୯ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରାଜସୁନାଖଳା,ରଣପୁର :-> ରାଜସୁନାଖଳା ଅଞ୍ଚଳର ଗୌରବମୟ ଐତିହ୍ୟ, ଏବଂ ପାରମ୍ପରିକ ଲୋକକଳା ତଥା ସାମାଜିକ ଐକ୍ୟଭାବର ସୁଦୃଢୀକରଣ ବାର୍ତା ର ମହକ ବାଣ୍ଟି ଶନିବାର ସଂଧ୍ୟରେ ପଞ୍ଚମ ବାର୍ଷିକ ରାଜସୁନାଖଳା ମହୋତ୍ସବ -“କାଉଁରୀ” 2023 ର ଦ୍ୱିତୀୟ ସଂନ୍ଧ୍ୟା ଉଦଘାଟିତ ହୋଇଥିଲା l

ମହୋତ୍ସବର ମୁକ୍ତାକାଶ ମଣ୍ଡପରର କଳାକାରମାନେ ପାଇକ ଆଖଡାରେ ସାମରିକ କଳା କୌଶଳ ପ୍ରଦର୍ଶନ କରି ଉତ୍କଳ ମାଟିର ପାଇକମାନଙ୍କର ବୀରତ୍ଵଭରା ଐତିହ୍ୟକୁ ମନେ ପକାଇଥିଲେ।ସ୍ଥାନୀୟ ତଥା ବିଭିର୍ନ୍ନ ସ୍ଥାନରୁ ଆସିଥିବା କଳାକାର ମାନେ ସମ୍ବଲପୁରୀ ନୃତ୍ୟ, ଓଡିଶୀ ମଡର୍ନ ଡ୍ୟାନ୍ସ ପରିବେଷଣ ଶୀତୁଆ ସନ୍ଧ୍ୟାରେ ଦର୍ଶକଙ୍କ ମନରେ ଉଷୁମ ଭରି ଦେଇଥିଲା ।

ସ୍ବାଗତ ସଙ୍ଗୀତ ପରେ ଆରମ୍ଭ ହୋଇଥିଲା, ସାଧାରଣ ସଭା। ଏଥିରେ ମହୋତ୍ସବ କମିଟିର ଅଧ୍ୟକ୍ଷ୍ୟ ଆର୍ତ୍ତତ୍ରାଣ ପ୍ରଧାନ ପୌରୋହିତ୍ୟ କରିଥିଲେ। ମୁଖ୍ୟଅତିଥି ଭାବେ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ମୁଖ୍ୟ ବକ୍ତା ଭାବେ ଦୁର୍ଗା ସାମନ୍ତରାୟ, ପର୍ଯ୍ୟଟନ ବିଭାଗ ର ଉପଦେଷ୍ଟା, ସମ୍ମାନୀତ ବକ୍ତା ଭାବେ ନୟାଗଡ଼ ବ୍ଲକ ଅଧ୍ୟକ୍ଷ୍ୟ କିଶୋର ଚନ୍ଦ୍ର ସାହୁ,

ସାନମାନିତା ଅତିଥି ପ୍ରଫୁଲ କୁମାର ପ୍ରଧାନ, ବଡ଼ କୁମାରୀ ଗ୍ରାମପଞ୍ଚାୟତ ସରପଞ୍ଚ, ମନୋରଞ୍ଜନ ମିଶ୍ର, ରାଜସୁନାଖଳା ପ୍ରେସ କ୍ଳବ ସଭାପତି, କିଶୋର ରାଉତରାୟ, ରାଜସୁନାଖଳା ପ୍ରେସ କ୍ଳବ ସମ୍ପାଦକ,ପ୍ରସନ କୁମାର ସ୍ୱାଇଁ, ସଭାପତି ପ୍ରେସ କ୍ଳବ ବୋଲଗଡ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ l
ସିନେକଳାକାର ଅଭିନେତ୍ରୀ ପୁନମ ମିଶ୍ର ବିଶେଷ ଅତିଥି ଭାବେ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରି ଦର୍ଶକ ମାନଙ୍କୁ ଆକୃଷ୍ଟ କରିଥିଲେ l ମହୋତ୍ସବ ଆୟୋଜକ କମିଟି ର ସାଧାରଣ ସମ୍ପାଦକ ଚିତ୍ତରଞ୍ଜନ ପ୍ରଧାନ ସମ୍ପାଦକୀୟ ପାଠ କରିଥିଲେ
ମାନଙ୍କୁ ମଞ୍ଚକୁ ଆମନ୍ତ୍ରିତ କରିବା ସହିତ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିଲେ ଉପସ୍ଥାପକ ଜୟେନ୍ଦ୍ର ବେହେରା ଅତିଥି ପାରିଚୟ ପ୍ରଦାନ କରିଥିଲେ l ଅବସରରେ ପୂଜ୍ୟପୂଜା ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ ବିଭିର୍ନ କ୍ଷେତ୍ରରେ ଏହି ଅବସରରେ ମହୋତ୍ସବ ପାଇଁ ସ୍ୱର ଓ ବକ୍ତୃତା ପ୍ରତିଭା
ପ୍ରତିଯୋଗିତା ରେ ଚୟନ ହୋଇଥିବା କୃତୀ ପ୍ରତିଯୋଗୀ ମାନଙ୍କୁ ମାନପତ୍ର ଦେଇ ଅତିଥି ମାନେ ସମ୍ମାନିତ କରିଥିଲେ l ସାମ୍ବାଦିକ ଜୟନ୍ଦ୍ର ବେହେରା ଓ ରାଜେନ୍ଦ୍ର ସାହୁ ଉପସ୍ଥାପନା କରିଥିଲେ । ବିଳମ୍ୱିତ ରାତ୍ରୀ ପର୍ଯ୍ୟନ୍ତ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ସହିତ ମିନା ବଜାରରେ ଗହଳି ଜମିଥିଲା ।



























