ଦେବାରୁ ବଞ୍ଚିତ ହେଉଛନ୍ତି। କିଛି ପାକ୍ସ ସମ୍ପାଦକଙ୍କ ସମେତ ମିଲର ଏବଂ ଦଲାଲଙ୍କ ମଧୁଚନ୍ଦ୍ରିକା ପାଇଁ ଚାଷୀ ନାନା ସମସ୍ୟା ଭୋଗୁଛନ୍ତି ।

ଫଳରେ ଚାଷୀ ମଣ୍ଡିରେ ଧାନ ଦେବାରୁ ବଞ୍ଚିତ ହେଉଛି। ଏସବୁକୁ ନେଇ ଚାଷୀ ମଣ୍ଡିରେ ଧାନ ଦେବାକୁ ଆଉ ଇଚ୍ଛା ପ୍ରକାଶ କରୁନଥିବା ବେଳେ , ଏହାର ସୁଯୋଗ ନେଇ ଫାଇଦା ଉଠାଇବାରେ ଲାଗି ପଡ଼ିଛନ୍ତି ଦଲାଲ୍। ଏହିଭଳି ସମସ୍ୟା ଯୋଗୁଁ , ଧୀରେ ଧୀରେ ସରକାରୀ ବ୍ୟବସ୍ଥା ପ୍ରତି ଚାଷୀଙ୍କ ଆଗ୍ରହ ପ୍ରକାଶ ପାଉନଥିବା ଦେଖିବାକୁ ମିଳିଛି। ବଡ଼କଥା ହେଉଛି ସରକାରଙ୍କ ନୂଆନୀତି ଚାଷୀଙ୍କୁ ଅଧିକ ଅଡ଼ୁଆ ମଧ୍ୟକୁ ଟାଣି ଆଣୁଛି । ଫଳରେ ଦୂରଦୂରାନ୍ତକୁ ଯାଇ ଚାଷୀ ଦିନଦିନ ଧରି ଅପେକ୍ଷା କରି ନିରାଶ ହୋଇ ଫେରୁଛନ୍ତି।














