୯ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଖୋର୍ଦ୍ଧା-ଜଟଣୀ :-> କୌଶଳ ଭିତ୍ତିକ ଶିକ୍ଷାପ୍ରଦାନ କ୍ଷେତ୍ରରେ ଦେଶର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବରେ ପରିଚିତ ସେଞ୍ଚୁରିଅନ ବିଶ୍ବବିଦ୍ୟାଳୟ ଆଜି ତା’ର ୧୧ତମ ସମାବର୍ତ୍ତନ ଉତ୍ସବ ପାଳନ କରିଛି।ଓଡ଼ିଶାର ମହାମହିମ ରାଜ୍ୟପାଳ ଶ୍ରୀ ରଘୁବର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ସମ୍ମାନୀୟ ଅତିଥି ଭାବେ ସୁପ୍ରିମ କୋର୍ଟର ମାନ୍ୟବର ବିଚାରପତି ଶ୍ରୀ ସିଟି ରବିକୁମାର, ହିନ୍ଦୁସ୍ଥାନ ପେଟ୍ରୋଲିୟମ୍ ନିଗମ ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପୁଷ୍ପ କୁମାର ଯୋଶୀ,
ଡଃ ବୀ ଭୀ ଆର ମୋହନ ରେଡ୍ଡୀ ପ୍ରତିଷ୍ଠାତା ଅଧ୍ୟକ୍ଷ CYIENT ଏବଂ ପୂର୍ବତନ ଅଧ୍ୟକ୍ଷ NASSCOM, ଉପସ୍ଥିତିରେ ନିଜର ଏକାଦଶ ସମାବର୍ତ୍ତନ ଉତ୍ସବ ପାଳନ କରିଛି l ଆଜିର ଏହି ସମାବର୍ତ୍ତନ ଉତ୍ସବରେ ସର୍ବପ୍ରଥମେ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସୁପ୍ରିୟା ପଟ୍ଟନାୟକ ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେl ବିବରଣୀ ପ୍ରଦାନ ଅବସରରେ ପ୍ରଫେସର ପଟ୍ଟନାୟକ ମୁଖ୍ୟତଃ କହିଥିଲେଯେ ଏକାଦଶ ସମ୍ମିଳନୀରେ ଏହିପରି ସମ୍ମାନିତ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦାନ କରିଥିବାରୁ ଆମେ ଗୌରବାନ୍ୱିତ।
ଏହି ସମାରୋହ କେବଳ ଆମର ସ୍ନାତକୋତ୍ତର ଛାତ୍ର,ଛାତ୍ରୀ ମାନଙ୍କ ପାଇଁ ଏକ ମାଇଲଖୁଣ୍ଟ ନୁହେଁ ବରଂ ବିଶ୍ୱବିଦ୍ୟାଳୟର ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ପାଇଁ ଏକ ପ୍ରମାଣ । ଗୁଣାତ୍ମକ ଶିକ୍ଷା, ସ୍ଥିରତା,ଏବଂ ସାମାଜିକ ସୁ’ପ୍ରଭାବ ପ୍ରତି ଆମର ପ୍ରତିବଦ୍ଧତା NAAC A+ ସ୍ୱୀକୃତି ଏବଂ ଜାତିସଂଘ SDGs ସହିତ ଶ୍ରେଣୀ ବଦ୍ଧତା ମାଧ୍ୟମରେ ସ୍ପଷ୍ଟ ହୋଇଛି।ଚଳିତ ବର୍ଷ ୨୦୩ କମ୍ପାନୀ ୨୩୫୮ ଛାତ୍ର,ଛାତ୍ରୀଙ୍କୁ ଚାକିରି ପ୍ରଦାନ କରିଛନ୍ତି। ଛାତ୍ର,ଛାତ୍ରୀ ନିଜର ଶିକ୍ଷାର ସଦ୍ ଉପଯୋଗ ଦ୍ଵାରା ଏକ ଊନତ ସମାଜ ଗଡିପରିବେ।
ମହାମହିମ ରାଜ୍ୟପାଳ ନିଜ ବକ୍ତବ୍ୟ ଉପସ୍ଥାପନ କରି ବିଶ୍ବବିଦ୍ୟାଳୟର କୌଶଳ ଭିତ୍ତିକ ଶିକ୍ଷାକୁ ଲୋକାଭିମୁଖୀ କରିବାର ପ୍ରୟାସ ତଥା ଏହାର ସାମାଜିକ ଦାୟୀତ୍ବ ବୋଧକୁ ନିର୍ବାହ କରିବା ନିମିତ୍ତ ପଦକ୍ଷେପକୁ ପ୍ରଶଂସା କରିଥିଲେl ଛାତ୍ର, ଛାତ୍ରୀମାନଙ୍କୁ ଉପଦେଶ ଦେଇ ମହାମହିମ ରାଜ୍ୟପାଳ କହିଥିଲେଯେ ” ଜୀବନରେ ସଫଳତା କିମ୍ବା ବିଫଳତା ଜୀବନର ଏକ ଅଂଶମାତ୍ର”l ସବୁଠୁ ବଡ଼ କଥା ହେଲା ଵିଵେକାନୁ ମୋଦିତ ଓ ସତ୍ୟ ନିଷ୍ଠାରେ କାର୍ଯ୍ୟ କରିବା ସହ ସମାଜରେ ସୁଖ ବିସ୍ତାର କରିବା l
ଏହି ଉତ୍ସବରେ ସୁଙ୍କାରୀ କୃଷ୍ଣ ଭେନୀଙ୍କୁ ଭିଜିଟର୍ସ ସ୍ୱର୍ଣ୍ଣ ପଦକ,ସତରୁପା ପଣ୍ଡାଙ୍କୁ ଧୀରନ ପଟ୍ଟନାୟକ ସ୍ୱର୍ଣ୍ଣ ପଦକ,୩୭ ଜଣ ଗବେଷକ ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ ଉପାଧି ହାସଲ କରିଥିଲା ବେଳେ ୧୭ ଜଣ ଛାତ୍ର,ଛାତ୍ରୀ ସ୍ଵର୍ଣ୍ଣପଦକ ଲାଭ କରିଛନ୍ତି l ବିଶ୍ୱବିଦ୍ୟାଳୟ କୁଳପତି ବିଶ୍ଵଜୀତ ମିଶ୍ର ସଫଳତାର ସହିତ ଉତ୍ତୀର୍ଣ ହୋଇଥିବା ଛାତ୍ର,
ଛାତ୍ରୀଙ୍କୁ କର୍ତ୍ତବ୍ୟନିଷ୍ଠା ଓ ମୂଲ୍ୟବୋଧ ସମ୍ପର୍କିତ ଶପଥପାଠ କରାଇଥିଲେ l ଆଜିର ଏହି ସମାବର୍ତ୍ତନ ଉତ୍ସବରେ ବିଶ୍ବବିଦ୍ୟାଳୟର ସଭାପତି ପ୍ରଫେସର ମୁକ୍ତିକାନ୍ତ ମିଶ୍ର, ଉପସଭାପତି ପ୍ରଫେସର ଡି ଏନ ରାଓ, ରେଜିଷ୍ଟ୍ରାର ପ୍ରଫେସର ଅନୀତା ପାତ୍ର ବିଶ୍ବ ବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ ବିଶ୍ଵ ବିଦ୍ୟାଳୟର ସମସ୍ତ ଛାତ୍ର,ଛାତ୍ରୀ ମାନେ ଯୋଗ ଦେଇଥିଲେ l