ଓଡିଶା ତାଜା ନ୍ୟୁଜ୍ (୧୮ ଜୁଲାଇ ଶନିବାର ) କଟକ, ମାହାଙ୍ଗା :- ସଟ ଡାଉନ ଓ ଲକ ଡାଉନ ସମୟରେ ବିଭିନ୍ନ ବାଲି ସଇରାତ ଓ ପଥର ଖାଦାନ ରୁ ବେ ଆଇନ ବାଲି ଗୋଡି ଚାଲାଣ ହେଊଥିଲା ବେଳେ କଟକ ଜିଲ୍ଲାପାଳ ଙ୍କ ନିର୍ଦେଶ କ୍ରମେ ମାହାଙ୍ଗା ତହସିଲଦାର ଚିତ୍ତରଞ୍ଜନ ପଟ୍ଟନାୟକ ଏନ୍ଫୋର୍ସମେଣ୍ଟ ସ୍କ୍ୱାଡ଼ ସାହାଯ୍ୟରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୬ ଟି ବାଲି ଗୋଡି ବୋଝେଇ ହାଇୱା ଓ ଟ୍ରାକ୍ଟର କୁ ଯାଞ୍ଚ କରିବା ସହ ସେମାନଙ୍କ
କାଗଜ ପତ୍ର ଠିକ ନଥିବାରୁ ସେଗୁଡିକୁ ଜବତ କରିବା ସହ ଜୋରିମାନା ଆଦାୟ କରିଛନ୍ତି । ଏହି ଚଢ଼ାଉ ରେ ଅତିରିକ୍ତ ତହସିଲଦାର ଦିଲୀପ ନାୟକ , ବାବୁରାମ ମୁର୍ମୁ ରାଜସ୍ବ ନିରୀକ୍ଷକ କ୍ଷୀରୋଦ ସାହୁ, କିରାଣୀ ଅମୁଲ୍ୟ ଜେନା ସମେତ ତହସିଲର ଅନ୍ୟ କର୍ମଚାରିମାନେ ସାମିଲ ହୋଇଥିଲେ । ଗୋଟେ ଗୋଟେ ହାଇୱା ଗାଡ଼ିରୁ ତିରିଶ ରୁ ଚାଳିଶ ହଜାର ଟଙ୍କା ଲେଖାଏଁ ଜୋରିମାନା ଆଦାୟ କରାଯାଇଥିବା ଜଣାଯାଇଛି । (ରିପୋର୍ଟ- ଲଷ୍ମୀଧର ଖୁଣ୍ଟିଆ)