No Result
View All Result
୬ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :-> ମୋହନା ବ୍ଳକ ଅଡବା ଥାନାର ଅଡବା ଗ୍ରାମ ନିକଟରେ ଭାରସାମ୍ୟ ହରାଇ ବାଇକିରୁ ଖସି ପଡିବାରୁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ କନ୍ଧମାଳ ଜିଲ୍ଲା ମିଞ୍ଜାପଙ୍କା ଗ୍ରାମର ବାପୁଜୀ ସିଂ ଆଜ ସନ୍ଧ୍ୟାରେ ଅଡବାରୁ ମଞ୍ଜିପଙ୍କା ଯିବା ବେଳେ ଅଡବା ନିକଟରେ ଖରାପ ପାଗ ଏବଂ ବର୍ଷା ଯୋଗୁଁ ଭାରସାମ୍ୟ ହରାଇ ବାଇକି୍ ରାସ୍ତା କଡକୁ ଖସି ପଡିଥିଲା ।

ଆହତ ଅବସ୍ଥାରେ ବାପୁଜୀଙ୍କୁ ମୋହନା ସ୍ବାସ୍ଥ୍ୟକେନ୍ଦ୍ରରେ ଭତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସ୍ଥାନୀୟ ପୁଲିସ ମୃତଦେହ ଜବତ କରି ବ୍ୟବଛେଦ ନିମନ୍ତେ ବ୍ରହ୍ମପୁର ବଡ ମେଡିକାଲକୁ ପଠାଇଥିବା ବେଳେ ଘଟଣାର ତଦନ୍ତ କରାଯାଇଛି ।

No Result
View All Result