No Result
View All Result
ଛୋଟିଆ କଥାରେ କିଳା ନେଲି
ଦୁର୍ନୀତି ଧରାପଡ଼ିଯିବା ଭୟରେ ବାର୍ଷିକ ଉତ୍ସବକୁ ସାମ୍ବାଦିକ ଙ୍କୁ ଡ଼ାକିନାହାନ୍ତି ପ୍ରଧାନ ଶିକ୍ଷକ

୧୮ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଦଶପଲ୍ଲା :-> ଦଶପଲ୍ଲା ବ୍ଲକ ଟାକରା ଠାରେ ରହିଛି ଆଦିବାସୀ କଲ୍ୟାଣ ବିଭାଗର ସରକାରୀ ଉଚ୍ଚ ବିଦ୍ୟାଳୟ । ଉକ୍ତ ବିଦ୍ୟାଳୟରେ ଗତକିଛିଦିନ ହେବ ପ୍ରଧାନ ଶିକ୍ଷକଙ୍କ ଦୁର୍ନୀତି ସମ୍ପର୍କରେ ଗଣମାଧ୍ୟମରେ ପ୍ରକାଶ ପାଇବାରେ ଲାଗିଛି । ନିଜର ଦୁର୍ନୀତି ଧରାପଡିଯିବା ଭୟରେ , ପ୍ରଧାନ ଶିକ୍ଷକ ନିଜେ ଦୋଷମୁକ୍ତ ହେବାପାଇଁ ଆଦିବାସୀ ବିଭାଗର ଛାତ୍ରଛାତ୍ରୀ ଙ୍କୁ ପବର୍ତ୍ତାଇ ଗଣମାଧ୍ୟମ ର କଣ୍ଠରୋଧ କରିବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ଆନ୍ଦୋଳନ ରେ ବସାଇଥିଲେ ।

ଏହି କଥା ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଅବଗତ ଥାଇ ମଧ୍ୟ କୈଣଷି ପଦକ୍ଷେପ ନେଉନ ଥିବା କଥା , ସର୍ବସାଧାରଣରେ ଚର୍ଚ୍ଚା ହେଉଛି। ଏହି ଘଟଣା କୁ ଲୋକଲୋଚନ ରୁ ଦୂରେଇ ରଖିବାପାଇଁ , ସୋମବାର ଏବଂ ମଙ୍ଗଳବାର ଦିନ ଛାତ୍ରଛାତ୍ରୀ ଙ୍କ ଜ୍ଞାନ କୌଶଳରେ ବିକାଶ ପାଇଁ ହେଉଥିବା ବାର୍ଷିକ ଉତ୍ସବ କୁ କୌଣସି ସାମ୍ବାଦିକ କୁ ଖବର ପ୍ରସାରଣ ନିମନ୍ତେ ଡାକିନାହାନ୍ତି ପ୍ରଧାନ ଶିକ୍ଷକ ।

ଅନ୍ୟ ପକ୍ଷରେ ବିଦ୍ୟାଳୟ ର CCA ଦିଲ୍ଲୀପ କୁମାର ମଲ୍ଲିକ ଙ୍କୁ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଟାକରା ହାଇସ୍କୁଲ ରୁ ଅନ୍ୟତ୍ର ବଦଳି କରିଥିବା ବେଳେ ରାଜନେତା ଙ୍କ ଶରଣ ପସି ପ୍ରଧାନ ଶିକ୍ଷକ ଦିଲ୍ଲୀପ ଙ୍କୁ ପୁନଶ୍ଚ ଟାକରା ହାଇସ୍କୁଲ ରେ ଅବସ୍ଥାପିତ କରିବା ପାଇଁ ପ୍ରୟାସ କରୁଥିବା ଚର୍ଚ୍ଚା ହେଉଥିବାବେଳେ ଆଜି ବାର୍ଷିକ ଉତ୍ସବ ରେ କୌଣସି ଗଣମାଧ୍ୟମ କୁ ସୂଚନା ନ ଦେଇଥିବା କଥା ମଧ୍ୟ ଚର୍ଚ୍ଚା ହେଉଛି ।

ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପ୍ରଧାନ ଶିକ୍ଷକ ଙ୍କ ବିଶୃଙ୍ଖଳିତ କାର୍ଯ୍ୟର ୧୫ ଦିନ ମଧ୍ୟରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବା କଥା ଗଣମାଧ୍ୟମ ସାମ୍ନାରେ କହିଥିବା ବେଳେ ଦୀର୍ଘ ୩ ମାସ ବିତଯାଇଥିଲେ ସୁଦ୍ଧା କୌଣସି ତଦନ୍ତ ନ ହେବା ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଙ୍କ ନିରବତା ଅଞ୍ଚଳରେ ଘୋର ଚର୍ଚ୍ଚା ର ବିଷୟ ପାଲଟିଛି ।


No Result
View All Result