No Result
View All Result
୧୩ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ )କୋରାଇ :- କୋରାଇ ଥାନା ଅନ୍ତର୍ଗତ କନ୍ତୋର ପଂଚାୟତ ସ୍ଥିତ ପୂର୍ବକୋଟ ତେଲେଙ୍ଗା ବସ୍ତି ଉପରେ ରବିବାର ବିଳମ୍ବିତ ରାତିରେ ବାହାର ରାଜ୍ୟର ପୁଲସ ଓ କୋରାଇ ପୁଲିସର ମିଳିତ ଉଦ୍ୟମରେ ଚଢାଉ କରାଯାଇଛି । ଏହି ବସ୍ତିରୁ ପ୍ରାୟ ୧୦ରୁ ଉର୍ଦ୍ଧ୍ବ ବାଇକ ଜବତ କରାଯାଇଥିବା ବେଳେ ଏଥିରେ କାହାରିକୁ ଗିରଫ କରାଯାଇ ପାରିନାହିଁ । ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଇ ଜାରି ରହିଛି । ଜବତ ବାଇକ ଗୁଡିକୁ କୋରାଇ ଥାନାରେ ପରିସରରେ ରଖାଯାଇଛି । ପ୍ରକାଶଯେ, ଗତ କିଛି ଦିନ ତଳେ କୋରାଇ ପୁଲିସ ଚୋରା ମୋବାଇଲ ବିକ୍ରି ପାଇଁ ଉଦ୍ୟମ କରୁଥିବା ବେଳେ ଉକ୍ତ ବସ୍ତିର ଦୁଇଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ବିଭିନ୍ନ ନାମିଦାମି କମ୍ପାନୀର ୩୦ଟି ଚୋରା ମୋବାଇଲ ଜବତ କରିଥିଲା । ପୂର୍ବରୁ ମଧ୍ୟ କୋରାଇ ପୁଲିସ ସମେତ ଅନ୍ୟାନ୍ୟ ରାଜ୍ୟର ପୁଲିସ ବସ୍ତି ଉପରେ ଚଢାଉ କରି ବହୁ ପରିମାଣର ବିଭିନ୍ନ ପ୍ରକାର ମୂଲ୍ୟବାନ ଚୋରି ସମାଗ୍ରୀ ଜବତ କରିଛି ।
ଉକ୍ତ ବସ୍ତି ଲୁଟେରାଙ୍କ ଆଡ୍ଡାସ୍ଥଳୀ ପାଲଟିବା ସହ ବହୁ ସଙ୍ଗିନ ଅପରାଧୂକ କାର୍ଯ୍ୟକଳାପ ପାଇଁ ସ୍ଥାନୀୟ ପୁଲିସ ଲାଗି ଏହା ସମସ୍ୟା ସୃଷ୍ଟି କରିବା ସହ ଏଥ୍ନେଇ ପୁଲିସ ଉଚ୍ଚ ପଦାଧିକାରୀଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି । ଏମାନଙ୍କ ଦ୍ବାରା ସ୍ଥାନୀୟ ଅଂଚଳର ଗ୍ରାମ୍ୟ ରାସ୍ତା ଘାଟ, ୨୦ ନମ୍ବର ଜାତୀୟ ରାଜପଥ ଓ ବସ୍ତିରେ ପସି ଲୁଟପାଟ କରିବା, ବାଇକ, ସୁନାଚେନ ଆଦି ଦିନ ଦ୍ବିପହରେ ମାରଣାସ୍ତ୍ର ଦେଖାଲ ଛଡାଇ ନେବା ଭଳି ଅନେକ ସଙ୍ଗିନ ଅପରାଧ ହେଉଥିବା ପୁଲିସ ପାଖରେ ଖବର ରହିଛି । ଏହି ବସ୍ତିରେ ରହୁଥିବା ଲୁଟେରା ଗ୍ୟାଙ୍ଗକୁ ଦମନ କରିବା ପାଇ ଗତ କାଲି ବିଳମ୍ବିତ ରାତିରେ ପୁଲିସ ପକ୍ଷରୁ ଅଚାନକ ଭାବେ ଚଢାଉ କରିଥିବା ଜଣାପଡିଛି । ହେଲେ କୌଣସି ସୂତ୍ରରୁ ସୂଚନା ପାଇଁ ସେମାନେ ଫେରାର ହୋଇ ଯାଇଥିଲା ବେଳେ ପୁଲିସ କେବଳ ୧୦ରୁ ଊର୍ଦ୍ଧ୍ବ ବାଇକ ଜବତ କରିବାରେ ସଫଳ ହୋଇଛି । ଘଟଣାସଂପର୍କରେ କୋରାଇ ଥାନା ଅଧିକାରିଣୀ ସୁମତି ମହାନ୍ତିଙ୍କୁ ପଚାରିବାରୁ ଚଢାଉକୁ ସ୍ବୀକାର କରିଥିଲେହେଁ ତଦନ୍ତ ବାଧାଉପୁଜିବା ନେଇ ଘଟଣା ସଂପର୍କରେ ସବିଶେଷ ତଥ୍ୟ ଦେବାକୁ ମନାକରିଥିଲେ
No Result
View All Result