No Result
View All Result
୧୫ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନାଚୁଣୀ :-> ନାଚୁଣୀ ମହାବିଦ୍ୟାଳୟ ରେ ରାଜ୍ୟ ସରକାରଙ୍କ ପ୍ରବର୍ତ୍ତିତ ଯୁଵଵିକାଶ କଳ୍ପେ ନୂଆ -ଓ କାର୍ଯ୍ୟକ୍ରମ ର ସାମାଜିକ ବିଭାବରେ ଆଜି ଉଭୟ ଯୁକ୍ତ ଦୁଇ ଓ ଯୁକ୍ତ ତିନି ଶ୍ରେଣୀର ଛାତ୍ର ଛାତ୍ରୀ ମାନେ ରାଜନୀତି ବିଭାଗ ର ଅଧ୍ୟାପକ ବିଜୟ କୁମାର ଶତପଥୀ ଏବଂ ଅଧ୍ୟାପିକା ମିଲି ବେହେରା ଙ୍କ ତତ୍ତ୍ଵାବଧାନରେ ଚିଲିକା ମଧ୍ୟସ୍ଥ ଶ୍ରୀ ଜଗନ୍ନାଥ ଙ୍କ ଗୁପ୍ତ ଲୀଳା କ୍ଷେତ୍ର କାଙ୍କଣକୁଦ ରେ ପରିଵେଶ ଓ ପରିଚ୍ଛନ୍ନତା ଅଭିଯାନରେ ସାମିଲ ହୋଇଥିଲେ ।
ସେହିପରି କ୍ରୀଡ଼ା ବିଭାଗ କୁ ପରିଚାଳନା କରିଥିଲେ ଅଧ୍ୟାପକ ଅଶ୍ଵିନୀ କୁମାର ମିଶ୍ର ଏବଂ ସରୋଜ କୁମାର ସ୍ଵାଇଁ। ମହାବିଦ୍ୟାଳୟ ପରିସରରେ ଥିବା କ୍ରୀଡା ପ୍ରାଙ୍ଗଣରେ ପୁରୁଷ ଭଲିବଲ ପ୍ରତିଯୋଗିତା ହୋଇଥିଲା । ଅନୁରୂପ ଭାବେ ମହାବିଦ୍ୟାଳୟ ସଭାଗ୍ରୃହରେ ସାହିତ୍ୟ ଓ ସଂସ୍କୃତିର ବିଭାବରେ ଓଡ଼ିଆ ତର୍କ ଓ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ମହାବିଦ୍ୟାଳୟ ର ଅଧ୍ୟକ୍ଷ ନାରାୟଣ ବଳିୟାର ସିଂହ ଏହି କାର୍ଯ୍ୟକ୍ରମ କୁ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରିଥିଲେ ।
ସଂସ୍କୃତ ବିଭାଗୀୟ ମୁଖ୍ୟ ଅଧ୍ୟାପିକା ସୁଭଦ୍ରା ଭୋଳ, ରାଜନୀତି ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ଶାନ୍ତନୁ କୁମାର ମିଶ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଵା ବେଳେ ମୁଖ୍ୟ ଵିଚାରକ ଭାବେ ନାଟ୍ୟକାର ଭିକାରୀ ଚରଣ ପ୍ରଧାନ, ଅଧ୍ୟାପକ ନାରାୟଣ ସାହୁ ପ୍ରମୁଖ ଯୋଗଦେଇ କ୍ରୃତୀ ପ୍ରତିଯୋଗୀ ମୂଲ୍ୟାୟନ କରିଥିଲେ।
No Result
View All Result