୧୭ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଖୋର୍ଦ୍ଧା :-> ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଅମର ଜ୍ୟୋତି କ୍ଲବ ଆନୁକୂଲ୍ୟରେ ଦ୍ୱିତୀୟ ବାର୍ଷିକ ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟ ମଗଂଳା ବଜାର ଖେଳ ପଡିଆରେ ଅନୁଷ୍ଠିତ ହୋଇଯାଇଛି । ଏହି ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଦୁଇଦିନ ଧରି ଅନୁଷ୍ଠିତ ହୋଇଥିଲା । ଟୁର୍ଣ୍ଣାମେଣ୍ଟ ରେ ସମୁଦାୟ ୧୬ଟିମ ଟୁର୍ଣ୍ଣାମେଣ୍ଟ ରେ ଭାଗନେଇଥିଲେ । ଟୁର୍ଣ୍ଣାମେଣ୍ଟ ର ପ୍ରଥମ ଦିନରେ ଶିକ୍ଷାବିତ ତଥା ସମାଜସେବୀ ଡଃ ପୂର୍ଣ୍ଣଚନ୍ଦ୍ର ଦାଶ,ବିଜେପି ନିରାକାରପୁର ମଣ୍ଡଳ ସଭାପତି ଆଲୋକ ରଂଜନ ଛୋଟରାୟ ଓ ସ୍ଥାନୀୟ ସରପଞ୍ଚ କାଦମ୍ବିନୀ ବେହେରା

ଆନୁଷ୍ଠାନିକ ଭାବରେ ଖେଳକୁ ଉଦଘାଟନ କରିଥିବା ବେଳେ ଦ୍ୱିତୀୟ ଦିନରେ ବିଜେପି ର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ବିଜେପି ର ବରିଷ୍ଠ ନେତା କାଳୁଚରଣ ଖଣ୍ଡାୟତରାୟ ଓ ନିରାକାରପୁର ସାମ୍ବାଦିକ ସଂଘର ସମସ୍ତ ସାମ୍ବାଦିକ ମାନେ ଖେଳକୁ ଉଦଘାଟନ କରି ପଡିଆ ମଧ୍ୟରେ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ।

ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଦେଖିବାକୁ ଶତାଧିକ ଦର୍ଶକ ଉପସ୍ଥିତ ରହି ଖେଳକୁ ଉପଭୋଗ କରିଥିଲେ ଏବଂ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ନିରାକାରପୁର ର ବିଶିଷ୍ଟ ବ୍ୟବସାୟୀ ସୁଶାନ୍ତ କୁମାର ସେନାପତି ଦିବାରାତ୍ର କ୍ରିକେଟ ଖେଳକୁ ସୁଚାରୁରୂପେ ସଂପାଦନ କରିଥିଲେ ।














