କାହିଁକି ଗଲେନି ମହତପଲା ପଞ୍ଚାୟତ : ସମ୍ବିତ୍ ପାତ୍ର ଓ ସୁରମା ପାଢୀ
୮ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରଣପୁର ଗୋପାଳପୁର :-> ରଣପୁର ଗୋପାଳପୁର ପଞ୍ଚାୟତ ରେ ବିକଶିତ ଭାରତ କାର୍ଯ୍ୟକ୍ରମ ରେ ବିଜୁ ଜନତା ଦଳ ଏବଂ ଭାରତୀୟ ଜନତା ପାର୍ଟିର ବହୁ କର୍ମୀ ଯୋଗଦାନ କରିଥିଲେ , ଉଭୟ ଦଳ ଙ୍କ ସହମତି ଓ ସହଯୋଗ ଦ୍ଵାରା ସଭାକାର୍ଯ୍ୟ ପରିଚାଳିତ ହୋଇଥିଲା ,ଏଠାରେ ସଭାପାଇଁ ମଞ୍ଚ ହୋଇଥିଲେ ମଧ୍ୟ କାହାକୁ ମଞ୍ଚଉପରେ ଚଢ଼ା ଯାଇ ନଥିଲା ,
ଏହା କେବଳ ବିଜେପି ର କାର୍ଯ୍ୟକ୍ରମ ନୁହେଁ ବରଂ କେନ୍ଦ୍ର ସରକାର ଙ୍କ କାର୍ଯ୍ୟକ୍ରମ ତେଣୁ ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ୍ ପାତ୍ର ଓ ସୁରମା ପାଢୀ ଙ୍କୁ ମଞ୍ଚ ଉପରେ ଚଢ଼ା ଗଲା ନାହିଁ ଉଭୟ ସମ୍ବିତ ପାତ୍ର ତଥା ସୁରମା ପାଢ଼ୀ ଙ୍କୁ ବିଜେଡ଼ି ସଭ୍ୟ ମାନଙ୍କ ଦ୍ଵାରା ପ୍ରବଳ ବିରୋଧ କରାଯାଉଥିବା ଦେଖିବାକୁ ମିଳିଥିଲା ,
ଆଜିର ଏହି ସଭା ରେ ସ୍ଥାନୀୟ ସରପଞ୍ଚ ତଥା ଜିଲ୍ଲା ପରିଷଦ ଅନୁପସ୍ଥିତ ଥିଲେ, ତେଣୁ ଏହି କାର୍ଯ୍ୟକ୍ରମ ଅସଫଳ ହୋଇଥିଲା ବୋଲି ଆଲୋଚନା ହେଉଛି, ଏତେ ସବୁ ଅସୁବିଧା ଯୋଗୁ ବିଜେଡ଼ି କର୍ମୀ ତଥା ଗୋପାଳପୁର ର ଜନସାଧାରଣ ଏହି କାର୍ଯ୍ୟକ୍ରମ କୁ ବିରୋଧ କରୁଥିଲେ ,
ଆଜିର ଏହି କାର୍ଯ୍ୟକ୍ରମ ରେ ବିଜୁ ଯୁବ ଜନତା ଦଳ ର ରଣପୁର ବ୍ଲକ ସଭାପତି ଆକାଶ ପାଣି, ନୟାଗଡ଼ ଜିଲ୍ଲା ଯୁବ ସାଧାରଣ ସମ୍ପାଦକ ରଞ୍ଜନ ଦାଶ, ବ୍ଲକ ନାରୀ ନେତ୍ରୀ କ୍ରିଷ୍ଣା ଦାସ, ମଞ୍ଜୁ ଲତା ସେଠୀ, ଦିବ୍ୟଜ୍ୟୋତି ମହାପାତ୍ର, ଚନ୍ଦ୍ରକାନ୍ତ ସାହୁ, ପ୍ରଦୀପ ସାମନ୍ତରାୟ, ଏବଂ ବହୁ ବିଜେଡ଼ି କର୍ମୀ ଯୋଗ ଦେଇ ଥିଲେ.
ସମ୍ବିତ୍ ପାତ୍ର ଓ ସୁରମା ପାଢୀ ଙ୍କୁ ମଞ୍ଚ ଉପରେ ଚଢ଼ା ଗଲା ନାହିଁ















