୮ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଟକ :-> କଟକ ମହାନଗର ନିଗମ ୫୮ ନମ୍ବର ୱ।ର୍ଡ଼ ପ୍ରତାପନଗରୀ ଠାରେ ଥିବା ଧାକୁଲେଇ ବିଦ୍ୟା ପୀଠରେ ଶୁକ୍ରବାର ଦିନ ୧୪ ତମ ବିଞାନ ମେଳା ପ୍ରଧାନ ଶିକ୍ଷକ ପ୍ରକାଶ ମହାରଣାଙ୍କ ତତ୍ତ୍ୱ।ବଧାନରେ ଅନୁଷ୍ଠିତ ହୋଇଥିଲା ।

ଏହି ମେଳାକୁ ସ୍ଥାନୀୟ କର୍ପୋରେଟର ଜନାର୍ଦ୍ଦନ ପରିଡ଼ା ଫିତା କାଟି ଉଦଘାଟନ କରିଥିଲେ । ବିଦ୍ୟାଳୟ ର ସିନିୟର ଏବଂ ଜୁନିୟର ଗୃପର ଛାତ୍ରଛାତ୍ରୀଙ୍କ ପକ୍ଷରୁ ୪୧ଟି ବିଭିନ୍ନ ପ୍ରକଳ୍ପ ସ୍ଥାନ ପାଇଥିଲା ।

ଏହା ସହିତ କଳା ଏବଂ ଖାଦ୍ୟ ମେଳା ଅନୁଷ୍ଠିତ ହୋଇଥିଲା । ଛାତ୍ରଛାତ୍ରୀଙ୍କ ଦ୍ୱାରା କରାଯାଇଥିବା ବିଭିନ୍ନ ପ୍ରକଳ୍ପକୁ ଅତିଥି ମାନେ ବୁଲି ଦେଖିଥିଲେ । ଏହି ମେଳାରେ ପ୍ରତାପନଗରୀ ଗ୍ରାମ୍ୟ ଉନ୍ନୟନ କମିଟି ର ସଭାପତି ପ୍ରମୋଦ ସ୍ୱାଇଁ,

ରାମ ଚନ୍ଦ୍ର ରାଉତ, ନାରାୟଣ ରାଉତଙ୍କ ସମେତ ଅଭିଭାବକ ମାନେ ବୁଲି ଦେଖିଥିଲେ । ବିଞାନ ମେଳାକୁ ପରିଚାଳନା କରିଥିଲେ ଶିକ୍ଷକ କରୁଣା କର ନାୟକ ଏବଂ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ।
















