୭ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚିଲିକା :-> ଚିଲିକା ବ୍ଲକ୍ ଅନ୍ତର୍ଗତ ଵିରିବାଡି ସ୍ଥିତ ଶ୍ରୀ ଲୋକନାଥ ଦେବ ମାନସିଂହ ବିଦ୍ୟାପୀଠ ପକ୍ଷରୁ ଆଜି ଗୁରୁବାର ଏକ ସଡକ ସୁରକ୍ଷା ସପ୍ତାହ ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ କୁନା ମହତ୍ତ୍ଵ ଙ୍କ ନେତ୍ରୃତ୍ଵରେ ଛାତ୍ର ଛାତ୍ରୀ ମାନେ ପ୍ଲାକାର୍ଡ ଓ ସଚେତନତା ଵ୍ୟାନର୍ ଧରି ବିଭିନ୍ନ ସ୍ଲୋଗାନ ଦେବାସହ ଗ୍ରାମ ପରିକ୍ରମା କରିଥିଲେ ।

ଏହାପରେ ବିଦ୍ୟାଳୟ ପରିସରରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇ ରାସ୍ତା ନିରାପତ୍ତା ସମ୍ପର୍କରେ ଆଲୋଚନା ହୋଇଥିଲା । ଅବସରପ୍ରାପ୍ତ ଆରକ୍ଷୀ ଅଧିକାରୀ ବସନ୍ତ କୁମାର ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁଙ୍ଖାନୁପୁଙ୍ଖ ଭାବେ ପିଲାମାନଙ୍କୁ ଏ ସମ୍ପର୍କିତ ତଥ୍ୟ ପ୍ରଦାନ କରିଥିଲେ । ବିଦ୍ୟାଳୟ ର ସମସ୍ତ ସହକାରୀ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଏହି କାର୍ଯ୍ୟକ୍ରମ ରେ ସହାୟତା ପ୍ରଦାନ କରିଥିଲେ ।














