No Result
View All Result
୧୯ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :-> ସିପିଆଇ (ଏମ୍ ଏଲ) ଲିବରେସନ ତରଫରୁ କେ ନୁଆଗଡ ବ୍ଲକ ଅନ୍ତର୍ଗତ ତାବରଡା ଗାଁ ଠାରେ କମ୍ରେଡ ବିନୋଦ ମିଶ୍ରଙ୍କ 25 ତମ ଶ୍ରଦ୍ଧାଞ୍ଜଳି ଦିବସ ପାଳନ କରାଯିବା ସହ ମହାନ ସହିଦ କ୍ରାନ୍ତିକାରୀ ମାନକଂ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି l କମ୍ରେଡ ବିନୋଦ ମିଶ୍ର ୧୯୭୦ ଦଶକର ପ୍ରାରମ୍ଭରେ ପ୍ରବଳ ଦମନ ଓ ଧୋକ୍କା ପରେ ପରେ ପାର୍ଟି ପୁନଃଗଠନର ନେତୃତ୍ୱ ନେଇଥିଲେ । ପାର୍ଟିର ପୁନଃନିର୍ମାଣ ଓ ପାର୍ଟିର ପୁନଃଗଠନ ଥିଲା କମ୍ରେଡ ବିନୋଦ ମିଶ୍ରଙ୍କ ର ଶେଷ ଶବ୍ଦ । ପାର୍ଟିର ପୁନଃନିର୍ମାଣ ଓ ପାର୍ଟିର ପୁନଃଗଠନର ପ୍ରେରଣା କମ୍ରେଡ ବିନୋଦ ମିଶ୍ରଙ୍କ ର ସେହି ଶେଷକଥାରୁ ମିଳିଥାଏ ଯେଉଁଥିରେ ସେ ପାର୍ଟିକୁ ଜୀବନ୍ତ କରି ରଖିବା,

ଜନଗଣଙ୍କ ସହିତ ଘନିଷ୍ଠ ରୂପରେ ଯୋଡି ହୋଇ ରହିବା,ଏହାର ସ୍ୱାର୍ଥକୁ ବଜାୟ ରଖିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରିବା ପାଇଁ ନିବେଦନ କରିଥିଲେ । ଜନଗଣଙ୍କ ସହିତ ପାର୍ଟିର ଜୀବନ୍ତ ସଂଯୋଗ, ଜନଗଣଙ୍କ ଉପରେ ନିର୍ଭରତା ଏବଂ ବିଭିନ୍ନ ସଂଘର୍ଷରେ ଜନଗଣଙ୍କର ସାହସିକ ଏକତ୍ରୀକରଣ, ପାର୍ଟିର ନେତୃତ୍ୱକାରୀ ଭୂମିକା ହେଉଛି ପାର୍ଟି ବିକାଶର ଚାବିକାଠି । କମ୍ରେଡ ବିନୋଦ ମିଶ୍ରଙ୍କନେତୃତ୍ୱରେ ପାର୍ଟି ନିଜର ସ୍ୱତନ୍ତ୍ର ଭୂମିକା, ପ୍ରୟାସ ଏବଂ ପରିଚୟକୁ ସୁଦୃଢ କରିବ୍ୟାପକ କ୍ଷେତ୍ରର ଲୋକ ତଥା ସଂଗଠନ ଭିତରୁ ସହଯୋଗୀ ପ୍ରସ୍ତୁତ କରିବାର ଏକ ପ୍ରଭାବଶାଳୀ ମୋର୍ଚ୍ଚା ପ୍ରସ୍ତୁତ କରିବାର ରଣନୀତି ବିକଶିତ କରିଥିଲା ।
ପାର୍ଟିର ସ୍ୱତନ୍ତ୍ର ଶକ୍ତି ଏବଂ ଭୂମିକାକୁ ବିଭିନ୍ନ ମାର୍ଗରେ ସଶକ୍ତ କରିବା ପାଇଁ ସେହି ସଂଯୁକ୍ତମୋର୍ଚ୍ଚାର ନୀତି ବିକଶିତ କରି ଲାଗୁ କରିବାପାଇଁ ପାର୍ଟିର କ୍ଷମତାକୁ ଆହୁରି ବୃଦ୍ଧି କରିବାର ଆବଶ୍ୟକତା ରହିଛି । ଯେତେବେଳେ ଆମେ ୨୦୨୪ର ଗୁରୁତ୍ୱପୂର୍ଣର୍ ନିର୍ବାଚନକୁ ଭେଟିବାକୁ ଯାଉଛୁ ଏବଂ ଫାସିବାଦୀ ଆକ୍ରମଣକୁ ବିରୋଧରେ ନିର୍ଣ୍ଣୟକ ପଦକ୍ଷେପ ନେବା ସହ ଏହି ବର୍ଷର ସଂକଳ୍ପ ଦିବସରେ ସୁଦୃଢ, ସଙ୍ଗଠିତ, ମୁକାବିଲା ପାଇଁ ତତ୍ପର ସଂଘର୍ଷଶୀଳ ଶକ୍ତି ଭାବରେ ନିଜର ସମ୍ପୂର୍ଣ୍ଣ ସଙ୍ଗଠନକୁ ନୂତନ ଶକ୍ତି ସହିତ ଛିଡା କରାଇବାର ସଂକଳ୍ପ ନିଆଯାଇଛି।
ବିଜେପି ହଟାଅ ଦେଶ ବଞ୍ଚାଅ ଗଣତନ୍ତ୍ର ବଞ୍ଚାଅ ଦେଶ ବଞ୍ଚlଅ ଅଧିକାରକୁ ବଜାୟ ରଖ,
ଆସ ଲଢିବା ଓ ଆମେ ଜିତିବା । ଉପସ୍ଥିତ ଥିଲେ ନରସିଂହ ମଣ୍ଡଳ – ସିଲବାନ ମଣ୍ଡଳ – ଅବସାଲମ ରଇତ – ଇସମିନ ରଇତ ନିବେଦକ ନରସିଂହ ମଣ୍ଡଳ ରାଜ୍ୟ କମିଟି ସଭ୍ୟ ସି ପି ଆଇ (ଏମଏଲ) ଲିବରେସନ ଗଜପତି ନୁଆଗଡ ଓଡ଼ିଶା.

No Result
View All Result