୧୪ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କୋରାଇ :-> କୋରାଇ ବ୍ଲକ ଅନ୍ତର୍ଗତ ଖମଣ ପଂଚାୟତ ସ୍ଥିତ ଶଙ୍ଖଚିଲା ହିଙ୍ଗୁଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ ସମନ୍ବିତ ଯୁବ ବିକାଶ ଯୋଜନା(ନୂଆ-ଓ)ର କାର୍ଯ୍ୟକ୍ରମ ଗୁରୁବାର ଉଦ୍ଘାଟିତ ହୋଇଯାଇଛି । ଅନୁଷ୍ଠିତ କାର୍ଯ୍ୟକ୍ରମର ଉଦ୍ଘାଟନୀ ସଭା ଅଧ୍ୟକ୍ଷ ପର୍ଶୁରାମ ମଲ୍ଲିକଙ୍କ ସଭାପତିତ୍ବରେ ହୋଇଥିଲା
ବେଳେ ମୁଖ୍ୟଅତିଥିଭାବେ ଜିଲାପରିଷଦ ଅଧ୍ୟକ୍ଷା ନଳିନୀପ୍ରଭା ଜେନା ଯୋଗଦେଇ ସୁବପିଲାଯେ ପାଠପଢି ଆଇଏଏସ, ଓଏଏସ ହୋଇଯିବେ ତାହା ନୁହେଁ; ପିଲାମାନଙ୍କ ମଧ୍ୟରେ ସାଂସ୍କୃତି, ସାମାଜିକ ଓ କ୍ରୀଡା କ୍ଷେତ୍ରରେ ଥିବା ପ୍ରତିଭାକୁ ଦକ୍ଷତାର ସହିତ ପ୍ରତିପାଦିତ କରି ରାଜ୍ୟ ତଥା ଦେଶକୁ ଗୌରବାନ୍ବିତ କରିବା ପାଇଁ ସରକାରଙ୍କ ଏହି ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମର ପ୍ରୟାସ ବୋଲି କରିଥିଲେ । ଏଥିରେ ସବୁପିଲା ପ୍ରିତଯୋଗୀ ହେବାକୁ ପରାମର୍ଶ ଦେଇଥିଲେ ।
କାର୍ଯ୍ୟକ୍ରମର ନୋଡାଲ ଅଧିକାରୀ ଅଧ୍ୟାପକ କପିଳେନ୍ଦ୍ର ମାଝୀ କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ବିବରଣୀ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥ୍ଭାବେ କୋରାଇ ବ୍ଲକ ଅଧ୍ୟକ୍ଷା ଜୟନ୍ତୀ ଦଳାଇ ଯୋଗଦେଇ ଛାତ୍ରଛାତ୍ରୀମାନେ କ୍ରୀଡା, ସାଂସ୍କୃତିକ ଓ ସାମଜିକ କାର୍ଯ୍ୟରେ ନିଜକୁ ନିୟୋଜିତକରି ଯୁବବିକାଶ କ୍ଷେତ୍ରରେ ସାମିଲ ହୋଇ ରାଷ୍ଟ୍ର ଗଠନରେ ସହାୟକ ହେବାକୁ ପରାମର୍ଶ ଦେଇଥିଲେ ।
ମୁଖ୍ୟବକ୍ତା ଭାବେ ବିଶିଷ୍ଠ ଶିକ୍ଷାବିତ ମଥୁରେନ୍ଦ୍ର ପୃଷ୍ଠି ଯୋଗଦେଇଥିଲା ବେଳେ ଅନ୍ୟତମ ସମ୍ମାନିତ ଅତିଥ୍ଭାବେ କୋରାଇ ବ୍ଲକ ଉପାଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଦାସ, ସ୍ଥାନୀୟ ସରପଂଚ ଜୟନ୍ତୀ ରାଉତ, ଶିକ୍ଷାବିତ କୃଷ୍ଣଚନ୍ଦ୍ର ସାହୁ, ଅଧ୍ୟାପକ ମଳୟ କୁମାର ମଲ୍ଲିକ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶିବପ୍ରସାଦ ବେହେରା,
ବରିଷ୍ଠ ସଭ୍ୟ ଦିଲ୍ଲୀପକୁମାର ସାହୁ ପ୍ରମୁଖ ଯୋଗଦେଇ ନୁଆ ଓଡିଶା, ଯୁବ ଓଡ଼ିଶା ଓ ନବୀନ ଓଡିଶା କାର୍ଯ୍ୟକ୍ରମ ସଂପର୍କରେ ଅଭିବ୍ୟକ୍ତି ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ପିଲାମାନଙ୍କ ଦ୍ଵାରା ସ୍ଵାଗତ ସଂଗୀତ ଗାନକରାଯାଇଥିଲା ବେଳେ ଅଧ୍ୟାପକ ଗୋବିନ୍ଦ ଚନ୍ଦ୍ର ବେହେରା ଅତିଥୁ ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।
ଉଦଘାଟନୀ ସଭା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଏକକ ନୃତ୍ୟ, ଦ୍ବୈତ ନୃତ୍ୟ, ଦଳଗତ ନୃତ୍ୟ ଓ ସଂଗୀତ ଆଦି ଅନୁଷ୍ଠିତ ପ୍ରତିଯୋଗିତାରେ ସମୂହ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ପ୍ରତିଯୋଗିତାରେ ବିଚାରକ ଭାବେ ଅଧ୍ୟାପକ ନିର୍ମଳ ରଞ୍ଜନ ସାହୁ, ପୀତାମ୍ବର ବେହେରା, ପବିତ୍ର କୁମାର ସାହୁ, ଅଧ୍ୟାପିକା ଡକ୍ଟର ସ୍ଵପ୍ନାମାନସୀ ପୃଷ୍ଟି, ସୁମିତ୍ରା ସ୍ବାଇଁ ପ୍ରମୁଖ କାର୍ଯ୍ୟ ନିର୍ବାହ କରିଥିଲେ ।
କାର୍ଯ୍ୟକ୍ରମକୁ ପରିଚାଳନାରେ ଅଧ୍ୟାପକ ଉପେନ୍ଦ୍ର କୁମାର ନାୟକ, ବସନ୍ତ କୁମାର ସାହୁ, ଅଶୋକ କୁମାର ନାୟକ, ଜୟନ୍ତୀ କୁମାର ମଲ୍ଲିକ, ନିଳମଣି ମଲ୍ଲିକ, ଅଭୟ କୁମାର ବେହୁରା, ନାରାୟଣ ବାରିକ ପ୍ରମୁଖ ଅନୁଷ୍ଠାନର ଅଧ୍ୟାପକ/ଅଧ୍ୟାପିକା ଓ କର୍ମଚାରୀମାନେ ସହଯୋଗ କରିଥିଲେ । ଶେଷରେ ଅଧ୍ୟାପକ କପିଳେନ୍ଦ୍ର ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।