No Result
View All Result
୫ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ବାଲୁଗାଁ :-> ବାଲୁଗାଁ ଅବକାରୀ ବିଭାଗ ବାଲୁଗାଁ, ବାଣପୁର ଓ ନାଚୁଣୀ ଅଞ୍ଚଳରେ ଚଢ଼ାଉ କରି ବିପୁଳ ପରିମାଣର ଚୋରା ଦେଶୀମଦ ସହ ତିନିଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।ସୂଚନା ଅନୁଯାଇ ଆଜି ଚଢ଼ାଉ କରି ବାଣପୁର କୋଷରଡ଼ା ଗ୍ରାମର ପ୍ରଫୁଲ୍ଲ ଶବର (୨୫)ଙ୍କ ଠାରୁ ୬୦ ଲିଟର,

କୁଲେଇ ଗ୍ରାମର ଲିଲି ମହାରଥୀ(43)ଙ୍କ ଠାରୁ 30 ଲିଟର ଓ ବାଲୁଗାଁ ଅଞ୍ଚଳ ଲମ୍ବୋଦରପୁର ଗ୍ରାମର ବିକ୍ରମ ସିଂ (୩୫) ଙ୍କ ଠାରୁ ୩୦ଲିଟର , ସେମାନଙ୍କ ଠାରୁ ସମୁଦାୟ120 ଲିଟର ମଦ ଜବତ କରିବା ସହ ଗିରଫ କରି ଅଭିଯୁକ୍ତ ମାନଙ୍କ ନାମରେ ୧୫୯/୧୬୦/୧୬୧ ରେ ମାମଲା ରୁଜୁ କରାଯାଇଥିବା ଅବକାରୀ ଅଧିକାରୀ ବି ମନୋଜ କୁମାର କହିଛନ୍ତି। ତେବେ ଆଗକୁ ଚୋରା ମଦ ଜୋରଦାର ଚଢ଼ାଉ କରାଯିବ ବୋଲି ଅବକାରୀ ଅଧିକାରୀ କହିଛନ୍ତି l

No Result
View All Result