ଓଡିଶା ତାଜା ନ୍ୟୁଜ୍ (୧୭ ଜୁଲାଇ ୨୦୨୦ ଶୁକ୍ରବାର) ବାସୁଦେବପୁର :- ବାସୁଦେବପୁର ବ୍ଲକ ସମନ୍ବିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟର ଅଧିକାରୀ (ସିଡିପିଓ)ଜାନକୀ ଦାସ ଆଜି ୩ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ କାବୁ କରିଛି । ଏହି କାର୍ଯ୍ୟାଳୟରେ ଠିକା ଡ୍ରାଇଭର ଭାବେ କାମ କରୁଥିବା ରାଜ କିଶୋର ନାୟକଙ୍କ ବକେୟା ଦରମା କରାଇ ଦେବାପାଇଁ ୩ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଧରିଛି । ଡ୍ରାଇଭର ଏହି କାର୍ଯ୍ୟାଳୟରେ ଦୀର୍ଘଦିନ ଧରି ଠିକା କର୍ମଚାରୀ ଭାବେ କାମ କରୁଥିଲେ । କାର୍ଯ୍ୟାଳୟ ହାତ ପାଣ୍ଠିରୁ ଦରମା ପାଉଥିଲେ । ହେଲେ କିଛି ମାସ ଧରି ହାତ ପାଣ୍ଠି ମିଳିନଥିବାରୁ ଡ୍ରାଇଭରକୁ ଦରମା ମିଳିନଥିଲା । ପାଖାପାଖି ୪୦ ହଜାର ଟଙ୍କା ବକେୟା ପାଇବାକୁ ରହିଥିଲା ।
ନିକଟରେ ହାତ ପାଣ୍ଠି ଆସିବ ପରେ ଦରମା କରାଇ ଦେବାକୁ ଡ୍ରାଇଭର ସିଡିପିଓଙ୍କୁ କହିଥିଲେ । ହେଲେ ଏହି ବକେୟା ଦରମା କରାଇ ଦେବାପାଇଁ ଡ୍ରାଇଭରକୁ ୩ହଜାର ଟଙ୍କା ଦେବାପାଇଁ ସିଡିପିଓ ଜାନକୀ ଦାସ କହିଥିଲେ । ନିରୁପାୟ ହୋଇ ଡ୍ରାଇଭର ଭିଜିଲାନ୍ସ ବିଭାଗର ଦ୍ଵାରସ୍ତ ହୋଇଥିଲେ । ପୂର୍ବ ଯୋଜନା ଅନୁଯାଇ ଶୁକ୍ରବାର ଡ୍ରାଇଭର ୩ହଜାର ଟଙ୍କା ସିଡିପିଓଙ୍କୁ ଦେଉଥିବା ବେଳେ, ଭିଜିଲାନ୍ସ କାବୁ କରିନେଇଥିଲେ । ଭିଜିଲାନ୍ସ ଟିମ ସିଡିପିଓ ଗିରଫ କରିବା ସହ ତାଙ୍କର ନିଜସ୍ଵ କାରକୁ ନେଇଯାଇଛି । ତା’ସହିତ କାର୍ଯ୍ୟାଳୟର କିରାଣୀକୁ ସାଥିରେ ନେଇଯାଇଛନ୍ତି ।