ବିଭିନ୍ନ ପ୍ରତିଯୋଗିତାରେ ୨୫୦୦ରୁ ଊର୍ଦ୍ଧ୍ବ ପ୍ରତିଯୋଗୀ ସାମିଲ

୧୯ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କୋରାଇ :-> ବ୍ୟାସନଗର ସ୍ଥିତ ଇନ୍ଦିରା ଗାନ୍ଧୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ ନୂଆ-ଓ’ର ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ ମଙ୍ଗଳବାର ଉଦ୍ଯାପିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠାନର ଅଧ୍ୟକ୍ଷା ପଙ୍କଜିନୀ ପାଣିଙ୍କ ଅନୁଷ୍ଠିତ ସଭାରେ ସଭାପତି କରି ‘ନୂଆ ଓଡିଶା ଓ ନବୀନ ଓଡ଼ିଶା ତଥା ‘ନୂଆ ଓ’ କାର୍ଯ୍ୟକ୍ରମ ସଂପର୍କରେ ଅଭିଭାଷଣ ପ୍ରଦାନ କରିଥିଲେ ।

ମୁଖ୍ୟଅତିଥି ଭାବେ କୋରାଇ ବିଧାୟକ ଅଶୋକ କୁମାର ବଳ ଯୋଗଦେଇ ରାଜ୍ୟ ସରକାରଙ୍କ ଏହି ଯୋଜନା ମାଧ୍ୟମରେ ଯୁବପୀଢି କ୍ରୀଡା, ସାଂସ୍କୃତିକ ଓ ସାମାଜିକ କ୍ଷେତ୍ରରେ ଦକ୍ଷତା ପ୍ରତିପାଦନ କରି ଜାତୀୟ ସ୍ତରରେ ସୁନାମ ଅର୍ଜନ କରିବା ଲାଗି ମୁଖ୍ୟମନ୍ତ୍ରୀଙ୍କର ଏହା ଏକ ଅଭିନବ ପ୍ରୟାସ ବୋଲି ବକ୍ତବ୍ୟ ପ୍ରସଙ୍ଗରେ କହିଥିଲେ ।

ସମ୍ମାନିତ ଅତିଥିଭାବେ ବ୍ୟାସନଗର ପୌରପାଳିକାର ଉପନଗରପାଳ ସୁବାସ ଚନ୍ଦ୍ର ବଳ, ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ରତ୍ନାକର ଜେନା ଯୋଗଦେଇ ଛାତ୍ରୀମାନେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଦକ୍ଷତା ପ୍ରତିପାଦନ କରିବାକୁ ସକ୍ଷମ ହୋଇଥିଲେ ।

କାର୍ଯ୍ୟକ୍ରମର ନୋଡାଲ ଅଧିକାରୀ ଅଧ୍ୟାପକ ଚିତରଞ୍ଜନ ବଳ ୨୮ଦିନ ଧରି ଅନୁଷ୍ଠିତ ଏହି ନୂଆଓ କାର୍ଯ୍ୟକ୍ରମର ସାମାଜିକ, ସାଂସ୍କୃତିକ ଓ କ୍ରୀଡା ପ୍ରତିଯୋଗିତା ରେ ୨୫୦୦ରୁ ଊର୍ଦ୍ଧ୍ବ ପ୍ରତିଯୋଗୀ ଅଂଶ ଗ୍ରହ କରି ପ୍ରତିଭାର ପରାକାଷ୍ଠା ପ୍ରଦର୍ଶିତ କରିଥିଲେ ବୋଲି ବିବରଣୀ ପ୍ରସଙ୍ଗର ସୂଚନା ଦେଇଥିଲେ ।

ଅନ୍ୟାମନଙ୍କ ମଧ୍ୟରେ କ୍ରୀଡା ସଂଯୋଜିକା ଅଧ୍ୟାପିକା ଦୀପ୍ତିମୟୀ ରାଉତ, ସାମାଜିକ କାର୍ଯ୍ୟ ସଂଯୋଜିକା ଦେବଯାନୀ ଦାସ ଓ ସାଂସ୍କୃତିକ ସଂଯୋଜିକା ଅନିମା ପ୍ରଧାନ ପ୍ରମୁଖ ଯୋଗ ଦେଇ ବିଭାଗୀୟ ତଥ୍ୟ ପ୍ରଦାନ କରିଥିଲେ । ଅଧ୍ୟାପିକା ମମତାମୟୀ ଦାସ ଅତିଥ୍ ପରିଚୟ ପ୍ରଦାନ କରିଥିଲା ବେଳେ ଅଧ୍ୟାପକ ଜ୍ୟୋତିପ୍ରକାଶ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

ପ୍ରାରମ୍ଭରେ ଛାତ୍ରୀମାନଙ୍କ ଦ୍ବାରା ସ୍ବାଗତ ସଂଗୀତ ଓ ଶାସ୍ତ୍ରୀୟ ନୃତ୍ୟ ପରିବେଶଣ କରାଯାଇଥିଲା । ଏହି ଅବସରରେ କୃତିତ୍ବ ଅର୍ଜନ କରିଥିବା କୃତୀ ପ୍ରତିଯୋଗୀଙ୍କୁ ଅତିଥିଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା । ପୁରସ୍କାର ବିତରଣର ଉତ୍ସବ ଅଧ୍ୟାପିକା ରାଜଲକ୍ଷ୍ମୀ ଦାସଙ୍କ ସଂଚାଳନାରେ ପ୍ରାଧ୍ୟାପିକା ଲଳିତା ସାହୁ,

ଅଧ୍ୟାପକ ସୁବାସଚନ୍ଦ୍ର ସ୍ବାଇଁ, ଗୋବର୍ଦ୍ଧନ ନାୟକ, ହୃଷିକେଶ ତ୍ରିପାଠୀ ପ୍ରମୁଖ ସହାୟତା କରିଥିଲେ । କାର୍ଯ୍ୟକ୍ରମକୁ ଅଧ୍ୟାପିକା ମାନସୀ ବେହେରା, ଡକ୍ଟର ହିରଣ୍ୟମୟୀ ମିଶ୍ର, ଇପାଞ୍ଜଳୀ ନାୟକ, ଆନନ୍ଦମୟୀ ସାହୁ, ବବିତା ନାୟକ, ଅଶୋକ ଦାସଙ୍କ ସମେତ କଲ୍ୟାଣୀ ପରିଡା, କ୍ଷିରୋଦ ରାଉତ, ଶିବପ୍ରସାଦ ଦାସ, ବସନ୍ତ ସେଠୀ, ସୁକାନ୍ତୀ ଦାସ, ସତ୍ୟଭାମା ସ୍ବାଇଁ,

ପ୍ରଦୀପ ଦାସ, ରମେଶ ସ୍ବାଇଁ, ବିନାୟକ ପାଢୀ, ଅଶୋକ ଭଞ୍ଜ , ଜୟପ୍ରକାଶ ଦାସ, ଅଚ୍ୟୁତ ମଲିକ ପ୍ରମୁଖ +୨ ଓ +୩ର ଅଧ୍ୟାପକ/ଅଧ୍ୟାପିକା ଓ କର୍ମଚାରୀମାନେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ ସମସ୍ତ ଛାତ୍ରୀଙ୍କ ସମେତ ସ୍ଥାନୀୟ ଅଂଚଳର କାଉନସିଲର, ବୁଦ୍ଧିଜୀବୀ, ଅଭିଭାବକ ଓ ଅଂଚଳବାସୀ ସାମିଲ ହୋଇଥିଲେ ।















