କ୍ରମାଗତ ୧୫ତମ ମାସ ପାଇଁ ଡିଜିସିଏ ପକ୍ଷରୁ ଗୋଏୟାରକୁ ଅନ-ଟାଇମ୍ ପ୍ରଦର୍ଶନରେ ୨୦୧୯ ନଭେମ୍ବରରେ ଏକ ନମ୍ବର ମାନ୍ୟତା ପ୍ରଦାନ ୨୦୧୯ ନଭେମ୍ବରରେ ଗୋଏୟାରର ଲୋଡ ଫ୍ୟାକ୍ଟର ଅନ୍ୟତମ ସର୍ବାଧିକ ୨୦୧୯ ନଭେମ୍ବରରେ ଗୋଏୟାର ୧୪.୨୨ ଲକ୍ଷ ଯାତ୍ରୀଙ୍କୁ ପରିବହନ କରିଛି
ଭୁବନେଶ୍ୱର: ଭାରତର ସବୁଠୁ ବିଶ୍ୱାସଯୋଗ୍ୟ, ସମୟାନୁବର୍ତିତା ଓ ଦ୍ରୁତ ଅଭିବୃଦ୍ଧିଶୀଳ ବିମାନ କଂପାନି ଗୋଏୟାର ୨୦୧୯ ନଭେମ୍ବରରେ ମଧ୍ୟ ସବୁଠୁ ସମୟାନୁବର୍ତି ବିମାନ କଂପାନିର ମାନ୍ୟତା ବଜାୟ ରଖିଛି ବୋଲି ଭାରତୀୟ
ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ (ଡିଜିସିଏ) ରିପୋର୍ଟରୁ ଜଣାପଡ଼ିଛି । ଗୋଏୟାର ୬୭.୬% ଅନ୍-ଟାଇମ୍ ପରଫରମାନ୍ସ (ଓଟିପି) ସହିତ କ୍ରମାଗତ ୧୫ତମ ମାସ ପାଇଁ ଶୀର୍ଷ ସ୍ଥାନରେ ରହିଛି ଯାହା ୨୦୧୯ ନଭେମ୍ବରରେ ସମସ୍ତ ବିମାନ କଂପାନିଗୁଡ଼ିକ ମଧ୍ୟରେ ସର୍ବାଧିକ ।୨୦୧୯ ନଭେମ୍ବରରେ ଗୋଏୟାର ମୋଟ ୧୪ ଲକ୍ଷ ୨୨ ହଜାର ଯାତ୍ରୀଙ୍କୁ ସେବା ଯୋଗାଇ ଦେଇଛି ଏବଂ ପ୍ରତି ୧୦ ହଜାର ଯାତ୍ରୀରେ ଅଭିଯୋଗ ହେଉଛି ମାତ୍ର ୦.୬ । ୨୦୧୯ ନଭେମ୍ବରରେ କଂପାନିର ଲୋଡ୍ ଫ୍ୟାକ୍ଟର ହେଉଛି ଅନ୍ୟତମ ସର୍ବାଧିକ । ଡିଜିସିଏ ରିପୋର୍ଟ ଅନୁଯାୟୀ, ନଭେମ୍ବରରେ ଲୋଡ୍ ଫ୍ୟାକ୍ଟର ୯୨.୭% ରହିଛି ଯାହା ୨୦୧୯ ଅକ୍ଟୋବରରେ ୮୩.୧% ଥିଲା । ଗୋଏୟାର ସବୁ ବେଳେ ସବୁ ସମୟରେ ସମୟାନୁବର୍ତୀ । ଗୋଏୟାରର ପରିଚାଳନା ନିର୍ଦେଶକ ଶ୍ରୀଯୁକ୍ତ ଜେହ୍ ୱାଡିଆ କହିଛନ୍ତି ଯେ, “କ୍ରମାଗତ ୧୫ତମ ଥର ଲାଗି ଗୋଏୟାର ଓଟିପି ଚାର୍ଟ ଶୀର୍ଷରେ ରହିଥିବାରୁ ଆମେ ବହୁତ ଉଲ୍ଲସିତ । ଗୋଏୟାର ଏହାର ବ୍ୟବସାୟକୁ ତିନିଟି ମୌଳିକ ଆଦର୍ଶ: ସମୟାନୁବର୍ତିତା, ସୁଲଭତା ଏବଂ ସଜହତା ଅନୁସାରେ ପରିଚାଳିତ ହେଉଛି । ଭାରତୀୟ ବିମାନ ଶିଳ୍ପରେ କ୍ରମାଗତ ୧୫ତମ ମାସ ପାଇଁ ଅଗ୍ରଣୀ ନେତୃତ୍ୱ ବଜାୟ ରଖିିଥିବାରୁ ଗୋଏୟାରର ସମଗ୍ର
ଟିମ୍କୁ ମୁଁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛୁ ।’’ ୨୦୧୯ ନଭେମ୍ବରରେ ଗୋଏୟାରର ୩୨୫ର ଅଧିକ ଦୈନିକ ବିମାନରେ ୧୪.୨୨ ଲକ୍ଷ ଯାତ୍ରୀ ବିମାନ ସେବା ହାସଲ କରିଛନ୍ତି । ଗୋଏୟାର ପକ୍ଷରୁ ଅହମ୍ମଦାବାଦ, ଆଇଜ୍ୱଲ, ବଗଡୋଗରା, ବେଙ୍ଗାଲୁରୁ, ଭୁବନେଶ୍ୱର, ଚଣ୍ଡିଗଡ଼, ଚେନ୍ନାଇ,ଦିଲ୍ଲୀ, ଗୋଆ, ଗୌହ୍ୱାଟି, ହାଇଦ୍ରାବାଦ, ଜୟପୁର, ଜମ୍ମୁ, କୋଚି, କୋଲକାତା, କନ୍ନୁର, ଲେହ, ଲକ୍ଷେ୍ନø, ମୁମ୍ବାଇ, ନାଗପୁର, ପାଟନା, ପୋର୍ଟବ୍ଲେୟାର, ପୁନେ, ରାଂଚି ଓ ଶ୍ରୀନଗର ଭଳି ୨୫ଟି ଘରୋଇ ସ୍ଥାନକୁ ବିମାନ ସେବା ପ୍ରଦାନ କରାଯାଉଥିବା ବେଳେ ଫୁକେଟ୍, ମାଲେ, ମସ୍କାଟ,
ଆବୁଧାବି, ଦୁବାଇ, ବ୍ୟାଙ୍କକ୍, ସିଙ୍ଗାପୁର ଏବଂ କୁଏତ୍ ଭଳି ୮ଟି ଆନ୍ତର୍ଜାତିକ ସ୍ଥାନକୁ ଗୋଏୟାର ବିମାନ ଉଡୁଛି ।