ଓଡିଶା ତାଜା ନ୍ୟୁଜ୍ (୧୮ ଜୁଲାଇ ଶନିବାର ) କଳାହାଣ୍ଡି :- ଲାଞ୍ଜିଗଡ଼ ବ୍ଲକର ବିଭିନ୍ନ ସ୍ଥାନରେ ଅସୁରକ୍ଷିତ ଭାବେ ଅନେକ ଟ୍ରାନ୍ସଫର୍ମର ରହି ଆସିଥିବାରୁ ଜନ ଅସନ୍ତୋଷ ବୃଦ୍ଧି ପାଉଛି । ବ୍ଳକର ମୁଖ୍ୟାଳୟ ବିଶ୍ଵନାଥପୁରଠାରେ ଟ୍ରାନ୍ସଫର୍ମର ତାର ଲାଗି ଜଣେ ବାଳକ ଗୁରୁତର ହୋଇ ବିଷମକଟକ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ଖବର ନେବାରୁ ଜଣାଯାଏ ବିଶ୍ଵନାଥପୁରର ହରି କୁମାରଙ୍କ ପୁଅ ରିତେଶ କୁମାର (୯)ସାଙ୍ଗ ମାନଙ୍କ ସହିତ ଦୁର୍ଗା ମଣ୍ଡପ ନିକଟରେ ଫୁଟବଲ ଖେଳୁଥିଲେ । ହଠାତ୍ ବଲଟି ମୁକୁଲା ଟ୍ରାନ୍ସଫର୍ମର ଉପରେ ପଡ଼ିଯାଇଥିଲା ।
ରିତେଶ ବଲକୁ ଟାଣୁଥିବା ସମୟରେ ତାର ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଥିଲେ । ଫଳରେ ରିତେଶଙ୍କ ହାତ,ଗୋଡ଼, ମୁହଁ,ଛାତି,ବେକ ଆଦି ପୋଡ଼ି ଥିଲା।ଖବର ପାଇ ପରିବାର ଲୋକେ ବିଷମକଟକ ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ବର୍ତ୍ତମାନ ଏହି ବ୍ଳକର ଅନେକ ସ୍ଥାନରେ ଡାଳପତ୍ରରେ ଢାଙ୍କି ହୋଇ ଟାନ୍ସଫର୍ମର ଗୁଡ଼ିକ ଅସୁରକ୍ଷିତ ଭାବେ ରହିଥିବାରୁ ଭବିଷ୍ୟତରେ ଅନେକ ବିପଦକୁ ଏଡି ହେବନାହିଁ । (ରିପୋର୍ଟ ପ୍ରଦୀପ କୁମାର /ଗଉଡ)