୧୫ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଟକ :-> କଟକ ସଦର ଥାନା ଅନ୍ତର୍ଗତ ଫୁଲନଖରା ଛକରେ ଥିବା ସକାଳ ଚା ଖଟିର ସଦସ୍ୟ ମାନେ ଆଜି ସକାଳେ ସକ୍ରିୟ ସଦସ୍ୟ ଟୁନା ଜେନାଙ୍କ ୪୦ ତମ ଜନ୍ମ ଦିବସ କେକ୍ କାଟି ପାଳନ କରିଥିଲେ । ସକାଳ ଚା ଖଟିର ସଭାପତିଙ୍କ ନେତୃତ୍ବରେ ସମସ୍ତ ସଦସ୍ୟ ଆସି ଚା ଖଟିରେ ପହଞ୍ଚି ଥିଲେ ।

ନିଗମ କଲେଜର ପରିଚାଳନା ନିର୍ଦ୍ଦେଶକ ମନୋଜ କୁମାର ସାମନ୍ତରାୟ, ସଭାପତି ପ୍ରଶାନ୍ତ କୁମାର ମହାନ୍ତି , ବିରଜା ଟିଭିର ମୁଖ୍ୟ ସଂପାଦକ କୈଳାସ ଚନ୍ଦ୍ର ମୁଦୁଲି , ଭାବତୀର୍ଥ ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଟୁନା ଜେନାଙ୍କୁ ନିମନ୍ତ୍ରିତ ଅତିଥି ଏବଂ ଚା ଖଟିର ସଦସ୍ୟ ମାନେ ଉପଢୌକନ ପୁଷ୍ପ ଗୁଛ ଦେଇ ଶୁଭେଚ୍ଛା ଅଭିନନ୍ଦନ ଜଣାଇବା ସହିତ , ତାଙ୍କର ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ ।

କାନନ ବିହାରୀ ନାୟକ, ସୁଧିର ପଟ୍ଟନାୟକ, ମନୋ ରଞ୍ଜନ ମହାନ୍ତି , ବାବାଜୀ ସାହୁ, ଅନିଲ କୁମାର ମହାନ୍ତି, ବିନୟ କୁମାର ଜେନା , ହେମନ୍ତ କୁମାର ସାହୁ ,ପ୍ରଦିପ୍ତ କୁମାର ଦାସ ,କୃଷ୍ଣ ଚନ୍ଦ୍ର ଭୋଇ, ବିଭୁତି ତରାଇ, ସତ୍ୟରଞନ ଦାସ ମହାପାତ୍ର, କରିମ ସା, ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।














