No Result
View All Result
୪ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନିଆଳି :-> ପ୍ରାଚୀ କ୍ଷେତ୍ର ଜଗନ୍ନାଥଙ୍କ ମାମୁଁ ଘର ମାଧବ ମନ୍ଦିରରୁ ଆଜି ଭଣଜା ଲାଗି ଶ୍ରୀକ୍ଷେତ୍ର ଅଭିମୁଖେ ବାହାରିଲା ପୋଡୁଆ଼ଁ ଭାର । ବିରାଟ ଶୋଭାଯାତ୍ରାରେ କଟକ ଜିଲ୍ଲା ନିଆଳି ମାଧବରୁ ଘଣ୍ଟ ଘଣ୍ଟା କାହାଳୀ ରେ ଶ୍ରୀକ୍ଷେତ୍ର ଅଭିମୁଖେ ବାହାରିଲା ପୋଡୁଆ଼ଁ ଭାର । ଆସନ୍ତା କାଲି ପ୍ରଥମା ଅଷ୍ଟମୀ ଥିବାରୁ ମହାପ୍ରଭୁଙ୍କୁ ଲାଗି ହେବ ସ୍ୱତନ୍ତ୍ର ଖଣ୍ଡୁଆ ବସ୍ତ୍ର । ଏହି ଭାର ରେ ଅରୁଆ ଚାଉଳ, ବିରି , ନଡ଼ିଆ,କଦଳୀ,ଜାଇଫଳ, ଲବଙ୍ଗ,ଅଳେଇଚ ଓ ସୁବାସିତ ପାନ। ଯେହେତୁ ମହାପ୍ରଭୁ ସୁବାସିତ ପାନ ଖାଇବାକୁ ଭଲ ପାଆନ୍ତି ।
ସେଥିପାଇଁ ପ୍ରାଚୀ କ୍ଷେତ୍ରରୁ ପାନ ଯିବା ସହିତ ତୁଳସୀ, ଓ ପଦ୍ମ ଫୁଲ ଯାଇଛି ।ସେବାୟତ ମାନେ ଆଜି ଭୋର ରୁ ମାଧବାନନ୍ଦ ଜୀଉ ଙ୍କର୍ ମଙ୍ଗଳ ଆଳତି ପରେ ଶ୍ରୀକ୍ଷେତ୍ରକୁ ବାହାରି ଥିଲା । ପୋଡୁଆ଼ଁ ଭାର ପାଇଁ ମାଧବ ଆଜି ଚଳ ଚଞ୍ଚଳ। ବିରାଟ ଶୋଭଯାତ୍ରାରେ ମାଧବ ମନ୍ଦିରରୁ ଭାର ବାହାରିଥିଲା । ଖାଲି ପାଦରେ ସମ୍ପୂର୍ଣ୍ଣ ଉପବାସ ରହି ଭାରକୁ କାନ୍ଧେଇ କାନ୍ଧେଇ ନାମ ସଙ୍କିର୍ତ୍ତନ ସହିତ ବିଭିନ୍ନ କଳା ପ୍ରଦର୍ଶନ କରି ନାଚ ଗୀତରେ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତମାନେ ଭାରକୁ କାନ୍ଧେଇ ନେଇ ପ୍ରାୟ ୬କିମି ବାଟ ଦୁର ଚାରିଛକ ବଜାର ଠାରେ ପହଞ୍ଚିଥିଲେ ।
ସେଠାରେ ଯାଦବଙ୍କ ପକ୍ଷରୁ ଦହି ପଣା ବ୍ୟବ୍ୟସ୍ତା କରାଯାଇଥିଲା । କିଛି ସମୟ ବିଶ୍ରାମ ପରେ ସୁସଜ୍ଜିତ ରଥରେ ଭାର କୁ ରଖି ଶ୍ରୀକ୍ଷେତ୍ର ଅଭିମୁଖେ ଯାତ୍ରା କରିଥିଲେ । ଏହି ଯାତ୍ରା ରେ ସାଧୁ ସନ୍ଥ ଜଗନ୍ନାଥ ପ୍ରେମୀ , ପ୍ରାଚିକ୍ଷେତ୍ର ମାଧବ ରୁ ହଜାର ହଜାର ଶ୍ରଦ୍ଧାଳୁ ଏହି ଶୋଭା ଯାତ୍ରା ରେ ସାମିଲ ହୋଇ ପୁରୀ ଯାତ୍ରା କରିଥିଲେ । ଜଗନ୍ନାଥଙ୍କ ମାମୁଁ ଘର ମାଧବ ରୁ ଶ୍ରୀକ୍ଷେତ୍ର କୁ ପୋଡୁଆ଼ଁ ଭାର ଯିବା ବହୁ କାଳ ରୁ ରହି ଆସିଛି ।
No Result
View All Result