୧୫ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଖୋର୍ଦ୍ଧା :-> କବି ପ୍ରସନ୍ନ ପାଟ୍ଟଶାଣୀ ଆଚଂଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମଳିପଡା ଠାରେ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି । ଉଦଯାପିତ ଦିବସରେ ଉଚ୍ଚ ବିଦ୍ୟାଳୟର ଅଧ୍ୟକ୍ଷଙ୍କ ସଭାପତିତ୍ୱ ରେ ମୂଖ୍ୟଅତିଥି ଭାବରେ ସଦସ୍ୟ ରାଜ୍ୟ ଯୋଜନା ବୋର୍ଡ ତଥା ପୂର୍ବତନ ଭୂବନେଶ୍ୱର ସାସଂଦ କବି ଡଃ ପ୍ରସନ୍ନ କୁମାର ପାଟ୍ଟଶାଣୀ ଯଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବରେ ଖୋର୍ଦ୍ଧା ବିଧାୟକ ଜୋତିନ୍ଦ୍ରନାଥ ମିତ୍ର ଓସମ୍ମାନୀତ ଅତିଥି ଭାବରେ ସ୍ଥାନୀୟ ସରପଞ୍ଚ ସୋନାଲି ଶ୍ରୀଚନ୍ଦନ,
ବିଦ୍ୟାଳୟ ପ୍ରତିଷ୍ଠାତା ତଥା ସମାଜସେବୀ ଦୁଃଶାସନ ଗୁମାନସିଂହ ପ୍ରମୁଖ ଯୋଗଦେଇଥିଲେ।ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନେ ମାନପତ୍ର ଓ ଅର୍ଥରାଶି ଦେଇ ସମ୍ମାନିତ କରିଥିଲେ । ଆଗାମୀ ଦିନରେ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ କୁ ଆହୁରି ସରସ ସୁନ୍ଦର କରାଯିବାକୁ ସ୍ଥିର ହୋଇଥିବା ଜଣାପଡିଛି ।