୧୦ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚମ୍ପୁଆ :-> ଭଦ୍ରାସାହି ସତସଂଗ କେନ୍ଦ୍ରର ୮ମ ବାର୍ଷିକୀ ଆଞ୍ଚଳସ୍ମତି ଉତ୍ସବରେ ଯୋଗଦେଲେ ଚମ୍ପୁଆ ବିଧାୟିକା ଶ୍ରୀମତି ମିନାକ୍ଷୀ ମହାନ୍ତ ।ଏହା ବ୍ୟତୀତ ମାଁ ଠାକୁରାଣୀ ୟୁଥ କ୍ଲବ ସୟାବାଲି ଦ୍ବାରା ଆୟୋଜିତ ୬ଷ୍ଠ ବାର୍ଷିକ ନକ୍ ଆଉଟ ଫୁଟବଲ ପ୍ରତିଯୋଗିତାର ଅନ୍ତିମ ଦିବସରେ
ମୁଖ୍ୟ ଅତିଥି ଭାବରେ ଯୋଗଦେଇ କ୍ଲବ ସଦସ୍ୟମାନଙ୍କର ମନ ବଳ ବଢାଇବା ସହିତ ବିଜେତା ଦଳ 11th Tigers Bhagalpurକୁ ୧ଲକ୍ଷ ଟଙ୍କା ନଗଦ ରାଶି ସହିତ ଏକ ଟ୍ରଫି ପ୍ରଦାନ କରିଥିଲେ । ଉକ୍ତ ପ୍ରତିଯୋଗିତାରେ ୩୨ଟି ଦଳ ଅଂଶ ଗ୍ରହଣ କରିଥିବାର ଦେଖିବାକୁ ମିଳିଥିଲା ।
ଫାଇନାଲ ଖେଳରେ ଜୀବନଜ୍ୟେତି କେଶଡିହା ଏବଂ ୧୧ମ ଟାଇଗର ଭାଗଲପୁର ମଧ୍ୟରେ ଅନୁଷ୍ଠିତ ହୋଇ ଟାଇବ୍ରେକର ମାଧ୍ୟମରେ ଭାଗଲପୁର ବିଜେତା ଘୋଷିତ ହୋଇଥିଲା । ୧୫ହଜାର ଦର୍ଶକ ଉପସ୍ଥିତ ହୋଇଥିବା ସ୍ଥଳେ ସମ୍ମାନୀତ ଅତିଥି ଭାବରେ ବଡବିଲ ପୌରାଧ୍ୟକ୍ଷ ଲକ୍ଷ୍ମଣ ମହାନ୍ତ,
ସେରେଣ୍ଡା ସରପଞ୍ଚ ସସ୍ମିତା ସିଦୁ,ବିଜେଡି ସାଧାରଣ ସମ୍ପାଦକ ଲଛମନ ମହାନ୍ତ,ସୁନୀଲ ଦତ୍ତ,ପୁରୁଷୋତ୍ତମ ବାରିକ ଏବଂ କ୍ଲବର ସଭାପତି ଦିପକ ବାରିକ ଉପସ୍ଥିତ ଥିଲେ ।