No Result
View All Result
୧୯ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :-> ଗଜପତି ଆର,ଉଦୟଗିରି ସଦର ମହକୁମାସ୍ଥିତ ଶିବ ମନ୍ଦିର ପଡିଆରେ ବ୍ଳକସ୍ତରୀୟ ଗଜପତି ଉତ୍ସବ ତଥା ଉଦୟ ମହୋତ୍ସବ ମହୋତ୍ସବ ଉଦ୍ଯାପିତ ହୋଇଛି । ଏହି ମହୋତ୍ସବ ଦୁଇଦିନ ଧରି ଅନୁଷ୍ଠିତ ହୋଇଥିଲା । ଉଦ୍ଯାପିତ ଉତ୍ସବରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜୀଲ୍ଲାପାଳ ବୀରେନ୍ଦ୍ର କୁମାର ଦାସ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଗୁଣନିଧି ନାୟକ, ସମ୍ମାନିତ ଅତିଥି ଭାବେ ଲକ୍ଷ୍ମୀନାରାୟଣ ଶବର, ବିଡିଓ ଲରିମନ ଖର୍ସେଲ, ତହସିଲଦାର ଯ୍ୟୋତିମୟ ଦାସ, ବ୍ଳକ ସହକାରୀ ନିର୍ବାହୀ ଯନ୍ତୀ ସିଦ୍ଧାର୍ଥ ଶଙ୍କର ତ୍ରିପାଠୀ , କୃଷି ବିଜ୍ଞାନ କେନ୍ଦ୍ର ବୈଜ୍ଞାନିକ ସଂଗ୍ରାମ ପରମଗୁରୁ, ଥାନା ଅଧିକାରୀ ପ୍ରଶାନ୍ତ ମଲ୍ଲିକ ପ୍ରମୁଖ ମଞ୍ଚାସୀନ ଥିଲେ ।

ପ୍ରଥମ ଦିନରେ ବ୍ଳକ ଅଞ୍ଚଳର କିଛି ସାମ୍ବାଦିକଙ୍କୁ ମାନପତ୍ର ସହ ଶିଲି ପ୍ରଦାନ କରିଥିଲ ଆଉ କିଛି ସାମ୍ବାଦିକ ନାମ ବ୍ଳକ ପ୍ରଶାସନ ଭୂଲିଯାଇ ସମ୍ମାନିତ ବାଦପଡିଥିଲେ ଏହାକୁ ନେଇ ଗ୍ରାମ ଆଲୋଚନା ପର୍ଯ୍ୟାଲୋଚନା ହେବାପରେ ବ୍ଳକପ୍ରଶାସନ ଚେତାପସି ଦୁତୀୟ ଦିନରେ ସେହି ସାମ୍ବାଦିକଙ୍କୁ ସମ୍ମାନିତ କରିବା ସହ ଅଉକିଛି ସରକାରୀ କର୍ମଚାରୀମାନଙ୍କୁ ସମ୍ମାନିତ କରିଥିଲେ ।
ଏହି କାର୍ଯ୍ୟକ୍ରମୁ ସମସ୍ତ ସରପଞ୍ଚ, ସମିତିସଭ୍ୟ/କନିଷ୍ଠ ଯନ୍ତୀ, ବ୍ଳକ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ବ୍ଳକ ସମସ୍ତ କନିଷ୍ଠ ଯନ୍ତୀ ଓ ବ୍ଳକର ସାମାଜିକ ଅଧିକାରୀ ପରିଚାଳନା ଏବଂ ବ୍ଳକ ବିପିସି ଅଶ୍ବିନୀ କୁମାର ସଡଙ୍ଗୀ ମଞ୍ଚ ପରିଚାଳନା ସହ ମହୋତ୍ସବରେ ଯୋଗଦେଇବା ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ ।


No Result
View All Result