No Result
View All Result
୧୭ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ :-> ବଲାଙ୍ଗୀର ଜିଲ୍ଲା ପାଟଣଗଡ ଥାନା ୪୨ ନମ୍ବର ରାଜ୍ୟ ରାଜପଥରୁ ମାତ୍ର ୮ କିଲୋମିଟର ଦୂରତାରେ ଥିବା ସରମୁହାଣ ବସଷ୍ଟାଣ୍ଡ ର ଅନିତ ଦୂରରେ ଥିବା ଏସବିଆଇ ଏଟିଏମ୍ ରୁ ଗତକାଲି ରାତ୍ରିସମୟରେ ଏଟିଏମ୍ ଭାଙ୍ଗି ଦୁବୃତ୍ତ ମାନେ ୭ ଲକ୍ଷ ଟଙ୍କା ଚୋରାଇ ନେଇଥିବା ଜଣାପଡିଛି । ସକାଳେ ବସଷ୍ଟାଣ୍ଡକୁ ଆସୁଥିବା କିଛି ଯାତ୍ରି ଏହା ଦେଖି ତାଜୁବ ହେବାସହ ପୁଲିସକୁ ଖଵର ଦେଇଥିଲେ । ପୁଲିସ ବିଲମ୍ବ ରେ ଆସି ଏହାର ଛାନଭିନ ଜାରିରଖିଛି ।

ତେବେ ଏବିଷୟରେ ଏସଡିପିଓ ଓ ଥାନା ଅଧିକାରୀ ଙ୍କୁ ବାରମ୍ବାର ଫୋନ ଯୋଗେ ଯୋଗାଯୋଗ ପରେ ମଧ୍ୟ ଉଭୟେ କଲ ଗ୍ରହଣ କରିନଥିଲେ । ତେବେ ଗତ କିଛି ମାସ ପୁର୍ବରୁ ଏହି ୪୨ ନମ୍ବର ରାଜ୍ୟ ରାଜପଥରେ ଚୁଡାପାଲି ଠାରୁ ପାଟଣାଗଡ ଭିତରେ ତଥା ସରମୁହାନ,ଭଇଁଷା , ଧୁବଲପଡା,ଉଲବା ଅଞ୍ଚଲରେ ମଧ୍ୟ ସମୟ ସମୟରେ ପ୍ରାୟତଃ ଛୋଟ ମୋଟ ଧରଣର ଡକାୟତି ମଧ୍ୟ ହୋଇଆସୁଅଛି ।

ଯାହାକୁନେଇ ଅଞ୍ଚଳବାସି ଏହି ଅଞ୍ଚଲରେ ଏକ ପୁଲିସ ଫାଣ୍ଡି ଖୋଲିବା ସହ ପୁଲିସର ପେଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରିବାକୁ ଅଭିଯୋଗ ମାନ କରିଆସୁଥିଲେ । ତେବେ ଆଜି ପୁଲିସର ଅପାରଗତା ଓ ପେଟ୍ରୋଲିଂ ବ୍ୟବସ୍ଥା ଉପରେ ଅଞ୍ଚଲ ବାସି ଅଙ୍ଗୁଲି ନିର୍ଦ୍ଦେଶ କରିଛନ୍ତି । ଏଥିପ୍ରତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଦୃଷ୍ଟି ଦେବାକୁ ସାଧାରଣରେ ଦାବିହେଉଛି ।

No Result
View All Result