No Result
View All Result
୧୭ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାରଳାଖେମୁଣ୍ଡି :-> ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଜି ଶନିବାର ଦିନ ଜିଲ୍ଲା ସାମ୍ବାଦିକ ମାନେ ଡି ସି ପି ଓ ଙ୍କ ବିରୋଧରେ ଅଭିଯୋଗ କରିଥିବା ଦେଖିବାକୁ ମିଳିଛି। ସୂଚନା ପ୍ରକାରେ ଗତ ଦିନରେ ହୋଇଥିବା ସ୍ୱର୍ଗି ଫୁଲ କାର୍ଯ୍ୟକ୍ରମରେ ସାମ୍ବାଦିକ ଦିଲିପ ଶତପଥୀଙ୍କୁ ଅସମ୍ମାନ କରିଥିବା ନେଇ ସାମ୍ବାଦିକ ଜଣଙ୍କ ଅଭିଯୋଗ କରିଥିଲେ। ଯାହାକୁ ନେଇ ଆଜି ବରିଷ୍ଠ ସାମ୍ୱାଦିକ ଶ୍ରୀ ଗରୁଡ ଧ୍ଵଜ ଚୌଧୁରୀ, ତାରିଣୀ ପ୍ରସାଦ ପଣ୍ଡାଙ୍କ ନେତୃତ୍ଵରେ ସାମ୍ବାଦିକ ରଶ୍ମିରଞ୍ଜନ ମିଶ୍ର, ସନ୍ତୋଷ ପଟ୍ଟନାୟକ, କୃଷ୍ଣ କୁମାର ବେହେରା, ଶିଶିର ଗୌଡ଼ ବାଦଲ ବର୍ଦ୍ଧନ,

ବିଜୟ ଗୌଡ଼ ଦିଲୀପ କୁମାର ଶତପଥୀ ଆଲୋକ ବୋଷ, ଜଗଦୀଶ ପଣ୍ଡା, ଅମିତ୍ ପଟ୍ଟନାୟକ ସୁଜିତ୍ ବିଷୋୟୀ, ପ୍ରଭାତ ପାତ୍ର ରମେଶ ପାତ୍ର ପ୍ରମୁଖ ଜିଲ୍ଲାର ସାମ୍ବାଦିକ ମାନେ ଗଜପତି ଜିଲାପାଳ ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନଙ୍କୁ ଭେଟି ଡି ସି ପି ଓଙ୍କ ବଦଳି କରିବା ନେଇ ଏକ ଦାବି ପତ୍ର ପ୍ରଦାନ କରିଥିଲେ। ଏହାକୁ ନେଇ ଜିଲ୍ଲାପାଳ ଶ୍ରୀ ପ୍ରଧାନ ସାମ୍ବାଦିକ ମାନଙ୍କ ସହ ଆଲୋଚନା କରି ଗଜପତି ଉତ୍ସବ ପରେ ଏ ନେଇ ଏକାଠି ବସି ଏଭଳି ପରିସ୍ଥିତି ଯେପରି ଆଗକୁ ନଘଟିବ ତାକୁ ନେଇ ସାମ୍ବାଦିକ ମାନଙ୍କ ସହ ଆଲୋଚନା କରି ପଦକ୍ଷେପ ନିଆଯିବ ପ୍ରତିଶ୍ରୁତି ଦେଇଥିଲେ ଏ ଅବସରରେ ଜିଲ୍ଲାର ସମସ୍ତ ସାମ୍ବାଦିକ ମାନେ ଉପସ୍ଥିତ ଥିଲେ।


No Result
View All Result