ଓଡିଶା ତାଜା ନ୍ୟୁଜ୍ (୧୯ ଜୁଲାଇ ୨୦୨୦ ରବିବାର) କଳାହାଣ୍ଡି :- କଳାହାଣ୍ଡି,ସୁପରିଚିତ ମହିଳା ନେତ୍ରୀ ତଥା ଉନ୍ନୟନ ସମ୍ପାଦିକା ଫୁଲମେ ମାଝୀଙ୍କ ନେତୃତ୍ବରେ ଅସହାୟ ଗରିବ ଲୋକଙ୍କୁ ଶୁଖିଲା ରାସନ୍ ଓ ନିତ୍ୟ ବ୍ୟବହୃତ ସାମଗ୍ରୀ ବଣ୍ଟନ କରାଯାଇଛି । ଲାଞ୍ଜିଗଡ଼ ବ୍ଲକର ଗୋବର୍ଦ୍ଧନ ପୁର, ପୋଖରୀବନ୍ଧ,କୁମଖାଲ,ବେଡାଗାଁ,କାନକୁଟୁରୁ ଓ ବନ୍ଧପାରି ଗ୍ରାମ ପଞ୍ଚାୟତରେ ୨୦୦ରୁ ଉର୍ଦ୍ଧ୍ବ ଗରିବ ଲୋକଙ୍କୁ ଏହି ସାମଗ୍ରୀ ବଣ୍ଟନ କରାଯାଇଛି ।
ବଣ୍ଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷ ଇଂ ଫକୀର ମୋହନ ମାଝୀ, ଉନ୍ନୟନର ସକ୍ରିୟ ସଦସ୍ୟା ବେବିନା ମାଝୀ ଓ ସ୍ବେଚ୍ଛାସେବୀ ସଙ୍ଗଠନର ଅନେକ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ । ଉନ୍ନୟନ ସ୍ବେଚ୍ଛାସେବୀ ସଂସ୍ଥା ମାଧ୍ୟମରେ କରୋନାରୁ ରକ୍ଷା ପାଇବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରାଯାଉଥିବା ବେଳେ ସାମାଜିକ ଦୂରତା ରକ୍ଷା ଉପରେ ଗୁରୁତ୍ବ ଦେବା ସହ ମାକ୍ସ ବଣ୍ଟନ କରାଯାଇଛି । (କଳାହାଣ୍ଡି.ରିପୋର୍ଟ ପ୍ରଦୀପ କୁମାର ଗଉଡ)