ଓଡିଶା ତାଜା ନ୍ୟୁଜ୍ (୧୭ ଜୁଲାଇ ୨୦୨୦ ଶୁକ୍ରବାର) କଟକ, ସାଲେପୁର :- କଟକ ଜିଲ୍ଲା ସାଲେପୁର ଥାନା ଭାତ ପଡା କଟକ ଚାନ୍ଦବାଲି ରାସ୍ତାରେ ଆଜି ସ୍ପଷ୍ଟ ଦିବାଲୋକରେ ଜଣେ ଫଳ ବ୍ୟବସାୟୀଙ୍କୁ ବନ୍ଧୁକ ରେ ଆକ୍ରମଣ କରି ଦୁର୍ବୁତ୍ତ ମାନେ ୩ ଲକ୍ଷ ଲୁଟ କରିଥିବା ନେଇ ସାଲେପୁର ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପରେ ଘଟଣାକୁ ଗମ୍ଭୀରତା ସହ ନେଇ ସାଲେପୁର ପୋଲିସ ତଦନ୍ତ ଆରମ୍ଭ କରିଛି । ସୂଚନା ମୁତାବକ କେନ୍ଦ୍ରାପଡା ଫକୀରାବାଦ ଅଂଚଳର ଫଳ ବ୍ୟବସାୟୀ ମହମ୍ମଦ ମୁସ୍ତାକ ଫଳ ଆଣିବା ପାଇଁ ଆଜି ସକାଳ ସମୟରେ ପିକ ଅପ ଭ୍ୟାନ ଯୋଗେ ସାଲେପୁର ଦେଇ କଟକ ମାଲ ଗୋଦାମ ଅଂଚଳକୁ ଯାଉଥିଲେ । ହଠାତ ସାଲେପୁର ଥାନା ଭାତପଡ଼ା ରାସ୍ତା ନିକଟରେ ଦୁଇ ଅଜଣା ଦୁବୃତ୍ତ ଏକ ମଟର ସାଇକଲ ରେ ଆସି ଫାଇନାନ୍ସ କମ୍ପାନୀ କର୍ମଚାରୀ କହି ପିକ ଅପ ଭ୍ୟାନକୁ ଅଟକାଇଥିଲେ ।
ଗାଡ଼ି ଅଟିକିବା କ୍ଷଣି ମଟରସାଇକଲ ରେ ଥିବା ଦୁଇ ଜଣ ଦୁବୃତ୍ତ ବନ୍ଧୁକରେ ଗାଡି ଭିତରେ ବସିଥିବା ଫଳ ବ୍ୟବସାୟୀ ଓ ତାଙ୍କ ଡ୍ରାଇଭର ମୁଣ୍ଡକୁ ଆକ୍ରମଣ କରି ଜୀବନରୁ ମାରିଦେବାକୁ ଧମକ ଦେଇ ତତକ୍ଷଣାତ ଗାଡି ଭିତରେ ଥିବା 3 ଲକ୍ଷ ଟଙ୍କା ଲୁଟି ସେଠାରୁ ଚମ୍ପଟ ମାରିଥିଲେ । ଆହତ ଅବସ୍ଥାରେ ଫଳ ବ୍ୟବାସାଇ ମହମ୍ମଦ ମୁସ୍ତାକ ଓ ଡ୍ରାଇଭର ଏର୍ଶାଦ ଅଲ୍ଲୀ ମେଡିକାଲ ରେ ଭର୍ତି ହୋଇଥିଲେ । ଅନ୍ୟପଟେ ଫଳ ବ୍ୟବସାୟୀ ମହମ୍ମଦ ମୁସ୍ତାକ ସାଲେପୁର ଥାନା ରେ ଏତଲା ଦେବସହ ସେ ଉକ୍ତ ଭଡା ଗାଡିର ଡ୍ରାଇଭର ଲୁଟ ଘଟଣାରେ ସମ୍ପୃକ୍ତ ଥିବା ସନ୍ଦେହ ପ୍ରକାଶ କରିଛନ୍ତି । ସେପଟେ ଗାଡି ଡ୍ରାଇଭର ଏଭଳି ଅଭିଯୋଗ କୁ ଅସ୍ବୀକାର କରିଛନ୍ତି । (ରିପୋର୍ଟ – ଲଷ୍ମୀଧର ଖୁଣ୍ଟିଆ)