ବରଗଡ଼ ଆଞ୍ଚଳିକ କୃଷି ଯନ୍ତ୍ରପାତି ମେଳା : ଜିଲ୍ଲାର ଚାଷୀମାନଙ୍କ ଉପସ୍ଥିତିରେ – ଶୁଭ ଉଦଘାଟିତ ହୋଇଯାଇଛି 

୧୮ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବରଗଡ଼ :-> ଆଞ୍ଚଳିକ କୃଷି ଯନ୍ତ୍ରପାତି ମେଳା ସ୍ଥାନୀୟ ଜର୍ଜ ଉଚ୍ଚ ବିଦ୍ୟାଳୟ ପଡ଼ିଆ ଠାରେ ବିଭିନ୍ନ ଜିଲ୍ଲାର ଚାଷୀମାନଙ୍କ ଉପସ୍ଥିତିରେ ଶୁଭ ଉଦଘାଟିତ ହୋଇଯାଇଛି। ମନ୍ତ୍ରୀ, ହସ୍ତତନ୍ତ, ହସ୍ତଶିଳ୍ପ ଓ ବୟନ ଶିଳ୍ପ ଶ୍ରୀମତୀ ରୀତା ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଶ୍ରୀ ଦେବେଶ ଆଚାର୍ଯ୍ୟ, ବିଧାୟକ ତଥା ଯୋଜନା ବୋର୍ଡ ଅଧ୍ଯକ୍ଷ, ବରଗଡ଼, ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ, ବିଧାୟିକା, ଅତାବିରା, ଶ୍ରୀ ପ୍ରଭାତ ଆଦିତ୍ୟ ମିଶ୍ର, ଅଧ୍ଯକ୍ଷ, ଆପିକଲ, ଶ୍ରୀମତୀ ମୋନିଷା ବାନାର୍ଜୀ, ଜିଲ୍ଲାପାଳ, ଶ୍ରୀ ଲଲାଟ ଲୁହା, ଅତିରିକ୍ତ ଜିଲ୍ଲାପାଳ, ବରଗଡ, ମୁଖ୍ୟ ଜନ୍ତ୍ରୀ, କୃଷି ବିଭାଗ, ଭୁବନେଶ୍ବର ପ୍ରମୁଖ ସମ୍ମାନିତ ଅତିଥି ଭାବରେ ମଞ୍ଚାସୀନ ଥିଲେ ।

ଚାଷୀ ଭାଇ ମାନଙ୍କୁ ବୈଜ୍ଞାନିକ ଜ୍ଞାନକୌଶଳ ପହଞ୍ଚାଇବା ଏହି ମେଳାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଜିଲ୍ଲାପାଳ ଶ୍ରୀମତୀ ବାନାର୍ଜୀ ତାଙ୍କ ଅଭିଭାଷଣରେ କହିଥିଲେ । ବରଗଡ଼ ଏକ କୃଷିପ୍ରଧାନ ଜିଲ୍ଲା । ଏହାର 80 ଭାଗ ଲୋକ କୃଷିକୁ ଜୀବିକା ଭାବରେ ଗ୍ରହଣ କରିଛନ୍ତି ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ମାଧ୍ୟମରେ ଉନ୍ନତ ପ୍ରଣାଳୀରେ ଚାଷ କରିବା ଦ୍ବାରା ଏବଂ ବିଭିନ୍ନ କୃଷି ଯନ୍ତ୍ରପାତିର ସାହାଯ୍ୟରେ ସେମାନେ ସୁବିଧାରେ ଚାଷ କାର୍ଯ୍ୟ କରିପାରିବା ସହିତ ତାଙ୍କର ଆର୍ଥିକ ମାନଦଣ୍ଡ ମଜଭୁତ ହୋଇ ପାରିବ ବୋଲି ସମସ୍ତ ଅତିଥି ମତବ୍ୟକ୍ତ କରିଥିଲେ ।

ଏହିଠାରେ ବିଭିନ୍ନ କୃଷି ଯନ୍ତ୍ରପାତି ଉପଲବ୍ଧ ହେଉଛି ଏବଂ ପ୍ରତ୍ୟେକ ଚାଷୀ ଉପକୃତ ହୋଇପାରିବେ ବୋଲି ମୁଖ୍ୟ ଅତିଥି ଶ୍ରୀମତୀ ରୀତା ସାହୁ ତାଙ୍କ ବକ୍ତବ୍ୟରେ କହିଥିଲେ । ଚାଷୀ ର ମାନଦଣ୍ଡ ଉନ୍ନତ କରିବାରେ ଏହା ସହାୟକ ହେବ ମେଳାରେ 50 ରୁ 75 ପ୍ରତିଶତ ରିହାତି ଦରରେ ଉପକରଣ ମିଳୁଛି ଚାଷୀ ଏହି ସୁବିଧାର ସଦ ଉପଯୋଗ କରନ୍ତୁ । ଆଗାମୀ 22 ତାରିଖ ପର୍ଯ୍ୟନ୍ତ 5 ଦିନ ଧରି ହେବାକୁ ଥିବା ଏହି ମେଳା ବରଗଡ଼, ସମ୍ବଲପୁର,

ବଲାଙ୍ଗିର, ସୋନପୁର ଓ ଝାରସୁଗୁଡା ଜିଲ୍ଲା ର ଚାଷୀ ମାନେ ଯୋଗ ଦେଇ ସେମାନଙ୍କ ର ଅନୁଭବ, ଅଭିଜ୍ଞତା ବାଣ୍ଟିବା ସହିତ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସେମିନାର, ଆଲୋଚନା ତଥା ପ୍ରଶିକ୍ଷଣର ଆୟୋଜନରେ ଅଂଶ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ଆଜି ବରଗଡ ଓ ସମ୍ବଲପୁର ଜିଲ୍ଲାର କୃଷି କାର୍ଯ୍ୟରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଚାଷୀମାନଙ୍କୁ ଅତିଥ୍ ମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା ଜିଲ୍ଲା କୃଷି ଅଧିକାରୀ, ଶ୍ରୀ ଅମୀୟ ସାହୁ ଏବଂ ତାଙ୍କ ଅଧିକାରୀ ଓ କର୍ମଚାରୀ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ।