ଏବଂ ଛାତ୍ର ଛାତ୍ରୀ ପରୀକ୍ଷାର ପୂର୍ବ ପ୍ରସ୍ତୁତି ଇଂରାଜୀ ଫର୍ମାଟ ରେ ବି କରିଥିବା ବେଳେ ପ୍ରଶ୍ନପତ୍ର କୁ ନେଇ ବାଧା ଉପୁଜିଥିବା ଜଣାପଡିଛି । ସର୍ତ୍ତାବଳୀ ଏବଂ ନିୟମାବଳୀ ଅନୁଯାୟୀ, ସମସ୍ତ ପ୍ରଶ୍ନ ଓଡିଆ ଏବଂ ଇଂରାଜୀ ଫର୍ମାଟରେ ୫୦ – ୫୦ ପ୍ରତିଶତ ଆସିବା ଉଚିତ । କିନ୍ତୁ MAT ଏବଂ SAT ର ପ୍ରଶ୍ନ ଯାଞ୍ଚ କରିବାରେ ଜଣା ପଡ଼ିଛି ଯେ ଉଭୟ MAT ଏବଂ SAT ଓଡିଆ ଭାଷା ରେ ହିଁ ପ୍ରକାଶିତ ହୋଇଥିଲା । ଫଳତଃ ପରୀକ୍ଷାର୍ଥୀ ମାନେ ହଇରାଣ ହୋଇଥିଲେ ।
ଓଡ଼ିଆ ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷାର ଷଷ୍ଠ ଶ୍ରେଣୀ ପାଇଁ ୧ଲକ୍ଷ ୩୬ହଜାର ୪୯୧ଜଣ, ସପ୍ତମ ଶ୍ରେଣୀ ପାଇଁ ୧୭ହଜାର ୧୫୪ଜଣ, ଅଷ୍ଟମ ଶ୍ରେଣୀ ପାଇଁ ୧୨ହଜାର ୪୫୬ଜଣ, ନବମ ଶ୍ରେଣୀ ପାଇଁ ୫ହଜାର ୭୧୬ଜଣ ନାମ ପଞ୍ଜିକରଣ କରିଥିବା ବେଳେ ଓଡ଼ିଆ ମାଇନିଂ ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷାରେ ଷଷ୍ଠ ଶ୍ରେଣୀ ପାଇଁ ୧୩୪୬ଜଣ ନାମ ପଞ୍ଜୀକରଣ କରିଥିବା ବୋର୍ଡର ଉପସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତି ଏକ ପ୍ରେସ୍ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି।
ଓଡ଼ିଆ ବୁଝିବାରେ ଅସୁବିଧା ହେବା କାରଣରୁ ରେଜଲ୍ଟ ଖରାପ ହେବାର ଅଭିଯୋଗ ଆସିଛି । ପ୍ରଶ୍ନ ପତ୍ର ରେ ତ୍ରୁଟି ସମ୍ପର୍କ ରେ ଶିକ୍ଷା ମନ୍ତ୍ରୀ , ରାଜ୍ୟ କାଉନସିଲ ଅଫ ଏଜୁକେସନାଲ୍ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ ର ନିର୍ଦ୍ଦେଶକ ନୟାଗଡ଼ ଜିଲ୍ଲାପାଳ ଓ ଶିକ୍ଷା ଅଧିକାରୀ ଙ୍କୁ ଅଭିଗତ କରାଇଛନ୍ତି । ଫେରାଦ ପରେ ଦୃଢ଼ କାର୍ଯ୍ୟାୁଷ୍ଠାନ ନିଆଯାଇ ପୁନର୍ବାର ପରୀକ୍ଷା କରେଇବା ପାଇଁ ସାଧାରଣ ରେ ଅଭିଭାବକ ମାନେ ଦାବି କରିଛନ୍ତି ।

© 2023 Odisha Taza News.