No Result
View All Result
୯ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :-> ଗଜପତି ଜିଲ୍ଲା ଆର, . ଉଦୟଗିରି ବ୍ଲକ ରାମଗିରି ଗ୍ରାମପଞ୍ଚାୟତ ସ୍ଥିତ ସରକାରୀ (ଏସ ଏସ.ଡି )ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବିଜ୍ଞାନ ବିଭାଗ ତରଫରୁ ଯୁବ ଓଡିଶା ନବୀନ ଓଡିଶା ଆନୁକୂଲ୍ୟରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମର ନୋଡାଲ ଅଫିସର ତଥା ବିଜ୍ଞାନ ବିଭାଗ ଭାରପ୍ରାପ୍ତ ଅଧ୍ୟକ୍ଷ ଭି. ଗିରିବାବୁ ଙ୍କ ସଭାପତିତ୍ୱରେ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରା.ଉଦୟଗିରି ବ୍ଲକ ପଞ୍ଚାୟତସମିତି ଅଧ୍ୟକ୍ଷ ଲକ୍ଷ୍ମୀନାରାୟଣ ଶବର , ମୁଖ୍ୟ ବକ୍ତାଭାବେ ଗଜପତି ଏ ଡି ଏମ (ରେଭେନ୍ୟୁ ) ଶ୍ରୀ ବୀରେନ୍ଦ୍ର କୁମାର ଦାସ ,

ସମ୍ମାନିତ ଅତିଥିଭାବେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ସଦସ୍ୟ ତପସ କୁମାର ରଇତ , ରାମଗିରି ଥାନା ଭାରପ୍ରାପ୍ତ ଅଧିକାରୀ ଲୋକନାଥ ବେହେରା , ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରଘୁନାଥ ବଡମୁଣ୍ଡି , ଜିଲ୍ଲାପରିଷଦ ସଭ୍ୟ ଦଣ୍ଡପାଣି ବଡମୁଣ୍ଡି ,ରାମଗିରି ଗ୍ରାମପଞ୍ଚାୟତ ନାଏବ ସରପଞ୍ଚ ରାଜେନ୍ଦ୍ର କୁମାର ମାଝୀ , ପ୍ରଧାନ ଶିକ୍ଷକ ସଂଜୀବ କୁମାର ନାୟକ ପ୍ରମୁଖ ମଞ୍ଚାସିନ ହୋଇଥିଲେ l ଅତିଥି ମାନଙ୍କ ଦ୍ୱାରା ମଞ୍ଚ ଉପରେ ପ୍ରଦୀପ ପ୍ରଜ୍ବଳନ କରାଯିବା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା l

କାର୍ଯ୍ୟକ୍ରମ ର ମୁଖ୍ୟ ଉଦେଶ୍ୟ ହେଲା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ଲୁକାୟତ ପ୍ରତିଭା ଗୁଡିକୁ ଲୋକଲୋଚନକୁ ଆଣିବା ଓ ସେହି ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ପାଠପଢାରେ ଉତ୍ସାହିତ କରିବା। ମୁଖ୍ୟବକ୍ତା ଏବଂ ମୁଖ୍ୟ ଅତିଥି ନିଜ ଅଭିଭାଷଣରେ ଛାତ୍ରଛାତ୍ରୀଙ୍କ ସାମାଜିକ ସେବା , କ୍ରୀଡା ଏବଂ ନିଜ ଭିତରେ ଲୁଚି ରହିଥିବା ସାଂସ୍କୃତିକ ପ୍ରତିଭାମାନର ବିକାଶ ପାଇଁ ଗପ ଓ କଥା ମାଧ୍ୟମରେ ଉପେଦେଶ ପ୍ରଦାନ କରିଥିଲେ l ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରାଯାଇଥିଲା ।

ପୂର୍ବରୁ ହୋଇଥିବା କ୍ରୀଡା ପ୍ରତିଯୋଗିତା, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସମାଜସେବା ପ୍ରତିଯୋଗୀତାରେ କୃତିତ୍ୱ ହୋଇଥିବା ପ୍ରିୟ ୨୫୦ ଜଣ ଛାତ୍ରଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା l ଏହି କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ର ଇଂରାଜୀ ଅଧ୍ୟାପକ ଅଞ୍ଜିତ କୁମାର ପରିଛା ଓ ପ୍ରଦୀପ୍ତ କୁମାର ନାୟକ ମଞ୍ଚ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ସମସ୍ତୁ ଅଧ୍ୟାପକ ଅଧ୍ୟାପିକା,ଛାତ୍ରଛାତ୍ରୀ ଏବଂ ସମସ୍ତ କର୍ମଚାରୀ ମାନେ ସହଯୋଗ କରିଥିଲେ।


No Result
View All Result