୧୫ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଛଣଗିରି :-> ପଦାରେ ପଡିଲା ସରକାରଙ୍କ 5T ଯୋଜନା । ବିଦ୍ୟାଳୟରେ ପଡିଛି ତାଲା ରାସ୍ତା ଉପରେ ଧାରଣାରେ ଛାତ୍ରଛାତ୍ରୀ ଓ ଅଭିଭାବକ । ଏଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ଟାଗିଂ ବ୍ଲକ ଛଣଗିରି ଗ୍ରାମପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ଛଣଗିରିରେ । ଛଣଗିରି ଉଚ୍ଚ ବିଦ୍ୟାଳୟ ର ୧ମରୁ ଓ ୧୦ମ ଶ୍ରଣୀର ୪୫୫ ଜଣ ଛାତ୍ରଛାତ୍ରୀ ପଢୁଥିବା ବେଳେ ଆବଶ୍ୟକ ଅନୁଯାୟୀ ଶିକ୍ଷକ ନାହାନ୍ତି ।

ବିଦ୍ୟାଳୟରେ ୧୯ଜଣ ଶିକ୍ଷକ ନିଯୁକ୍ତି ପାଇବାକଥା ହେଲେ ୧୧ଜଣ ଶିକ୍ଷକ ରେ ଚାଲିଛି ବିଦ୍ୟାଳୟ । ଖେଳ ଶିକ୍ଷକ,ବିଗ୍ୟାଂନ ଶିକ୍ଷକ ୧ ଓ ଇଂରାଜୀ ୧ଜଣେ,କ୍ଲର୍କ ପଦବୀ ୧ ଦିର୍ଘ୍ୟ ୮ବର୍ଷ ହେବ ଖାଲି ପଡିଛି ଏହି ପଦବୀରେ କାହାରିକୁ ନିଯୁକ୍ତି ଦିଆ ଯାଇନାହିଁ।ବିଦ୍ୟାଳୟରେ ଶ୍ରେଣୀ ଗୃହ ଅଭାବ ଅଛି ।

ବିଦ୍ୟାଳୟରେ ଶିକ୍ଷକ ନଥିବାରୁ ଫାଠପଢାରେ ବ୍ୟାଘାତ ସୃଷ୍ଟି ହେଉଛି ଛାତ୍ରଛାତ୍ରୀ ମାନେ ପାଠ ପଢାରୁ ବଂଚିତ ହେଉଛନ୍ତି । ଶିକ୍ଷକ ପଦ ପୂରଣ ପାଇଁ ଏସ୍ଏମସି କମିଟି ଓ ସ୍ଥାନୀୟ ଲୋକପ୍ରତିନିଧିଙ୍କ ପକ୍ଷରୁ ବାରମ୍ବାର ବ୍ଲକ ଶିକ୍ଷାଧିକାରୀ,ଜିଲ୍ଲା ଶିକ୍ଷାଧିକାରୀ ଓ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ହେଲେ ଦାବି ପୂରଣ ହୋଇନାହିଁ ।















