୪ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :-> ୟୁନେସ୍କୋ ଏବଂ ଆଇ.ଆଇ.ଏମ୍.ଟି ଭୁବନେଶ୍ୱର ର ମିଳିତ ସହଯୋଗରେ ଝୁମ ମାଧ୍ୟମରେ ମାନବିକ ଅଧିକାର ଏବଂ ଆର୍ଥିକ ବ୍ୟବସ୍ଥା ଉପରେ ଏକ ଆଲୋଚନା ଚକ୍ର ଆଜି ଅନୁଷ୍ଠିତ ହୋଇଥିଲା । ଏହି ଆଲୋଚନା ଚକ୍ରକୁ ଉଦ୍ଘାଟନ କରି ୟୁନେସ୍କୋ ଲେକଚର ସିରିଜ୍ ଚେୟାରର ପ୍ରଫେସର ଫ୍ରାନ୍ସିସକୋ ଭିଗ୍ଲିଆରୋଲୋ ଦେଶର ଆର୍ଥିକ ପ୍ରଗତିକୁ ଗୁରୁତ୍ୱ ଦେବା ସହିତ ମାନବିକ ଅଧିକାର ସୁରକ୍ଷା ଉଭୟ ପରସ୍ପର ଦେଶର ବିକାଶ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ମତପ୍ରକାଶ କରିଥିଲେ ।
ଆଲୋଚନା ଚକ୍ରକୁ ଆଇ.ଆଇ.ଏମ୍.ଟି ର ପ୍ରଫେସର ଡ଼ଃ ଶ୍ରୀକାନ୍ତ ପଟ୍ଟନାୟକ ପରିଚାଳନା କରିବା ସହିତ ଏଥିରେ ଭାଗନେଇ ଗଣତନ୍ତ୍ର ପାଇଁ ଯେପରି ମାନବିକ ଅଧିକାର ଗୁରୁତ୍ୱପୂର୍ଣ୍ଣ ଦେଶର ବିକାଶ ପାଇଁ ଆର୍ଥିକ ସହଯୋଗ ସେହିପରି ଅତ୍ୟନ୍ତ ଆବଶ୍ୟକ; ଉଭୟ ପରସ୍ପର ପରିପୂରକ ଅଟେ ବୋଲି ମତବ୍ୟକ୍ତ କରିଥିଲେ ।















