୧୯ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଚିଲିକା :-> ଚିଲିକା ବ୍ଲକ୍ ଅନ୍ତର୍ଗତ ଆଙ୍କୁଲାଚଟି ସ୍ଥିତ ପଞ୍ଚୁ ପଲ୍ଲୀ ଭୀମ ବଳବନ୍ତରାୟ ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟ ରେ ସରକାର ଙ୍କ ପ୍ରବର୍ତ୍ତିତ ନୂତନ ଉନ୍ନତ ଅଭିଳାଷ -ଓଡିଶା କାର୍ଯ୍ୟକ୍ରମ ରେ ଆଜି ସାଂସ୍କୃତିକ ପର୍ଯ୍ୟାୟ ରେ ସାହିତ୍ୟିକ ଵିଭାଵ ତର୍କ, କବିତା ଆବ୍ରୃତ୍ତି ଓ ସାହିତ୍ୟିକ ସମୀକ୍ଷା ପ୍ରତିଯୋଗିତା ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସମ୍ପନ୍ନ ହୋଇ ଯାଇଛି । ପ୍ରାରମ୍ଭରେ ନାଟ୍ୟକାର ତଥା କବି ଭିକାରୀ ଚରଣ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଜଗନ୍ନାଥ ଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ୟ ଓ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମ ର ଶୁଭ ଉଦଘାଟନ କରିଥିଲେ। ଏହାପରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଉପରୋକ୍ତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମ ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପିକା ବସନ୍ତ ମଞ୍ଜରୀ ଦାଶ ଙ୍କ ସମେତ କ୍ରୀଡା କାର୍ଯ୍ୟକ୍ରମ ଅଧିକାରୀ ସତ୍ୟ ନାରାୟଣ ମିଶ୍ର, ସାମାଜିକ କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ରବି ଶଙ୍କର ହୋତା ପ୍ରମୁଖ ଉପସ୍ଥିତ ଥିଲେ । ଅଧ୍ୟାପକ ସଂଗ୍ରାମ କେଶରୀ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପିକା ମମତା ମହାପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ରେ ସହାୟତା ପ୍ରଦାନ କରିଥିଲେ ପ୍ରଦୀପ କୁମାର ବଳବନ୍ତ ରାୟ, ପ୍ରଶାନ୍ତ କୁମାର ମଙ୍ଗରାଜ ଏବଂ ବିପିନ ବିହାରୀ ସାମନ୍ତରାୟ।