ଭୁୁବନେଶ୍ୱର (ଓଡିଶା ତାଜା ନିଉଜ୍) – ଭୁବନେଶ୍ୱର : ଭାରତର ସବୁଠୁ ବିଶ୍ୱାସଯୋଗ୍ୟ, ସମୟାନୁବର୍ତିତା ଓ ଦ୍ରୁତ
ଅଭିବୃଦ୍ଧିଶୀଳ ବିମାନ କଂପାନି ଗୋଏୟାର ୨୦୧୯ ନଭେମ୍ବରରେ ମଧ୍ୟ ସବୁଠୁ ସମୟାନୁବର୍ତି ବିମାନ କଂପାନିର ମାନ୍ୟତା ବଜାୟ ରଖିଛି ବୋଲି ଭାରତୀୟ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ (ଡିଜିସିଏ) ରିପୋର୍ଟରୁ
ଜଣାପଡ଼ିଛି । ଗୋଏୟାର ୬୭.୬% ଅନ୍-ଟାଇମ୍ ପରଫରମାନ୍ସ (ଓଟିପି) ସହିତ କ୍ରମାଗତ ୧୫ତମ ମାସ ପାଇଁ ଶୀର୍ଷ ସ୍ଥାନରେ ରହିଛି ଯାହା ୨୦୧୯ ନଭେମ୍ବରରେ ସମସ୍ତ ବିମାନ କଂପାନିଗୁଡ଼ିକ ମଧ୍ୟରେ ସର୍ବାଧିକ । ୨୦୧୯ ନଭେମ୍ବରରେ ଗୋଏୟାର ମୋଟ ୧୪ ଲକ୍ଷ ୨୨ ହଜାର ଯାତ୍ରୀଙ୍କୁ ସେବା ଯୋଗାଇ ଦେଇଛି ଏବଂ ପ୍ରତି ୧୦ ହଜାର ଯାତ୍ରୀରେ ଅଭିଯୋଗ ହେଉଛି ମାତ୍ର ୦.୬ । ୨୦୧୯ ନଭେମ୍ବରରେ କଂପାନିର ଲୋଡ୍ ଫ୍ୟାକ୍ଟର ହେଉଛି ଅନ୍ୟତମ
ସର୍ବାଧିକ । ଡିଜିସିଏ ରିପୋର୍ଟ ଅନୁଯାୟୀ, ନଭେମ୍ବରରେ ଲୋଡ୍ ଫ୍ୟାକ୍ଟର ୯୨.୭% ରହିଛି ଯାହା ୨୦୧୯ ଅକ୍ଟୋବରରେ ୮୩.୧% ଥିଲା । ଗୋଏୟାର ସବୁ ବେଳେ ସବୁ ସମୟରେ ସମୟାନୁବର୍ତୀ । ଗୋଏୟାରର ପରିଚାଳନା ନିର୍ଦେଶକ ଶ୍ରୀଯୁକ୍ତ ଜେହ୍ ୱାଡିଆ କହିଛନ୍ତି ଯେ, “କ୍ରମାଗତ ୧୫ତମ ଥର ଲାଗି ଗୋଏୟାର ଓଟିପି ଚାର୍ଟ ଶୀର୍ଷରେ ରହିଥିବାରୁ ଆମେ ବହୁତ ଉଲ୍ଲସିତ । ଗୋଏୟାର ଏହାର ବ୍ୟବସାୟକୁ ତିନିଟି ମୌଳିକ ଆଦର୍ଶ: ସମୟାନୁବର୍ତିତା, ସୁଲଭତା ଏବଂ ସଜହତା ଅନୁସାରେ ପରିଚାଳିତ ହେଉଛି । ଭାରତୀୟ ବିମାନ ଶିଳ୍ପରେ କ୍ରମାଗତ ୧୫ତମ ମାସ ପାଇଁ ଅଗ୍ରଣୀ ନେତୃତ୍ୱ ବଜାୟ ରଖିିଥିବାରୁ ଗୋଏୟାରର ସମଗ୍ର ଟିମ୍କୁ ମୁଁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛୁ ।’’ ୨୦୧୯ ନଭେମ୍ବରରେ ଗୋଏୟାରର ୩୨୫ର ଅଧିକ ଦୈନିକ ବିମାନରେ ୧୪.୨୨ ଲକ୍ଷ ଯାତ୍ରୀ ବିମାନ ସେବା ହାସଲ କରିଛନ୍ତି । ଗୋଏୟାର ପକ୍ଷରୁ ଅହମ୍ମଦାବାଦ, ଆଇଜ୍ୱଲ, ବଗଡୋଗରା, ବେଙ୍ଗାଲୁରୁ, ଭୁବନେଶ୍ୱର, ଚଣ୍ଡିଗଡ଼, ଚେନ୍ନାଇ,
ଦିଲ୍ଲୀ, ଗୋଆ, ଗୌହ୍ୱାଟି, ହାଇଦ୍ରାବାଦ, ଜୟପୁର, ଜମ୍ମୁ, କୋଚି, କୋଲକାତା, କନ୍ନୁର, ଲେହ, ଲକ୍ଷେ୍ନø, ମୁମ୍ବାଇ, ନାଗପୁର, ପାଟନା, ପୋର୍ଟବ୍ଲେୟାର, ପୁନେ, ରାଂଚି ଓ ଶ୍ରୀନଗର ଭଳି ୨୫ଟି ଘରୋଇ ସ୍ଥାନକୁ ବିମାନ ସେବା ପ୍ରଦାନ କରାଯାଉଥିବା ବେଳେ ଫୁକେଟ୍, ମାଲେ, ମସ୍କାଟ, ଆବୁଧାବି, ଦୁବାଇ, ବ୍ୟାଙ୍କକ୍, ସିଙ୍ଗାପୁର ଏବଂ କୁଏତ୍ ଭଳି ୮ଟି
ଆନ୍ତର୍ଜାତିକ ସ୍ଥାନକୁ ଗୋଏୟାର ବିମାନ ଉଡୁଛି ।