No Result
View All Result
୧୨ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ବାଲୁଗାଁ :-> ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଧୀନ କୁଲାକୁଣ୍ଢେଈ ନୂଆଗାଁ ରୋଡରେ ବାସ କରୁଥିବା ଆରତୀ ଦାସ (୨୧) କିନ୍ନର ବେକରେ ଲୁଗା ଗୁଡାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ସୂଚନା ମୁତାବକ ଆରତୀଙ୍କ ଗ୍ରାମ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଥାନା ଏସ ଛଚିନା ଅଞ୍ଚଳରେ । ତାଙ୍କ ପିତାଙ୍କ ନାମ ପାଣ୍ଡଵ ଦାସ । ସେ ଦୁଇ ମାସ ତଳେ ବାଲୁଗାଁ ଆସି ଉକ୍ତ ଅଞ୍ଚଳରେ ଏକ ଭଡ଼ା ଘରେ ରହୁଥିଲେ ।
ତେବେ ଆଜି ସକାଳୁ ସେ ଘର କବାଟ ନଖୋଲିବାରୁ ଘର ମାଲିକ ତାଙ୍କ ପରିବାରକୁ ସୂଚନା ଦେଇଥିଲେ । ଖବର ପାଇ ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚିବା ସହ ମୃତ ଆରତୀଙ୍କ ଭାଇ ମିଥୁନ ଦାସ ଏ ନେଇ ବାଲୁଗାଁ ଥାନାରେ ଅଭିଯୋଗ କରିଥିଲେ । ଏହାପରେ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଆରତୀଙ୍କ ଶବକୁ ଜବତ କରି ତଦନ୍ତ ଚଳାଇଛି ପୋଲିସ ।
ତେବେ ଆତ୍ମହତ୍ୟା କରିବା ପୁର୍ବରୁ ଆରତୀ ଏକ ବ୍ଲେଡରେ ତାଙ୍କ ହାତ କାଟିଥିବା ପୋଲିସ କହିଛି। ଆରତୀ ଙ୍କ ବେଡ଼ରୁମ ରୁ ଏକ ନୂଆ ବ୍ଲେଡ ମଧ୍ୟ ଜବତ କରିଛି । ତେବେ କିନ୍ନର ଆରତୀ କଣ ପାଇଁ ଆତ୍ମହତ୍ୟା କଲେ ତାହା ସନ୍ଦେହଘେରରେ । ଏ ନେଇ ବାଲୁଗାଁ ପୋଲିସ କେସ ନମ୍ବର ୨୨/୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ।

No Result
View All Result