No Result
View All Result
୯ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :-> ପରିବର୍ତନ ଓ ସ୍ୱାଭିମାନ ସଂଗଠନ ପକ୍ଷରୁ ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀ ଏବଂ ପୋଷ୍ଟର ଉନ୍ମୋଚ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ସ୍ୱାଭିମାନ ସଂଗଠନର ମୁଖ୍ୟ ସ୍ମୃତି ମହାପାତ୍ର ପରିବର୍ତନର ପ୍ରତିଷ୍ଠାତା ଅମିତ ତିୱାରି, ସ୍ୱେତା ତିୱାରି ଏବଂ ଟିମ ଗ୍ରୁପର ସିଏମଡି ନିଶିକାନ୍ତ ମିଶ୍ର ପ୍ରମୁଖ ଯୋଗଦେଇ କହିଥିଲେ କି ରାଜ୍ୟରେ ୬୦ ରୁ ୭୦ ଲକ୍ଷ ଦିବ୍ୟାଙ୍ଗ ରହିଛନ୍ତି । ସେମାନଙ୍କ ମଧ୍ୟରେ ପ୍ରତିଭା ସମ୍ପନ୍ନ ଛାତ୍ରଛାତ୍ରୀ ରହିଛନ୍ତି ।

ସେମାନଙ୍କର ସମ୍ମାନର ସହ ବଂଚିବାର ଇଛା ରହିଛି । ସେଥିପାଇଁ ଦିବ୍ୟାଙ୍ଗମାନଙ୍କ ପ୍ରତିଭା ଅନ୍ୱେଷଣ ପାଇଁ ଆସନ୍ତା ବର୍ଷ ଜାନୁଆରୀ ଓ ଫେବୃଆରୀ ମାସରେ ମିଷ୍ଟର ଓ ମିସ୍ ଇଣ୍ଡିଆ ଓଡ଼ିଶାରେ କରାଯିବ ବୋଲି ଘୋଷଣା କରିଥିଲେ । ପୂର୍ବରୁ ଗୁଜୁରାଟ ଓ ଝାଡ଼ଖଣ୍ଡରେ ଦିବ୍ୟାଙ୍ଗ ମାନଙ୍କ ମଧ୍ୟରେ ମିଷ୍ଟର ଓ ମିସ୍ ଇଣ୍ଡିଆ ସଫଳତାର ସହ ସରିଯାଇଛି । ଓଡ଼ିଶାରେ ଭିନ୍ନକ୍ଷମ ମାନେ କିଭଳି ଭାଗନେଇ ପାରିବେ ସେ ସମ୍ପର୍କରେ ଅତିଥିମାନେ ସୂଚନା ପ୍ରଦାନ କରିଥିଲେ ।

ଭାଗନେବାକୁ ଥିବା ଭିନ୍ନକ୍ଷମ ବା ଦିବ୍ୟାଙ୍ଗମାନେ ମିଷ୍ଟର ମିସ ଇଣ୍ଡିଆ କାର୍ଯ୍ୟକ୍ରମରେ ଆତ୍ମ ବିଶ୍ୱାସ ସହ ର୍ୟାମ୍ପ ସୋରେ ଭାଗନେବା, ପାରମ୍ପରିକ ନିୟମକୁ ଚ୍ୟାଲେଞ୍ଜ କରିବା ଏବଂ କୌଣସି ସୀମାକୁ ଜାଣିନଥିବା ଏକ ଶୈଳୀକୁ ପ୍ରକାଶ କରିବା ବର୍ତମାନ କେବଳ ସ୍ୱପ୍ନ ନୁହେଁ ଏହା ବାସ୍ତବରେ ପରିଣତ ହେବାକୁ ଯାଉଛି ବୋଲି ସେମାନେ ପ୍ରକାଶ କରିଥିଲେ ।

ଦିବ୍ୟାଙ୍ଗ ପ୍ରତିଭା ମାନଙ୍କୁ ନେଇ ଓଡ଼ିଶାରେ ହେବାକୁ ଥିବା ସାର୍ଥକ ଦ୍ୱାରା ମିଷ୍ଟର ଓ ମିସ୍ ଇଣ୍ଡିଆ ରାଜ୍ୟସ୍ତରରୁ ନେଇ ଜାତୀୟ ସ୍ତରରେ ପରିଚୟ ପ୍ରଦାନ କରିବା ଏକ ପ୍ରୟାସ ବୋଲି ସେ ପ୍ରକାଶ କରିଥିଲେ । ଏହି ଅବସରରେ ଏକ ଲୋଗୋ ବା ପୋଷ୍ଟର ଅତିଥିମାନଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା । ଶେଷରେ ସାର୍ଥକ ଦ୍ୱିବେଦୀ, କିରଣ ବେହେରା, ନମିତା ସାହୁ, ରୁଦ୍ର ନାରାୟଣ ପ୍ରମୁଖଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ସସସ୍ତ କାର୍ଯ୍ୟକ୍ରମକୁ ସନ୍ତୋଷ ପ୍ରଧାନ ପରିଚାଳନା କରିଥିଲେ ।


No Result
View All Result