No Result
View All Result
୧୩ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର, ଉଦୟଗିରି :-> ଗଜପତି ଜିଲ୍ଲା ଆର,ଉଦୟଗିରି ବ୍ଳକରେ ହେବାକୁ ହେବାକୁ ଥିବା ବ୍ଳକସ୍ତରୀୟ ଉଦୟନାଥ ମହଉତ୍ସବ ପାଇଁ ଆଜି ମହେନ୍ଦଗିରି ପର୍ବତରୁ ମାଶାଲ ଶୋଭାଯାତ୍ରା ରେ ଆର,ଉଦୟଗିରି ବ୍ଳକରେ ପହଞ୍ଚିଥିଲା । ମହେନ୍ଦ୍ରଗିରି ପର୍ବତରୁ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଅଣାଯାଇଥିବା ମଶାଲ ବ୍ଳକର ମଙ୍ଗରାଜପୁର ପଞ୍ଚାୟତରେ ମଶାଲକୁ ବ୍ଳକ ଅଧ୍ୟକ୍ଷ ଲକ୍ଷ୍ମୀନାରାୟଣ ଶବର ମଶାଲକୁ ସ୍ବାଗତ କରାଯିବା ସହ ଆର,ଉଦୟଗିରି ବ୍ଳକର ସମସ୍ତ ପଞ୍ଚାୟତ ପରିକ୍ରମା କରିଥିଲେ ।

ଆର,ଉଦୟଗିରି ବ୍ଳକ ପହଞ୍ଚିବା ପରେ ସହର ପରିକ୍ରମା କରିବା ପରେ ବ୍ଳକରେ ମଶାଲକୁ ସ୍ଥାପନ କରାଯାଇଥିଲା । ଆସନ୍ତା ୧୭ ଓ ୧୮ ତାରିଖରେ ବ୍ଳକସ୍ତରୀୟ ଉଦୟନାଥ ମହଉତ୍ସବ ଆର, ଉଦୟଗିରି ହେବ । ମଶାଲ ଶୋଭାଯାତ୍ରରେ ବ୍ଳକ ଅଧ୍ୟକ୍ଷ ଲକ୍ଷ୍ମୀନାରାୟଣ ଶବର , ସହକାରୀ ନିର୍ବାହୀ ଯନ୍ତୀ ସିଦ୍ଧାର୍ଥ ଶଙ୍କର ତ୍ରିପାଠୀ,

ଜିପିଇଓ ଶଶାଙ୍କ ଶେଖର ସୁବୁଦ୍ଧି, ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ଅରୁଣ କୁମାର ଉଦୟଭାନୁ, ସମସ୍ତ ଯନ୍ତୀ, ବ୍ଳକ କର୍ମଚାରୀ, ଗଜପତି ଜିଲ୍ଲା ପ୍ରଶାସନ ଓ କମିଟି, ମହିଳା ମଣ୍ଡଳ , ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ସହ ଶିକ୍ଷକ ଶିକ୍ଷୟିତୀ ଓ ଗ୍ରାମବାସୀ ପ୍ରମୁଖ ସାମିଲି ଥିଲେ ।

No Result
View All Result