No Result
View All Result
୧୪ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :-> ଗଜପତି ଜିଲ୍ଲା ମୋହନା ଏମ କେ ସି ଜି ସ୍ବତନ୍ତ ବିଦ୍ୟାଳୟକୁ ବୁଧବାର ୧୨.୫୦ମି ସମୟରେ ମାସିକିଆ ପରିଦର୍ଶନରେ ଜିଲ୍ଲା ଦୌରାଜଜ୍ ଶ୍ରୀ ବି. ଏନ. ବେହେରା ଆସିଥିଲେ । ବିଦ୍ୟାଳୟର ସମ୍ପାଦକ ଶ୍ରୀ ଦଣ୍ଡାସି ସାହୁଙ୍କ ଠାରୁ ଅନୁଷ୍ଠାନ ବିଷୟରେ ଆଲୋଚନା କରିବା ପରେ ଶ୍ରୀ ବେହେରା ପ୍ରତି ଶ୍ରେଣୀଗୃହ ବୁଲି ପିଲାଙ୍କ ପାଠପଢା ଉପରେ ବିଭିନ୍ନ ପ୍ରଶ୍ନ ପଚାରିବୁଝିଥିଲେ ।

ଏଥିସହ ହଷ୍ଟେଲ ଗୁଡିକ ବିଲି ଦେଖିବା ସଙ୍ଗେ ସଙ୍ଗେ ଖାଦ୍ୟର ମାନ ପରୀକ୍ଷା କରିଥିଲେ । ସମ୍ପାଦକ ଶ୍ରୀ ସାହୁ ଅନୁଷ୍ଠାନର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ । ଯଥା-: ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ । ବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀ ଦାମୋଦର ଦାସ ଆବଶ୍ୟକୀୟ କାଗଜପତ୍ର ପଚାରି ବୁଝିଥିଲେ । ଶ୍ରୀ ବେହେରା ଛାତ୍ରଛାତ୍ରୀଙ୍କୁ ମିଷ୍ଟାନ୍ନ ବଣ୍ଟନ କରିଥିଲେ । ବିଦ୍ୟାଳୟ ଶିକ୍ଷକ, ଶିକ୍ଷୟିତୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।


No Result
View All Result