ଓଡିଶା ତାଜା ନ୍ୟୁଜ୍ (୧୮ ଜୁଲାଇ ଶନିବାର ),ରିପୋର୍ଟ ସୋନାଲି, ଭୁବନେଶ୍ୱର :- ଜୁଲାଇ ୩୧ ପର୍ଯ୍ୟନ୍ତ ଭୁବନେଶ୍ଵର ସହରରେ ଗଡ଼ିବନି ‘ମୋ ବସ୍’। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗତକାଲି ରାତି ୯ଟାରୁ ଜୁଲାଇ ୩୧ ତାରିଖ ମଧ୍ୟରାତି ପର୍ଯ୍ୟନ୍ତ ଲକଡାଉନ୍ କଟକଣା ଜାରି ହୋଇଛି ।
ତାହାକୁ ଦୃଷ୍ଟିରେ ରଖି ଏହି ସମୟ ମଧ୍ୟରେ ‘ମୋ ବସ୍’ ସେବା ବନ୍ଦ ରହିବ ବୋଲି କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନପୋର୍ଟ (କ୍ରୁଟ୍) ପକ୍ଷରୁ ସୂଚନା ଦିଆଯାଇଛି । ତେବେ ବିମାନବନ୍ଦର ଓ ରେଳ ଷ୍ଟେସନକୁ ରାଜ୍ୟ ତଥା ଦେଶ ବାହାରୁ ଆସି ପହଞ୍ଚୁଥିବା ଯାତ୍ରୀଙ୍କୁ ସେବା ଯୋଗାଇଦେବା ପାଇଁ ସଟଲ୍ ସେବାର ବ୍ୟବସ୍ଥା ହୋଇଛି ।