୧୫ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କନ୍ଧମାଳ :-> କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ ଅନ୍ତର୍ଗତ ବନ୍ଧଗଡ ଠାରେ ଗୋଷ୍ଠୀ ବେତାର କେନ୍ଦ୍ର ରେଡିଓ ସ୍ୱାତୀ ୯୦.୮ ଲୋକାର୍ପିତ ହୋଇଯାଇଛି । କନ୍ଧମାଳ ଜିଲ୍ଲା ପରିଷଦ ସଭାପତି ସୁଶ୍ରୀ ନନ୍ଦିନୀ ମଲ୍ଲିକ ମୂଖ୍ୟ ଅତିଥି ଭାବରେ ଯୋଗ ଦେଇ ରେଡିଓ ସ୍ୱାତୀ ର ଲୋଗୋ, ଷ୍ଟୁଡିଓ ଓ କାର୍ଯ୍ୟକ୍ରମର ଲୋକାର୍ପିତ କରିଥିଲେ । ଏହି ଅବସରରେ ବକ୍ରବ୍ୟ ଦେଇ ସେ କହିଲେ ଯେ, ସ୍ଵେଚ୍ଛାସେବୀ ସଂସ୍ଥା ସ୍ବାତୀ କନ୍ଧମାଳର ଉନ୍ନତୀରେ ନିରନ୍ଧର ଭାବେ କାମ କରି ଆସୁଛି । ରେଡିଓ ସ୍ୱାତୀ କନ୍ଧମାଳର ଶିକ୍ଷା, ସ୍ବାସ୍ଥ୍ୟ, ଜୀବନଜୀବିକାର ବିକାଶ କ୍ଷେତ୍ରରେ ଏକ ପ୍ରମୂଖ ଭୂମିକା ଗ୍ରହଣ କରିବା ବୋଲି କହିଥିଲେ । ସରକାରଙ୍କ ଯୋଜନାକୁ ଲୋକଙ୍କ ନିକଟରେ ପହଂଚାଇବାରେ ସ୍ବାତୀ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ସେ ମତବ୍ୟକୁ କରିଥିଲେ ।

ସନ୍ନମାନିତ ଅତିଥି ରୂପେ ଫୁଲବାଣୀ ଉପଜିଲ୍ଲାପାଳ ଜ୍ୟୋତିରଂଜନ ରାୟଯୋଗଦେଇ ସରକାରୀ କଳର କର୍ମଚାରୀ ମାନେ ସରକାରଙ୍କ ଯୋଜନା ସବୁକୁ ଲୋକଙ୍କ ନିକଟରେ ପହଂଚାଇ ପାରୁ ନାହାନ୍ତି । ରେଡିଓ ସ୍ୱାତୀ ଏ ଦିଗରେ ଅଗ୍ରଣୀ ଭୂମିକା ନେଉ ବୋଲି କହିଥିଲେ । ଓଡିଶା ଗୋଷ୍ଠୀ ବେତାର କେନ୍ଦ୍ରର ସଭାପତି ତଥା ଯାଜପୁର ରେଡିଓ ସ୍ବରାଜର ପ୍ରତିଷ୍ଠାତା, ଗାନ୍ଧୀବାଦୀ ସମାଜସେବୀ ଶେକ୍ ଅନ୍ଦ୍ରଲ ସଫିକ୍ ଯୋଗଦେଇ ରେଡିଓ ସ୍ବାତୀ ଲୋକମାନଙ୍କ ପାଇଁ, ଲୋକାମାନଙ୍କ ଦ୍ବାରା ଲୋକମାନଙ୍କର କାର୍ଯ୍ୟକ୍ରମ ପ୍ରସ୍ତୁତ କରି ପ୍ରସାରଣ କଲେ ଲୋକମାନେ ଉପକାର ପାଇ ପାରିବେ । ବିଶେଷ କରି କୁଇ ଭାଷାରେ କିଛି ଶ୍ରୋତାଙ୍କ ପାଇଁ କାର୍ଯ୍ୟକ୍ରମ ପ୍ରସାରଣ କରାଗଲେ ଗାଁରେ ରହୁଥିବା ମହିଳା ଓ ନିରକ୍ଷର ଲୋକମାନଙ୍କ ପାଇଁ ବିଶେଷ ଗ୍ରହଣୀୟ ହୋଇପାରିବ ବୋଲି କହିଥିଲେ ।

କାମାକ୍ଷା ନଗର ରେଡିଓ ବସୁଧାର ନିଦ୍ର୍ଦଶକ ଶିଶିର ଶତପଥ୍ ଯୋଗଦେଇ କନ୍ଧମାଳ ଜିଲ୍ଲାରେ ଗୋଷ୍ଠୀ ବେତାର କେନ୍ଦ୍ର ରେଡିଓ ସ୍ନାତୀ ଶିକ୍ଷା, ସ୍ବାସ୍ଥ୍ୟ ସହିତ ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମ ଓ ବିଦ୍ୟାଳୟ ପାଂ କ୍ରମ ଆଦି ପ୍ରସାରଣ କରି ଅଂଚଳର ବିକାଶରେ ପ୍ରମୂଖ ଗୁରୁଦାୟିତ୍ଵ ନେବେ ବୋଲି କହିଥିଲେ । ବାଲିଗୁଡା ରେଡିଓ ମହକର ରବିନାରାୟଣ ପଣ୍ଡା ଯେଉଁ ପର୍ଯ୍ୟନ୍ତ ରେଡିଓ ମହଳର କାର୍ଯ୍ୟକ୍ରମ ବାଳୁଛି ତାର ପରବର୍ତୀ ଅଂଚଳରୁ ଲୋକାମେ ବିଭିନ୍ନ ସରକାରୀ ସୂଚନା ପାଇବା ସହିତ ଲୋକକଳା ଓ ସଂସ୍କୃତିର ପ୍ରଚାର ପ୍ରସାର ହୋଇପାରିବ ବୋଲି କହିଥିଲେ ।

ଆଇନଜୀବି ତଥା ସାମଜସେବୀ ବିଜୟକୃଷ୍ଣ ପଟ୍ଟନାୟକ ସ୍ବାତୀ କନ୍ଧମାଳର ଉନ୍ନତୀରେ ଯେଉଁ ଭୂମିକା ନେଇ ଆସୁଥୁଲା ରେଡିଓ ସ୍ବାତୀ ତାକୁ ଆଗକୁ ନେବାରେ ସହାୟକ ହୋଇ ପାରିବ ବୋଲି କହିଥିଲେ ମୂଖ୍ୟ ଜିଲ୍ଲା କୃଷି ଅଧିକାରୀ ତୁଷାରକାନ୍ତ ସାମଲ, ଉଦ୍ୟାନକୃଷିର ଉପନିଦ୍ର୍ଦଶକ ରମାକାନ୍ତ ଗିରି, ଫିରିଙ୍ଗିଆ ସି.ଡି.ପି.ଓ ହରପ୍ରିୟା ମେହେର, ସ୍ଥାନୀୟ ସରପଂଚ ଓ ଅନ୍ୟାନ୍ୟ ଲୋକପ୍ରତିନିଧ ଏବଂ ସ୍ଥାନୀୟ ସାମ୍ବାଦିକ ମାନେ ଏହି ଉତ୍ସବରେ ଯୋଗ ଦେଇ ରେଡିଓ ସ୍ନାତୀର ଉତୋରତର ଉନ୍ନତୀ କାମନା କରିବା ସହ ଗୋଷ୍ଠୀର ଲୋକମାନେ ଏହାର ଦାୟିତ୍ବ ନେଇ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ ।
ସାମ୍ବାଦିକ ଅଶୋଳ ମହାନ୍ତିଙ୍କ ସଂଯୋଜନାରେ ଅନିଷ୍ଠିତ କାର୍ଯ୍ୟକ୍ରମରେ ସ୍ବାତୀର ସଂପାଦକ ଇଂ ହରିଶଙ୍କର ରାଉତ ଉଦ୍ଘାଟନୀ ସଭାରେ ଯୋଗ ଦେଇଥିବା ପ୍ରତ୍ୟେକ ବ୍ୟକ୍ତି ରେଡିଓ ସ୍ବାତୀର ଆମ୍ବାସାଡର ହେବା ସହ କନ୍ଧମାଳର ସ୍ବର ରେଡିଓ ମାଧ୍ୟମରେ ପହଂଚାଇବାକୁ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ସ୍ନାତୀର କାର୍ଯ୍ୟକ୍ରମ ସଂଯୋଜକ ପ୍ରଦୀପ ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ବନ୍ଧଗତ ଠାରୁ ୧୫ କିଲୋମିଟର ବ୍ୟାସାର୍ଦ୍ଧରେ ୯୦.୮ ମେଗା ହର୍ସ ଯୋଗେ ରେଡିଓ ସ୍ବାତୀର କାର୍ଯ୍ୟକ୍ରମକୁ ଜନସାଧାରଣ ରେଡିଓ ମୋବାଇଲ୍ ଫୋନ୍, ଚାରିଚକିଆ ଗାଡି ଏଫ୍. ଏମ୍ ରେଡିଓ ଶୁଣି ପାରିବେ ବୋଲି ଜଣାଇଥିଲେ ।















