ଦ୍ଵିତୀୟ ତମ ବାର୍ଷିକୋତ୍ସବ “ଆବିଷ୍କାର” ଅନୁଷ୍ଠିତ ହୋଇଯାଇଛି

୧୭ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବରଗଡ଼ ଜିଲ୍ଲା :-> ବରଗଡ଼ ଜିଲ୍ଲା ବରଡୋଲ ଗ୍ରାମ ରେ ଥିବା ଡି.ଆଇ.ଆଇ.ଟି ଅନୁଷ୍ଠାନ ର ଦ୍ଵିତୀୟ ତମ ବାର୍ଷିକୋତ୍ସବ “ଆବିଷ୍କାର” ଅନୁଷ୍ଠିତ ହୋଇଯାଇଛି । ଅତିଥିଙ୍କ ଦ୍ୱାରା ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । ଅଥିତିମାନଙ୍କ ସ୍ବାଗତ ନିମନ୍ତେ ଛାତ୍ରଛାତ୍ରୀ ସ୍ବାଗତ ସଙ୍ଗୀତ ଗାନ କରିଥିଲେ। ଶ୍ରୀଯୁକ୍ତ ଉମା ମହାରଣା ବାର୍ଷିକ ବିବରଣୀ ପାଠ କରିବାସହ ଶ୍ରୀଯୁକ୍ତ ବାବୁଲାଲ ପଧାନ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ । ଅନୁଷ୍ଠାନ ର ନିର୍ଦ୍ଦେଶକ ଦେବଦତ୍ତ ପଧାନ ସଭାପତି ଭାବରେ ମଞ୍ଚ ସଭାପତିତ୍ବ କରିଥିଲେ ।

ମୁଖ୍ୟବକ୍ତା ଭାବରେ ଭଟଲି ବି.ଇ.ଓ ଶ୍ରୀଯୁକ୍ତ ସରୋଜ କୁମାର ଭୁଏ, ସମ୍ମାନୀତ ଅତିଥି ବରଡୋଲ ଗ୍ରାମପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ଦୀପାଞ୍ଜଳି କୁମ୍ଭାର ଓ ବରଗଡ ସାମାଜିକ ସଂଗଠନ ସଂକଳ୍ପ ପରିବାର ର ସକ୍ରିୟ ସଦସ୍ୟ ଶ୍ରୀମାନ ନିଲେଶ ପ୍ରଧାନ ଏବଂ ମୁଖ୍ୟ ଅତିଥି ଭାବରେ ସମିତି ସଭ୍ୟା ଶ୍ରୀମତୀ ରୁକ୍ମଣୀ ସେଠ୍ ଙ୍କ ଅନୁପସ୍ଥିତି ରେ ତାଙ୍କର ର ପତି ରବୀନ୍ଦ୍ର ସେଟ୍ ଉପସ୍ଥିତ ହୋଇଥିଲେ ଓ ସାମ୍ବାଦିକ ଶ୍ରୀଯୁକ୍ତ ନୃସିଂହ ଚରଣ ସାହୁ ପ୍ରମୁଖ ଯୋଗଦାନ କରି ଛାତ୍ରଛାତ୍ରୀ ମାନଙ୍କୁ ଅଭିଭାଷଣ ପ୍ରଦାନ କରିଥିଲେ।

ଅତିଥିମାନଙ୍କ ଦ୍ଵାରା ବକୃତା,ରଚନା,ଚିତ୍ରାଙ୍କନ ଇତ୍ୟାଦି ବିଭିନ୍ନ ପ୍ରତିଯୋଗିତା ମାନଙ୍କର ପୁରସ୍କାର ବିତରଣ କରି ଛାତ୍ରଛାତ୍ରୀ ମାନଙ୍କୁ ପ୍ରୋତ୍ସାହିତ କରାଯାଇଥିଲା ଏବଂ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ଭିନ୍ନ ଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷିତ ହୋଇଥିଲା।ପରିଶେଷରେ ଶ୍ରୀଯୁକ୍ତ ବାବୁଲାଲ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ ବିଶେଷ ଭାବରେ ଡି.ଆଇ. ଆଇ.ଟି ଅନୁଷ୍ଠାନ ର କାର୍ଯ୍ୟକର୍ତା ମାନେ ସହଯୋଗ କରିଥିଲେ ।