ଓଡିଶା ତାଜା ନ୍ୟୁଜ୍ (୧୮ ଜୁଲାଇ ଶନିବାର ) ପାରଳାଖେମୁଣ୍ଡି :- ପାରଳାଖେମୁଣ୍ଡି ସହର ଉପକଣ୍ଠସ୍ଥ ଝାମୀଗାଁ ନିକଟରେ ପାରଳାଖେମୁଣ୍ଡି ବନ ବିଭାଗ ପକ୍ଷରୁ ଚଢାଉ କରାଯାଇ ୭ଟି ମୂଲ୍ୟବାନ ଶାଗୁଆନ୍ କାଠଗଣ୍ଡି ଜବତ କରାଯାଇ ଜଣକୁ ଅଟକ ରଖିବା ସହ କାଠ ଓ ଟିଭିଏସ ଏକ୍ସଏଲ ଗାଡିକୁ ଜବତ କରିଥିବା ବନ ବିଭାଗ ସୂତ୍ରରୁ ସୂଚନା ମିଳିଛି । ଯାହାର ଆନୁମାନିକ ମୂଲ୍ୟ ଲକ୍ଷ୍ୟାଧିକ ଟଙ୍କା ହେବ ବୋଲି ବେସରକାରୀ ସୂତ୍ରରୁ ଜଣାପଡିଛି । ଏହି ଶାଗୁଆନ୍ କାଠ ଗଣ୍ଡି ଗୁଡିକୁ ପାରଳାଖେମୁଣ୍ଡି ସ୍ଥିତ ପାରଳା ଜାଗିଲି ସାହିର ପି.ମନ୍ମଥ ନାମକ ଜଣେ ବ୍ୟକ୍ତି ତାଙ୍କ ଟିଭିଏସ ଏକ୍ସେଲ ଏପି୩୧ବିଆର ୨୩୭୬ ଯୋଗେ ଚୋରା ଚାଲାଣ କରୁଥିବା ବେଳେ ଦେବଗିରି ବନ ଉପଖଣ୍ଡର ପେଟ୍ରୋଲିଂ ଗାଡି ତାଙ୍କୁ ଅଟକାଇ ଖୋଳତାଡ କରିଥିଲେ । ଉକ୍ତ କାଠର କୌଣସି ନିଦ୍ଧିଷ୍ଟ କାଗଜ ପତ୍ର ନଥିବାରୁ ଗାଡି ସହ ଉକ୍ତ କାଠ ଗୁଡିକୁ ଜବତ କରାଯାଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଥିବା ଏବଂପରେ ସେ ଜାମିନ ରେ ଖଲାସ ହୋଇ ଥିବା ଦେବଗିରି ରେଞ୍ଜର ରେଞ୍ଜର ଅରୁଣ କୁମାର ବେହେରା ସୂଚନା ଦେଇଛନ୍ତି ।
ଏହି ଚଢାଉ ବେଳେ ଫରେଷ୍ଟର ଅମ୍ରିତ ଜେନା, ବନରକ୍ଷୀ ଶିବରାମ ସାବତ, ନିତିନ ପଣ୍ଡା ପ୍ରମୁଖ ଉପସ୍ଥିତଥିଲେ । ଏହି ଚୋରା କାଠ ଚାଲାଣ କାରବାର ଦୀର୍ଘ ଦିନ ଧରି ବନ ବିଭାଗର କେତକ ଦୁର୍ନୀତି ଗ୍ରସ୍ତ ଅଧିକାରୀ ଓ କର୍ମ ଚାରି ମାନଙ୍କ ମିଲି ଭଗତ ରେ ଚାଲୁଥିବା ନେଇ ପୂର୍ବରୁ ଅଭିଯୋଗ ହୋଇ ଆସୁଥିଲା । ଯେଉଁ ଚୋରା କାଠ ବେପାରୀ ବନ ବିଭାଗର କର୍ମଚାରୀ ମାନଙ୍କୁ ମାସିକ ପାଉଣା ଦେଇ ଚୋରାରେ କାଠ ବେବସାୟ କରୁଛନ୍ତି ସେମାନଙ୍କୁ ଧରା ଯାଉ ନାହିଁ । ଯେଉଁ ମାନେ ମାସିକ ପାଉଣା ବନବିଭାଗ କର୍ମଚାରୀ ମାନଙ୍କୁନ ଦେଇ ଚୋରା କାଠ ବ୍ୟବସାୟ କରୁଛନ୍ତି ସେମାନଙ୍କୁ ଧରଜାଉଥିବା ଅଭିଯୋଗ ହେଉଛି ଡିଏଫ୍ଓ ଏହାର ତଦନ୍ତ କରିବା ସହ ଦୁର୍ନିତି ଗସ୍ତ ଅଧିକାରୀ ଓ କର୍ମଚାରୀ ମାନଙ୍କବିରୋଧରେଦୃଢ଼କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏ ଅଞ୍ଚଳର ସର୍ବସାଧରଣରେ ଦାବୀ ହେଉଛି । ( ରିପୋର୍ଟ -ଗରୁଡ଼ ଧ୍ଵଜ ଚୌଧୁରୀ)