୩ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କେନ୍ଦ୍ରାପଡ଼ା :-> କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ଚାରିଗାଁର ନବନିର୍ମିତ ମନ୍ଦିରର ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଗ୍ରହ ନିମନ୍ତେ ଚାରିଗାଁ ବାଲିସାହି ସ୍ଥିତ ମିହିର ରଞ୍ଜନ ପଣ୍ଡାଙ୍କ ବାଡ଼ିରେ ଚିହ୍ନଟ ଦାରୁଙ୍କୁ ଶ୍ରୀକ୍ଷେତ୍ରରୁ ଆସିଥିବା ବିଶେଷଜ୍ଞ ମାନେ ପରୀକ୍ଷା ନିରୀକ୍ଷା ପରେ ବିଗ୍ରହ ନିମନ୍ତେ ଉପଯୁକ୍ତ ବୋଲି ଘୋଷଣା କରିଛନ୍ତି । ଏହି ବିଶେଷଜ୍ଞ ଦଳରେ ପୁରୀର ଦଇତାପତି ଶ୍ରୀଯୁକ୍ତ ରାମଚନ୍ଦ୍ର ଦେବବ୍ରହ୍ମା , ପୁରୀ ବୈଦିକ ବ୍ରାହ୍ମଣ ସମାଜର ସମ୍ପାଦକ ଶ୍ରୀଯୁକ୍ତ ସତ୍ୟନାରାୟଣ ତ୍ରିପାଠୀ , ପୁରୀ ବୈଦିକ ବ୍ରାହ୍ମଣ ପରିଷଦ ପୁରୀର କାର୍ଯ୍ୟକାରୀ-ସଭାପତି ପଣ୍ଡିତ ସୁଧାଂଶୁ ଶେଖର ମହାପାତ୍ର ,
କେନ୍ଦ୍ରାପଡ଼ା ବୈଦିକ ବ୍ରାହ୍ମଣ ପରିଷଦର ପକ୍ଷରୁ ଚକ୍ରଧର ପଣ୍ଡା ଏବଂ ବିଶ୍ଵକର୍ମା ଗୌରାଙ୍ଗ ମହାରଣା ପ୍ରମୁଖ ଦାରୁଙ୍କୁ ଚିହ୍ନଟ କରି ବିଗ୍ରହ ନିମନ୍ତେ ଉପଯୁକ୍ତ ବୋଲି ଘୋଷଣା କରିଛନ୍ତି । ଏହାପରେ ମନ୍ଦିରର ମୁଖ୍ୟ ଉପଦେଷ୍ଟା ପ୍ରଫେସର ଡକ୍ଟର ବୈଷ୍ଣବ ଚରଣ ସାମଲଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ବିଗ୍ରହ ନିର୍ମାଣ ଓ ମୂର୍ତ୍ତି ନିର୍ମାଣର ଖର୍ଚ୍ଚ ସ୍ବଇଛାରେ ବହନ କରିବାକୁ ଯେଉଁ ମାନେ ଆଗ୍ରହ ପ୍ରକାଶ କରିଛନ୍ତି ସେମାନେ ହେଲେ ଚତୁର୍ଦ୍ଧାମୂର୍ତ୍ତି ପାଇଁ ମହେଶ୍ୱର ନାୟକ , ପିତାମ୍ବର ନାୟକ ଏବଂ ବିଶ୍ବମ୍ବର ନାୟକ , ଗଣେଶ ମୂର୍ତ୍ତି ପାଇଁ ଅନନ୍ତ ମଳିକ ,

ବାମନ ମୂର୍ତ୍ତି ପାଇଁ ଲିଲିତା ଦାସ , ବରାହ ମୂର୍ତ୍ତି ପାଇଁ ସୁଦାମ ମଳିକ , ବିମଳା ମୂର୍ତ୍ତି ପାଇଁ ମନୋରଞ୍ଜନ ସାମଲ , ନୃସିଂହ ମୂର୍ତ୍ତି ପାଇଁ ପ୍ରଫେସର ଡକ୍ଟର ବସନ୍ତ କୁମାର ପରିଡ଼ା , ଅରୁଣ ସ୍ତମ୍ଭ ପାଇଁ ପ୍ରଫେସର ଡକ୍ଟର ବୈଷ୍ଣବ ଚରଣ ସାମଲ , ହନୁମାନ ମୂର୍ତ୍ତି ପାଇଁ ଶ୍ରୀମତୀ ବିଜୟା ସାମଲ , ନବଗ୍ରହ ମୂର୍ତ୍ତି ପାଇଁ ଗୟାଧର ଥାଟୋଇ ଏବଂ ଭୂଦେବୀ-ଶ୍ରୀଦେବୀ-ମଦନମୋହନ ପାଇଁ ନିହାର ରଞ୍ଜନ ସାମଲ । ଏହି ବୈଠକରେ ମନ୍ଦିରର କାରୁକାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଥିଲା । ବିଶେଷଜ୍ଞଙ୍କ ପରାମର୍ଶକ୍ରମେ ବନଯାଗ ଓ ଦାରୁ ଛେଦନ ନିମନ୍ତେ ଦିନ ଧାର୍ଯ୍ୟ ନିମନ୍ତେ ନିଷ୍ପତ୍ତି ନିଆଗଲା ।

ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ମ୍ଯାନେଜିଂ ଟ୍ରଷ୍ଟି ମନୋରଞ୍ଜନ ସାମଲ , ବରିଷ୍ଠ ଉପଦେଷ୍ଟା ଶିକ୍ଷାବିତ ମହେଶ୍ୱର ନାୟକ , ଶିକ୍ଷାବିତ ଧୃବ ଚରଣ ପାତ୍ର , ପ୍ରଫେସର ଡକ୍ଟର ବସନ୍ତ କୁମାର ପରିଡ଼ା , ବିଷ୍ଣୁ ଚରଣ ଥାଟୋଇ , ଜିଲ୍ଲା ପରିଷଦ ସଭ୍ୟା ଲିଲିତା ଦାସ , ଚାରିଗାଁ ସରପଞ୍ଚ ଭାରତୀ ମଳିକ , ବରିଷ୍ଠ ଆଇନଜୀବି ରମେଶ ଚନ୍ଦ୍ର ଜେନା , ଡକ୍ଟର ଗିରିଶ ଚନ୍ଦ୍ର ପାତ୍ର , ଅଜୟ କୁମାର ପରିଡ଼ା , ବିଧାୟକଙ୍କ ପ୍ରତିନିଧି ସୁଦାମ ମଳିକ , ପ୍ରଶାନ୍ତ କୁମାର ପରିଡ଼ା , ପ୍ରଭାତ କୁମାର ପରିଡ଼ା , ଡକ୍ଟର ମିହିର ରଞ୍ଜନ ନାୟକ , ନିହାର ରଞ୍ଜନ ସାମଲ , ଚିତ୍ତ ରଞ୍ଜନ ପରିଡ଼ା , କଳାକାର ମଳିକ , ଅକ୍ଷୟ କୁମାର ପରିଡ଼ା , ଅନନ୍ତ କୁମାର ମଳିକ , ସୁଶାନ୍ତ କୁମାର ସେଠୀ , ପ୍ରତାପ କୁମାର ଜେନା ଏବଂ ସୁଶାନ୍ତ କୁମାର ପରିଡ଼ା ପ୍ରମୁଖ ବୈଠକରେ ଅଂଶଗ୍ରହଣ କରିଥିଲେ ।













