୧୦ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :-> ରାଜ୍ୟ ସରକାରଙ୍କ ବସୁଧା ଯୋଜନା ଦୁର୍ଗମ ଅଞ୍ଚଳରେ ଫେଲ ମାରିଛି । ବର୍ଷ ବର୍ଷ ଧର ବିଶୁଦ୍ଧ ପାନୀୟ ଜଳ ପିଇବା ଆଶାରେ ଚାତକ ପରି ଚାହିଁ ବସିଥିଲେ ପାହାଡିଆ ଦୁର୍ଗମ ଅଞ୍ଚଳ ଆଦିବାସୀ । ଶେଷରେ ଗାଁ ମୁଣ୍ଡରେ ବସୁଧା ଯୋଜନାର ପାଣି ଟାଙ୍କି ଶୁଭାରମ୍ଭ ହୋଇ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ସମସ୍ତଙ୍କ ମନରେ ଖୁସିର ଲହରୀ ଖେଳିଥିଲା କିନ୍ତୁ ନିର୍ମାଣ କାର୍ଯ୍ୟ ସରି ପାଇପର ସଂଯୋଗ ସରିଲା ପରେ ବି ଲୋକଙ୍କୁ ପାଣି ଟ୍ୟାପ ଲଗାଇଲେ । ତାହା ବି ତରବରିଆ ଭାବରେ ସଂଯୋଗ ହେଲା ।

ହେଲେ ତାହା ଆରମ୍ଭ ହେବା ଦିନ ଠାରୁ ହିଁ ବନ୍ଦ ହୋଇପଡି ରହିଥିବା ଗ୍ରାମର ମହିଳା ମାନେ ଅଭିଯୋଗ କରିଛନ୍ତି । ନଳକୂପ ଅଛି ସତ ମାତ୍ର ତାହା କାମ ଦେଉନାହାନ୍ତି । ଦୀର୍ଘ ସମୟ ଧରି ମାରିବା ପରେ ସେଥିରୁ ଗୋଳିଆ ପାଣି ବାହାରୁଛି । ତାହା ପିଇବା ପାଇଁ ଯୋଗ୍ୟ ନୁହେଁ । ଏହିପରି ବିକଳ ଚିତ୍ର ଗଜପତି ଜିଲ୍ଲା ଆର,ଉଦୟଗିରି ବ୍ଳକ ଦୁର୍ଗମ ପଞ୍ଚାୟତର ଖଞ୍ଜାମେରା । ଏନେଇ ବାରମ୍ବାର ସ୍ଥାନୀୟ ସରପଞ୍ଚ , ପିଇଓ ଠାରୁ ଆରମ୍ଭ କରି ବ୍ଳକର ବିଭାଗୀୟ ଅଧିକାରୀ ମାନଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ମାନେ କଣ୍ଣପାତ କରୁନଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି ।

ଦୁର୍ଗମ ଅଞ୍ଚଳର ଆଦିବାସୀ ଓ ଗୃହ ପାଳିତ ପଶୁ ଏକ ଛୋଟ ଝରଣାର ପାଣିକୁ ଭରସାକରି ଚଳିଆସୁଛନ୍ତି । ଏହି ପାଣିକୁ ହିଁ ପାନୀୟଜଳ ରୂପେ ବ୍ୟବହାର କରିବାକୁ ସେମାନେ ବା୍ଧ୍ୟ ହେଉଥିବାରୁ ନାନାଦି ରୋଗରେ ଆକ୍ରାନ୍ତ ହେଉଛନ୍ତି । ଅପରପକ୍ଷେ ରାଜ୍ୟ ସରକାର ଲକ୍ଷ ଲକ୍ଷ ଟଙ୍କା ପାଣି ଭଳି ଖର୍ଛ କରାଯାଉ ଥିଲେମଧ୍ୟ ଗ୍ରାମବାସୀ ପାଣି ଟୋପେ ପାଇବାକୁ ବଞ୍ଚିତ ହେବା ନିଶ୍ଚିତ ପକ୍ଷେ ଦୁଃଖଦାୟକ । ତୁରନ୍ତ ଖଞ୍ଜାମେରା ଦୁର୍ଗମ ଅଞ୍ଚଳରେ ପାନୀୟଜଳର ସୁବ୍ୟବସ୍ଥା କରିବାକୁ ଦାବି ହୋଇଛି ।














